ପୋଡାପାଡ଼ି ଠାରେ କିଶୋରୀ ମେଳା ଅନୁଷ୍ଠିତ

0 3

ରାୟଗଡା ରୁ ବୈକୁଣ୍ଠ ଦୁରିଆ –କାଶୀପୁର ବ୍ଳକ୍ ପୋଡାପାଡ଼ି ସ୍କୁଲ ପରିସରରେ ଆଇସିଡିଏସ୍ ସୁପରବାଇଜର ଙ୍କ ଅଧ୍ୟକ୍ଷତାରେ କିଶୋରୀ ମେଳା-2023/24 ଅନୁଷ୍ଠିତ ହୋଇଯାଇଛି I ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ସହାୟତାରେ ତଥା କାଶୀପୁର ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ସୋପାନ ସମ୍ପର୍କରେ ଆଲୋଚନା କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପଦ୍ମନାଵ ମହାନ୍ତି, ସଭାପତି ତ୍ରିଲୋଚନ ଦୁରିଆ ପୋଡାପାଡ଼ି ଏନଏମ ସସ୍ମିତା ବିଡ଼ିକା, ରାଜେନ୍ଦ୍ର ଦୁରିଆ ପ୍ରମୂଖ ଅତିଥି ଭାବେ ଯୋଗ ଦେଇ କିଶୋରୀ ମାନଙ୍କ ପୁଷ୍ଟି ସାଧନ,କିଶୋରୀଙ୍କ ପାଇଁ ଥିବା ବିଭିନ୍ନ ସରlକାରୀ ଯୋଜନା,ବାଲ୍ୟ ବିବାହକୁ ରୋକିବା ଦିଗରେ ଅଭିଭାବକଙ୍କ ଭୂମିକା ସମ୍ପର୍କରେ ବକ୍ତବ୍ଯ ପ୍ରଦାନ କରିଥିଲେ I ଏହି ଅବସରରେ କିଶୋରୀ ମାନଙ୍କ ମଧ୍ୟରେ ନାଚ , ପୁଚି , ହୁଲୁହୁଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ କିଶୋରୀମାନଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ I କାର୍ଯ୍ୟକ୍ରମକୁ ଅଙ୍ଗନୱାଡ଼ି କର୍ମୀ ନିଶାମାନୀ ପାତ୍ର, ବୀଣାପାଣି ପାତ୍ର, ବାସନ୍ତୀ ନାଏକ, ସାବିତ୍ରୀ ମାଝୀ, ସୁଲୋଚନା ନାଏକ, ପ୍ରଫୁଲା ମାଝୀ, ସୁଶାନ୍ତି ଖରା, ପ୍ରଫୁଲା ସାହୁକା, ରିବିକା ମଣ୍ଡାଙ୍ଗୀ, ବାସନ୍ତୀ ମାଝୀ, ସତ୍ୟଭାମା ନାଏକ, ରଶ୍ମିତା ମାଝୀ, ଉର୍ମିଳା ବେହେରା, ଶ୍ରୀଦେବୀ ନାଏକ ଏବଂ ସମସ୍ତ ଆଶାକର୍ମୀ ପରି ଚାଳନା କରିଥିଲେ I ଅଙ୍ଗନୱାଡ଼ି କର୍ମୀ ଧନ୍ୟବାଦ ଜ୍ଞାପନ କରିଥିଲେ I

Leave A Reply

Your email address will not be published.