ଏଏମଏନଏସ ଷ୍ଟିଲ ପ୍ଲାଣ୍ଟରେ ବିପିଏନଏସଆଇ ର କର୍ମଶାଳା

0 3

ପାରାଦ୍ବୀପ : ଭାରତ ସରକାରଂକ, ଇସ୍ପାତ ମନ୍ତ୍ରଣାଳୟ ଅଧୀନସ୍ଥ, ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ, ପାରାଦୀପ ଠାରେ ଅବସ୍ଥିତ ଆର୍ସେଲର ମିତ୍ତଲ ନିପ୍ପନ୍ ଷ୍ଟିଲ କାରଖାନା ରେ ସସ୍ଟୈନେବିଲିଟି, ଏନର୍ଜି କନଜେର୍ଭେସନ୍ ଏବଂ ଇମୋସନାଲ ଇଂନ୍ଟେଲିଜେନ୍ସ ସଂବନ୍ଧୀୟ ଏକ ଦିବସୀୟ କର୍ମଶାଳା ଆୟୋଜନ କରିଥିଲେ। ଅନୁଷ୍ଠାନ ର ନିର୍ଦ୍ଦେଶକ ଶ୍ରୀ ପ୍ରୀତମ୍ ପୁରକାୟସ୍ଥ ସ୍ବାଗତ ଭାଷଣ ଭିଡିଓ କନ୍ଫରେନ୍ସ ମାଧ୍ଯମ ରେ ସସ୍ଟୈନେବିଲିଟି ବିଷୟ ରେ ଗୁରୁତ୍ବପୂର୍ଣ୍ଣ ତଥ୍ଯ ଉପସ୍ଥାପନ କରିଥିଲେ। ବିପିଏନଏସଆଇ ତରଫରୁ ପ୍ରଫେସର ଶରତ ଚଂଦ୍ର ପାଣିଗ୍ରାହୀ, ପୂର୍ବତନ ପ୍ରଫେସର, ଆଇ ଆଇ ଟି ଖଡଗପୁର ଶୈକ୍ଷଣିକ ସଂଦର୍ଭ ମାଧ୍ଯମରେ ସସ୍ଟୈନେବିଲିଟି, ଏନର୍ଜି କନଜେର୍ଭେସନ୍ ଇନ୍ ପାଲେଟ ପ୍ଲାଣ୍ଟ ବିଷୟ ରେ ବିସ୍ତୃତ ବିବରଣୀ ଏ ଏମ୍ ଏନ୍ ଏସ୍ ପ୍ଲାଣ୍ଟ ର ଇଂଜିନିୟର ମାନଂକୁ ପଢାଇବା ସଂଗେସଂଗେ ସେମାନଙ୍କ ପ୍ରଶ୍ନ ର ଉତ୍ତର ଦେଇଥିଲେ। ପରେ ପରେ ଇଂ ସନ୍ଦୀପ ଦାସ ଇମୋସନାଲ ଇଂନ୍ଟେଲିଜେନ୍ସ ସଂବନ୍ଧୀୟ ଦୀକ୍ଷାନ୍ତ ଭାଷଣ କର୍ମଶାଳା ରେ ଉପସ୍ଥାପନ କରିଥିଲେ। ଆର୍ସେଲର ମିତ୍ତଲ ନିପ୍ପନ୍ ଶ୍ଟିଲ କାରଖାନା ର ମାନବ ସମ୍ଵଳ ମୁଖ୍ଯ ଶ୍ରୀ ସୁନୀଳ ଦାସ, ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନର କର୍ମଶାଳା କୁ ଭୂୟସୀ ପ୍ରଶଂସା କରିଥିଲେ। କର୍ମଶାଳାରେ ଉପସ୍ଥିତ ସମସ୍ତ ଶ୍ରୋତା ଇଂଜିନିୟର ମାନେ ମଧ୍ଯ ଶିକ୍ଷା ଗ୍ରହଣ କରିବା ସାଥେ ସାଥେ ପ୍ରଶଂସା ପ୍ରଦାନ କରିଥିଲେ। କର୍ମଶୀଳା ରେ ବିପିଏନଏସଆଇ ର ଶ୍ରୀ ଦୁର୍ଗେଶ ପ୍ରସାଦ ପଣ୍ଡା ଏବଂ ଇଂ ପ୍ରଦୀପ କୁମାର ମହାଲିକ ଉପସ୍ଥିତ ଥିଲେ। ଆର୍ସେଲର ମିତ୍ତଲ ନିପ୍ପନ୍ ଶ୍ଟିଲ କାରଖାନା ର ମାନବ ସମ୍ବଳ ଅଧିକାରୀ ଶ୍ରୀମତୀ ସୁପ୍ରିୟା ସ୍ବାଇଁ ଏବଂ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ ର ପ୍ରଫେସର ସତ୍ଯପ୍ରିୟ ଶତପଥୀ କର୍ମଶାଳା ସଂଚାଳନ କରିଥିଲେ।

Leave A Reply

Your email address will not be published.