ଲୋକଙ୍କ ସହ ଜନସମ୍ପର୍କ ସାରିବା ପରେ ଏବେ ଯୁବ ଛାତ୍ର ସମ୍ପର୍କ

0

ଆଉ ଏକ ନୂଆ ଅଭିଯାନ ଆରମ୍ଭ କରିବା ବିଜେଡି

 

୧୮ରୁ ରାସ୍ତାକୁ ଓହ୍ଲାଇବେ ବିଜେଡି ଯୁବ-ଛାତ୍ର ବ୍ରିଗେଡ

ଭୁବନେଶ୍ୱର/chakradhar majhi  : ଆଗକୁ କଣ କେତେବେଳେ ହେବ ତାହା କିଏ କହିବା, ତେଣୁ ଆସନ୍ତା ନିର୍ବାଚନ ପର୍ଯ୍ୟନ୍ତ ଲୋକଙ୍କ ଭିତରେ ଆଉ ଲୋକଙ୍କ ଚର୍ଚାରେ ରହିବା ପାଇଁ ନିଷ୍ପତ୍ତି ନେଇ ସାରିଛି ବିଜେଡି ! ଯଦିଓ ବିଜେଡି ଜାଣିଛି ବିଜେପିର ଓଡ଼ିଶାରେ ପାଦ ତଳେ ମାଟି ନାହିଁ, ତଥାପି ସାମ୍ନାରେ ଥିବା ଶତ୍ରୁକୁ ନଜର ଅନ୍ଦାଜ କରିବାର ଭୁଲ କରିବାକୁ ବୋଧ ହୁଏ ଚାହୁଁନି ବି ବିଜେଡି ! ମୈଦାନ ଖୋଲା  ଛାଡିଦେଲେ ଆଉ କିଏ ଆସି ଖେଳିବାର ଆଶଙ୍କା ରହିଥିବା ଯୋଗୁ, ରୀତିମତ ପଡିଆକୁ ବ୍ୟସ୍ତ ରଖିବାର ସବୁ ବ୍ୟବସ୍ତା କରୁଥିବା ବିଜେଡି ନଗଦ ନଗଦ ଜଣ ଜଣ ସମ୍ପର୍କ ସାରିଥିବା ବିଜେଡି ପୁଣି ୧୮ ତାରିଖରୁ ତାହାର ଯୁବ ଛାତ୍ର ବ୍ରିଗେଡକୁ ମଇଦାନକୁ ଉତାରିବାକୁ ଘୋଷଣା କରିଛି ! ବିଭିନ୍ନ ଦିଗକୁ ଲାକ୍ଷାକଲେ ବିଜେଡି କାହିଁକି ଏବେ ରକ୍ଷନାତ୍ମକ ଖେଳ ଛାଡି ଏବେ ଆକ୍ରମଣାତ୍ମକ ଖେଳିବାକୁ ଆପାତତଃ ନିଷ୍ପତି ନେଇଛି ! ତେଣୁ ୧୮ ତାରିଖରୁ ଯୁବ ଓ ଛାତ୍ର ବାହିନୀ ଯୁବ ଛାତ୍ର ସମ୍ପର୍କ ଅଭିଯାନ ଆରମ୍ଭ କରିବେ ବୋଲି କହିଛନ୍ତି ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ ଆଉ ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପତ୍ର 

ଓଡ଼ିଶା ଏକ ଯୁବ ପ୍ରଦେଶ । ଆମ ରାଜ୍ୟର ଜନସଂଖ୍ୟାର ପ୍ରାୟ ୪୨ ଶତାଂଶ ଯୁବ-ଛାତ୍ର ବର୍ଗରେ ଅଛନ୍ତି । ସେମାନେ ବାସ୍ତବ କ୍ଷେତ୍ରରେ ରାଜ୍ୟର ସମ୍ବଳ । ରାଜ୍ୟର ଜନସଂଖ୍ୟାଗତ ସୁବିଧାର ସଦୁପଯୋଗ କରିବା ତଥା ଯୁବ-ଛାତ୍ର ଦକ୍ଷତା ବୃଦ୍ଧି ଓ ସଶକ୍ତିକରଣ ପାଇଁ ଆମ ସରକାର ଅନେକ କାର୍ଯ୍ୟକ୍ରମ ଓ ଯୋଜନା କରିଛନ୍ତି ଏବଂ ଯୁବନୀତି ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ଯୁବକ ଏବଂ ଛାତ୍ରଙ୍କୁ ଦୃଷ୍ଟିରେ ରଖି କରାଯାଉଛି । ଏହି କାର୍ଯ୍ୟକ୍ରମ ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି ହେଲେ ସେମାନେ ସବୁ ସୁବିଧା ସୁଯୋଗର ସଦୁପଯୋଗ କରିପାରିବେ । ବିଭିନ୍ନ ଉପକ୍ରମ ମାଧ୍ୟମରେ ବିଜୁ ଜନତା ଦଳ ଯୁବକ ଏବଂ ଛାତ୍ରମାନଙ୍କ ସହ ସବୁଠି ଯୋଡ଼ି ହୋଇ ରହିଛି । ସେହି ସଂପର୍କକୁ ଆହୁରି ସୁଦୃଢ଼ କରିବା ତଥା ଅତୁଟ ରଖିବା ପାଇଁ ବିଜେଡିର ଏହି ଯୁବ-ଛାତ୍ର ସଂପର୍କ ଅଭିଯାନ । ଏହି ଲକ୍ଷ୍ୟରେ ବିଜୁ ଜନତା ଦଳ ପକ୍ଷରୁ ନଭେମ୍ବର ୧୮ ତାରିଖରୁ ରାଜ୍ୟର ୧୪୭ ନିର୍ବାଚନ ମଣ୍ଡଳୀରେ ଯୁବ-ଛାତ୍ର ସଂପର୍କ ଅଭିଯାନ ଆରମ୍ଭ କରାଯିବ । ଆମ ସରକାରଙ୍କ ସଫଳତା, ବିଶେଷକରି ଯୁବ-ଛାତ୍ରଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିସଂପନ୍ନ କାର୍ଯ୍ୟକ୍ରମ ଓ ନିଷ୍ପତ୍ତି ସଂପର୍କରେ ଏହି ଅଭିଯାନ ମାଧ୍ୟମରେ ଅବଗତ କରାଯିବ ବୋଲି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ଠାରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି  ଯୁବ ବିଜେଡି ରାଜ୍ୟ ସଭାପତି ଶ୍ରୀ  ପତ୍ରୀ ଏବଂ ଛାତ୍ର ବିଜେଡି ରାଜ୍ୟ ସଭାପତି ରାଣାପ୍ରତାପ ପାତ୍ର କହିଛନ୍ତି ।

ବିଜୁ ଜନତା ଦଳ ତା’ର ସାଂଗଠନିକ କାର୍ଯ୍ୟଧାରାରେ ଯୁବକ ଏବଂ ଛାତ୍ରଙ୍କୁ ବିଶେଷ ପ୍ରାଧାନ୍ୟ ଦେଉଛି । ଦଳର ଏହି ଆଧାରକୁ ଆହୁରି ବ୍ୟାପକ କରାଯାଇ କ୍ରିୟାଶୀଳ ନେତୃତ୍ୱ ବିକାଶ ନିମନ୍ତେ ପ୍ରୟାସ କରାଯିବ । ପ୍ରଥମ ପର୍ଯ୍ୟାୟରେ ୩ ଜିଲ୍ଲା ଯଥା ନବରଙ୍ଗପୁର, କୋରାପୁଟ ଓ ବରଗଡ଼ ଜିଲ୍ଲାର ନିର୍ବାଚନ ମଣ୍ଡଳୀମାନଙ୍କରେ ଏହି ସଂପର୍କ ଅଭିଯାନ ଆରମ୍ଭ ହେବ ବୋଲି ଶ୍ରୀ ପତ୍ରୀ କହିଥିଲେ ।

ବିଜେଡି ସରକାର ବର୍ଷ ପରେ ବର୍ଷ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ଅହରହ ଉଦ୍ୟମ କରିଚାଲିଛି, ଯାହାର ପ୍ରତିଫଳନ ସବୁ କ୍ଷେତ୍ରରେ ସ୍ପଷ୍ଟ । କିନ୍ତୁ ମହାନଦୀ ଏବଂ ପୋଲାଭରମ୍‍ ପ୍ରସଂଗ, ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ପ୍ରଦାନ, ଚାଷୀମାନଙ୍କ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଆଦି ଅନେକ ପ୍ରସଂଗରେ କେନ୍ଦ୍ରର ଅବିଚାର ଓ ଅବହେଳା ଓଡ଼ିଶାବାସୀଙ୍କୁ ମର୍ମାହତ କରିଛି । କେନ୍ଦ୍ର ସରକାର ଅହେତୁକ ଭାବରେ ତୈଳ ଦର ବୃଦ୍ଧି କରି ସାଧାରଣ ଲୋକଙ୍କୁ ହନ୍ତସନ୍ତ କରୁଛନ୍ତି । ଏହା ରାଜ୍ୟ ଅର୍ଥନୀତିକୁ ନକାରାତ୍ମକ ଭାବେ ପ୍ରଭାବିତ କରିଛି । ଏହା ବିରୋଧରେ ରାଜ୍ୟର ଯୁବ ଓ ଛାତ୍ର ଶକ୍ତି ବହୁବାର ବିଜୁ ଜନତା ଦଳ ସହ ହାତରେ ହାତ ମିଶାଇ ଓଡ଼ିଶାର ସ୍ୱାର୍ଥ ଏବଂ ସ୍ୱାଭିମାନ ପାଇଁ ଲଢେ଼ଇ ଜୋରଦାର କରିଛି । ଓଡ଼ିଶାର ଦଳ ଓ ଓଡ଼ିଶାର ବଳ ବିଜୁ ଜନତା ଦଳ ରାଜ୍ୟର ଯୁବ ଏବଂ ଛାତ୍ରଶକ୍ତି ସହିତ ସମ୍ମିଳିତ ଭାବରେ ଓଡ଼ିଶାର ସ୍ୱାର୍ଥ ପାଇଁ ସଂଗ୍ରାମ ଜାରି ରଖିବା ସହିତ ଏହି ସଂଗ୍ରାମର ପରିଭାଷାକୁ ପ୍ରତ୍ୟେକ ଓଡ଼ିଶାବାସୀଙ୍କ ନିକଟରେ ପହଞ୍ଚାଇବା ଆମର ମୂଳ ଲକ୍ଷ୍ୟ ।

ଆମ ଓଡ଼ିଶା ଆମେ ଗଢ଼ିବା । ଆଗାମୀ କାଲିର ଓଡ଼ିଶା ଆଜିର ଛାତ୍ରଛାତ୍ରୀ ଆଉ ଯୁବକଯୁବତୀମାନଙ୍କର । ରାଜ୍ୟର ପ୍ରଗତି, ସ୍ୱାର୍ଥ ଏବଂ ସ୍ୱାଭିମାନ ପାଇଁ କୌଣସି ସାଲିସ କରାଯିବ ନାହିଁ । ଶ୍ରେÂତ୍ୱ ହାସଲ କରିବା ଆମ ଯୁବ ଏବଂ ଛାତ୍ର ଶକ୍ତିର ଏକ ମାତ୍ର କାର୍ଯ୍ୟ ହେବ । ଏହା ହାସଲ ନହେବା ପର୍ଯ୍ୟନ୍ତ ବିଶ୍ରାମ ନାହିଁ । ଆମ ରାଜ୍ୟର ଯୁବକଯୁବତୀ ଏବଂ ଛାତ୍ରଛାତ୍ରୀମାନେ ନିଜ ଦକ୍ଷତା, ପରାକାÂା ଏବଂ ତ୍ୟାଗ ବଳରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ଆହୁରି ସଶକ୍ତ କରି ନୂତନ ଓଡ଼ିଶା ନିର୍ମାଣ ପାଇଁ ଏକ ମନ ଏକ ପ୍ରାଣ ହୋଇ ଲଢ଼ିବେ, ଏହାହିଁ ଆମର ଉଦେ୍ଧଶ୍ୟ ବୋଲି ଶ୍ରୀ ପାତ୍ର କହିଥିଲେ ।

ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଏହି କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଯୁବ-ଛାତ୍ରଙ୍କୁ ସାମିଲ କରାଯିବ । ସ୍ଥାନୀୟ ନେତାଙ୍କ ସମେତ ସେହି ଅଞ୍ଚଳର ଣକ୍ଟଙ୍କଦ୍ଭଶ ଇମଷସଙ୍ଖରrମାନଙ୍କୁ ସାମିଲ କରାଯିବ । ଏହି ପ୍ରକ୍ରିୟାକୁ ନିରନ୍ତର ଓ ନିରବଚ୍ଛିନ୍ନ କରାଯିବା ନିମନ୍ତେ ସୋସିଆଲ୍‍ ମିଡିଆର ବହୁଳ ଉପଯୋଗ ଉପରେ ଗୁରୁତ୍ୱ ଆରୋପ କରାଯିବ ।

ବିଭିନ୍ନ ଅଞ୍ଚଳର ଉତ୍ସାହୀ ଯୁବକ ଏବଂ ଛାତ୍ରମାନେ ଆଗାମୀ ଦିନରେ ଏହି ସଂପର୍କ ଅଭିଯାନର ସୂତ୍ରଧର ହେବେ । ଅଧିକରୁ ଅଧିକ ଯୁବକ ଏବଂ ଛାତ୍ରମାନେ ଏହି ଅଭିଯାନରେ ସାମିଲ ହୋଇ ବିଜେଡିର ଯୁବକ ଏବଂ ଛାତ୍ର ସଂପର୍କ ଅଭିଯାନକୁ ସଫଳ କରାଇବା ସହିତ ଓଡ଼ିଶାର ବିକାଶ ଧାରା ବଜାୟ ରଖିବା ପାଇଁ ଆମର ପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ସହିତ ଏହି ଅଭିଯାନ ମାଧ୍ୟମରେ ଯୋଡ଼ିହେବେ ବୋଲି ଶ୍ରୀ ପତ୍ରୀ ଓ ଶ୍ରୀ ପାତ୍ର ମିଳିତ ଭାବେ କହିଛନ୍ତି ।

Leave A Reply

Your email address will not be published.