ବାଲୁଗାଁ (ସେକ କୌସର ): ନାଚୁଣୀ ଥାନା ଗମ୍ଭାରୀମୁଣ୍ଡା ସ୍କୁଲ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି, ଯେଉଁଥିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ଢ଼େଙ୍କନାଳ ଜିଲ୍ଲା ରାସଳୋ ଥାନା ଅନ୍ତର୍ଗତ ହିଲିସର ଗ୍ରାମର ଚନ୍ଦନ ଦେହୁରୀ (୨୨) ବୋଲି ଜଣାପଡିଛି।ସୂଚନା ମୁତାବକ ଦେଙ୍କନାଳ ଅଞ୍ଚଳର କିରଣ ଟେଣ୍ଟ ହାଉସ ଗମ୍ଭାରୀମୁଣ୍ଡା ଅଞ୍ଚଳରେ ଏକ ବିବାହ ଭୋଜି ନିମନ୍ତେ ଟେଣ୍ଟ କାର୍ଯ୍ୟ କରିବାକୁ ଠିକା ନେଇଥିଲେ। ମୃତକ ଚନ୍ଦନ ଉକ୍ତ ଟେଣ୍ଟ କାର୍ଯ୍ୟରେ ଶ୍ରମିକ ଭାବେ କାର୍ଯ୍ୟରତ ଥିଲେ।ତେବେ ଟେଣ୍ଟ କାର୍ଯ୍ୟ ସାରି ଚନ୍ଦନ ନିକଟସ୍ଥ ବିଲ ମଧ୍ୟରେ ଶୋଇ ପଡ଼ିଥିବା ବେଳେ କ୍ୟାଟରିଙ୍ଗ ପାଇଁ ଆସିଥିବା ଏକ ୧୧୦୯ ଗାଡିଟି ବୁଲେଇଲା ବେଳେ ଅସାବଧାନତାବଶତଃ ଚନ୍ଦନଙ୍କ ଉପରେ ଚଢାଇ ଦେଇଥିଲା। ଯାହା ଫଳରେ ଚନ୍ଦନ ଗୁରୁତର ଭାବେ ଆହତ ହୋଇଥିଲେ। ସଙ୍ଗେ ସଙ୍ଗେ ତାଙ୍କ ସାଥିରେ ଥିବା ଅନ୍ୟ ସହଯୋଗୀ ମାନେ ତାଙ୍କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିବା ବେଳେ ଡାକ୍ତରଖାନାରେ ଚନ୍ଦନ ମୃତ୍ୟୁବରଣ କରିଥିବା ଡାକ୍ତର ଏ. କେ ପାତ୍ର ସୂଚନା ଦେଇଛନ୍ତି।
ସୂଚନା ପାଇ ବାଣପୁର ପୋଲିସ ଡାକ୍ତରଖାନାରେ ପହଂଚିଥିବାବେଳେ ମାମଲାକୁ ନାଚୁଣୀ ଥାନାକୁ ହସ୍ତାନ୍ତର କରିଛି।
Sign in
Sign in
Recover your password.
A password will be e-mailed to you.
Prev Post