ପୁଣି ଯାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ଓ ଲୁଟମାର ଅଭିଯୋଗ

0 1

Imageରାୟଗଡା କାଶୀପୁରରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଥାନା ଅନ୍ତର୍ଗତ ଶୁଙ୍ଗେର ପଞ୍ଚାୟତ କଣ୍ଟାମାଲ ଗ୍ରାମ ଠାରେ ପୁନର୍ବାର ଯାତାୟାତ ଲୋକକୁ ମରଣାନ୍ତର ଆକ୍ରମଣ ସହ ଭୟଭୀତ କରି ଲୁଟମାର କରିଥିବା କାଶୀପୁର ଥାନାରେ ଅଭିଯୋଗ କରାଯାଇଛି । ରାୟଗଡା ଓ କଳାହାଣ୍ଡି ଜିଲ୍ଲାର ସିମାବର୍ତ୍ତୀ ଉପାନ୍ତ ଅଞ୍ଚଳରେ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ ର କେରୋପାଇ ଜିପି ଅବସ୍ତିତ। ଏହି ଜିପିର ଲୋକେ ମେଡିକାଲ ଓ ହାଟ ବଜାର ପାଇଁ କାଶୀପୁର ବ୍ଲକ ଉପରେ ପ୍ରାୟ ନିର୍ଭର କରିଥାନ୍ତି।
ମୁଖ୍ୟ ବିଷୟ ହେଲା କେରପାଇ ଜିପି ର କାଞ୍ଚେଲେଖା ଗ୍ରାମର କିଛି ମହିଳା ଓ ପୁରୁଷ ଗତ ବୁଧବାର ରାତ୍ରି ରେ ଶୁଙ୍ଗେର ଜିପି କଣ୍ଟାମାଲ ଗ୍ରାମ ଠାରେ ହଟାତ କିଛି ଦୃବୃତ୍ତଙ୍କ ଦ୍ଵାରା ମରଣାନ୍ତର ଆକ୍ରମଣ ସହ ପାଖାପାଖି ୯୦ ହଜାର ଟଙ୍କାର ଲୁଟମାର ର ଶିକାର ହୋଇଥିବା ପୀଡିତ ମାନେ ପ୍ରକାଶ କରିଛନ୍ତି। ଏହା ଏକମାତ୍ର ରାସ୍ତାଟି ଶୁଙ୍ଗେର ଜିପି ଅନ୍ତର୍ଗତ କଣ୍ଟାମାଲ, ବଣ୍ଡେଲ ଓ ଶାରମ୍ବାଇ ଗ୍ରାମ ମଧ୍ୟ ଦେଇ କାଶୀପୁର କୁ ମୁଖ୍ୟ ସଡକ ଭାବେ ସଂଯଗ କରିଥାଏ। ଏହି ରାସ୍ତାଟିକୁ ଉଭୟ କଳାହାଣ୍ଡି ଓ ରାୟଗଡା ଜିଲ୍ଲାର ସୀମାନ୍ତ ଗ୍ରାମର ଲୋକେ ଶହ ଶହ ବର୍ଷରୁ ବ୍ୟବହାର କରିଥାନ୍ତି। ଠିକ ଏହି ଭଳି କେରପାଇ ଜିପି ମେଲଘରା ଗ୍ରାମର ମହିଳା ଓ ପୁରୁଷ ପୂର୍ବରୁ ଗତ ସମବାର ରାତ୍ରିରେ କଣ୍ଟାମାଲ ଠାରେ ଏହିପରି ଘଟଣାର ଶିକାର ହୋଇ କାଶୀପୁର ଥାନରେ ଅଭିଯୋଗ କରିଛନ୍ତି।
ବାରମ୍ବାର ଉକ୍ତ ଗ୍ରାମରେ ଏହି ଭଳି ଅତର୍କିତ ଘଟଣା ଘଟୁଥିବାରୁ ସିମାନ୍ତବର୍ତ୍ତୀ ଲୋକେ ଭୟଭୀତ ହେଉଥିବା ବେଳେ କଣ୍ଟାମାଲ ଗ୍ରାମର କିଛି ଲୋକ ସମ୍ପୃକ୍ତ ଥିବା ପୋଲିସ ସନ୍ଧେହ କରିଛି ଏବଂ ଘଟଣାର ଅଭିଯୋଗ କ୍ରମେ ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କାଶୀପୁର ଥାନା ପକ୍ଷରୁ ସୂଚନା ଦିଆ ଯାଇଛି ।

Leave A Reply

Your email address will not be published.