ବିଶ୍ୱର ପ୍ରଥମ ସମ୍ବାଦପତ୍ର ଓଡ଼ିଶାର ଚୌଦ୍ୱାରରୁ ପ୍ରକାଶ ପାଇଥିଲା : ଜିଲ୍ଲାପାଳ 

0

ନିରପେକ୍ଷ, ନିର୍ଭିକ ଓ ସତ୍ୟ ସମ୍ବାଦ ପରିବେଷଣ ପାଇଁ ଜିଲ୍ଲାପାଳଙ୍କ ଆହ୍ୱାନ । 

ଜିଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ଯାଜପୁରରେ ପାଳିତ 

 

ଯାଜପୁର/Jayashankar dash  – ନିରପେକ୍ଷ, ନିର୍ଭିକ ଓ ସତ୍ୟ ସମ୍ବାଦ ପରିବେଷଣ ସମାଜ ପାଇଁ ସର୍ବଦା ମଙ୍ଗଳକର । ତେଣୁ ଗଣମାଧ୍ୟମ ପ୍ରତିନିଧି ମାନେ ସେମାନଙ୍କର  କର୍ତ୍ତବ୍ୟ ପାଳନ ବେଳେ ସଜାଗ ରହିବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ ଆହ୍ୱାନ ଦେଇଛନ୍ତି । ଜିଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ଯାଜପୁର ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ ଗୃହରେ ଗୁରୁବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ଶ୍ରୀ ଦାସ ଏହାକୁ ଆନୁଷ୍ଠାନିକ  ଭାବେ ଉଦ୍ଘାଟନ କରିବା ସହିତ ମୁଖ୍ୟଅତିଥି ଭାବେ ଯୋଗ ଦେଇ  ଶ୍ରୀ ଦାସ କହିଥିଲେ ଯେ, ୧୯୬୬ ମସିହା ନଭେମ୍ବର ୧୬ତାରିଖ ଦିନ ଭାରତୀୟ ପ୍ରେସ୍ କାଉନ୍ସିଲ ଗଠିତ ହେବା ସହ ଗଣମାଧ୍ୟମ ପ୍ରତିନିଧିଙ୍କ ସ୍ୱାର୍ଥ ଓ ସୁରକ୍ଷା ପାଇଁ କାର୍ଯ୍ୟକରି ଆସୁଅଛି । ସାମ୍ବାଦିକମାନଙ୍କର ସ୍ୱାର୍ଥରକ୍ଷା ଦିଗରେ ଦୁଇଟି ମାନ ନିର୍ଦ୍ଧାରଣ କରାଯାଇଛି । ମୁକ୍ତ ସାମ୍ବାଦିକତା କ୍ଷେତ୍ରରେ ବାତାବରଣ ସୃଷ୍ଟି ପାଇଁ  ମୁକ୍ତ ସାମ୍ବାଦିକତା ବିନା ବାଧା ଓ ଚାପରୁ ମୁକ୍ତ ରହିବା, ସଠିକ ସମ୍ବାଦ ପରିବେଷଣ କରି ଗଣତନ୍ତ୍ରକୁ ସୁରକ୍ଷା ଦେବା ଉଚିତ ବୋଲି ସେ ମତବ୍ୟକ୍ତ କରିଥିଲେ । ଓଡ଼ିଶା ଇତିହାସରେ ପ୍ରେସର ଭୂମିକା ଗୁରୁତ୍ୱପୂର୍ଣ୍ଣ । ବିଶ୍ୱର ପ୍ରଥମ ସମ୍ବାଦପତ୍ର ହେଉଛି କୁଜିବର ପତ୍ର, ଯାହାକି ଓଡ଼ିଶାର ଚୈାଦାରରେ ପ୍ରକାଶ ପାଇଥିଲା । ସାଧୁ ସୁନ୍ଦର ଦାସ ଏହାକୁ ଛପାଉଥିବା ଜିଲାପାଳ ରଂଜନ କୁମାର ଦାସ ଉଦ୍ବୋଧନରେ ପ୍ରକାଶ କରଛନ୍ତିି । ସମାଜରେ ଓ ସାଧାରଣ ଲୋକଙ୍କର ସମସ୍ୟାର ସମାଧାନ କିପରି ହୋଇ ପାରିବ ସେ ଦିଗରେ ସାମ୍ବାଦିକ ମାନଙ୍କ ଗୁରୁ ଦାୟିତ୍ୱ ରହିଛି । ସକରାତ୍ମକ ସମ୍ବାଦ ପରିବେଷଣ କରି ସୁସ୍ଥ ସମାଜ ଗଠନ କରିବା ପାଇଁ ଜିଲାପାଳ ଆହ୍ୱାନ ଦେଇଥିଲେ । ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବ୍ରଜ ଗୋପାଳ ଆଚାର୍ଯ୍ୟ ଯୋଗ ଦେଇ ବିଭିନ୍ନ ପ୍ରତିକୂଳ, ବାଧାବିଘ୍ନ ସତ୍ୱେ ଗଣମାଧ୍ୟମ ସ୍ୱାଧିନ ମତାମତ ଦେବାର ଅଧିକାର ସାବ୍ୟସ୍ତ କରି ଆସିଛିି ବୋଲି ସୂଚନା ଦେଇ ସତ୍ୟ ସମ୍ବାଦ ପରିବେଷଣ କରବା ଗଣମାଧ୍ୟମ ପ୍ରତିନିଧି ମାନଙ୍କର ବିଭିନ୍ନ ଆବଶ୍ୟକତାକୁ ପୁରଣ କରିବା ସହ ସାମ୍ବାଦିକ ମାନଙ୍କ ପାଇଁ ସରକାର ବୀମା ଯୋଜନା ପ୍ରଣୟନ କରିଥିବା ସୂଚନା ଦେଇଥିଲେ । ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ ସୂଚନା ଦେଇ ସାମ୍ପ୍ରତିକ ପରିସ୍ତିତିରେ ସାମ୍ବାଦିକ ମାନେ ବିଭିନ୍ନ ଆହ୍ୱାନର ସମ୍ମୁଖିନ ହୋଇଛନ୍ତି । ଗଣତାନ୍ତ୍ରିକ ରାଷ୍ଟ୍ରରେ ସାମ୍ବାଦିକ ମାନେ ହେଉଛନ୍ତି ଚତୁର୍ଥ ସ୍ଥମ୍ବ । ଗଣତନ୍ତ୍ରର ସୁରକ୍ଷା ଦିଗରେ ଓ ଦୁର୍ନିତି ଅନୀତି ବିରୁଦ୍ଧରେ ସ୍ୱର ଉତତୋଳନ କରି ଏକ ସୁସ୍ଥ ସମାଜ ଗଠନ କ୍ଷେତ୍ରରେ ଗଣମାଧ୍ୟମର ଭୁମିକା ବେଶ୍ ଗୁରୁତ୍ୱ ପୁର୍ଣ୍ଣ ବୋଲି କହିଥିଲେ । ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଏଥିରେ ଅଧ୍ୟକ୍ଷତା କରିବା ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଜିଲାପାଳଙ୍କୁ ମା ଟିଭି ପକ୍ଷରୁ ବିରଜାଶ୍ରୀ ସମ୍ମାନରେ  ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧନାରେ ଶିକ୍ଷାବିତ୍ ଭୂପତି ଭୂଷଣ ମିଶ୍ର, ମା ଟିଭିର ନିର୍ଦ୍ଦେଶକ ପ୍ରଭାତ ରାଉତରାୟ, ସାମ୍ବାଦିକ ଆନନ୍ଦ ସାହୁ, ଅଜୟ ରଣା, ହୃଷିକେଶ ପତି ପ୍ରମୁଖ ସହ ଯୋଗ କରିଥିଲେ । ଅତିଥି ମାନେ ପୂର୍ବରୁ ମା ଟିଭି ପକ୍ଷରୁ ଆୟୋଜିତ ଏକ ସମ୍ବାଦ ପତ୍ର ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ । ପୁର୍ବରୁ ଅନୁଷ୍ଠିତ  ଓଡ଼ିଆ ବକ୍ତୃତା ପ୍ରତିଯୋଗୀତାରେ କୃତୀ ପ୍ରତିଯୋଗୀ ଚିତାଳୋ ମହାବିଦ୍ୟାଳୟର ଛାତ୍ର ଦୁର୍ଗାଶଙ୍କର ପାଢ଼ୀ ପ୍ରଥମ, ନରସିଂହ ଚୈାଧୁରୀ ମହାବିଦ୍ୟାଳୟର ବିଶ୍ୱକଲ୍ୟାଣୀ ମହାପାତ୍ର, ଦ୍ୱିତୀୟ, ଗୁରୁକୂଳ କଳିଙ୍ଗ ଆବାସିକ ମହାବିଦ୍ୟାଳୟର ଅଭିପ୍ସା ନାୟକ ତୃତୀୟ ସ୍ଥାନ ଅଧିକାର କରି ମୁଖ୍ୟଅତିଥି  ଜିଲାପାଳ ଶ୍ରୀ ଦାସଙ୍କ ଠାରୁ ପୁରସ୍କାର ଓ ପ୍ରମାଣପତ୍ର ଗ୍ରହଣ କରିଥିଲେ । ଦିବଙ୍ଗତ ସାମ୍ବାଦିକ କରମଚାନ୍ଦ ଲାହା ଓ ତପନ ଦାଶଙ୍କ ଅମର ଆତ୍ମାର ସଦଗତି ପାଇଁ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ତହସିଲଦାର ଲକ୍ଷ୍ମୀକାନ୍ତ ମିଶ୍ର, ଡେପୁଟି କଲେକ୍ଟର ଇନ୍ଦିରା ବେହେରା, ତିଳୋତମା ପୃଷ୍ଟି, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି, ବିଭିନ୍ନ ବିଭାଗର ଅଧିକାରୀ, ଶିକ୍ଷାବିତ୍ ବୁଦ୍ଧି ଜୀବି ପ୍ରମୁଖ ଯୋଗ ଦେଇଥିଲେ ।   

Leave A Reply

Your email address will not be published.