ଚାରି ଜାଲି ଶିକ୍ଷକଙ୍କ ବିରୁଦ୍ଧରେ ଅଭିଯୋଗ

0 2

Imageରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ଗୋଷ୍ଠି ଶିକ୍ଷା ବିଭାଗ ଅଧିନ ରେ ଥିବା ୪ ଜଣ ଜାଲିଆତି ଶିକ୍ଷକ ଚିହ୍ନଟ । ଏ ନେଇଁ ଦୁଇଜଣ ଶିକ୍ଷକଙ୍କ ବିରୁଦ୍ଧରେ କାଶୀପୁର ଥାନା ରେ ବିଭାଗ ପକ୍ଷରୁ ଲିଖିତ ଅଭିଯୋଗ ହୋଇ ଥିବା ଜଣା ପଡିଛି। ଏହି କ୍ରମେ କାଶୀପୁର ବ୍ଲକ ଶିକ୍ଷା ବିଭାଗ ରେ ୨୦୧୨ ଏବଂ ୨୦୧୮ ନିଯୁକ୍ତି ସମୟରେ କିଛି ଶିକ୍ଷକ ଜାଲ ପ୍ରମାଣ ପତ୍ର ଜରିଆରେ ଅଦ୍ୟାବଧି କାର୍ଯ୍ୟରତ ଥିବା ବେଳେ ବିଭାଗ ପକ୍ଷରୁ ହେଇଥିବା ତଦନ୍ତ ରେ ବର୍ତ୍ତମାନ ୪ ଜଣ କାର୍ଯ୍ୟରତ ଶିକ୍ଷକ ଛନ୍ଦି ହେଇଛନ୍ତି ।

ଏହି ଘଟଣାକୁ ଆଧାର କରି ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣଚନ୍ଦ୍ର ବରିହା ଙ୍କର ନିର୍ଦେଶ ରେ କାଶୀପୁର ବ୍ଲକ ଶିକ୍ଷା ଅଧିକାରୀ ଦୀପ୍ତି ମୟୀ ସିଂ ଆଜି ଦୁଇଜଣ ଶିକ୍ଷକ ଙ୍କ ବରୋଧ ରେ କାଶୀପୁର ଥାନା ଓ ଅନ୍ୟ ଦୁଇଜଣଙ୍କୁ ବିରୋଧ ରେ ଦୋରଗୁଡା ଓ ଟିକିରି ଭଳି ୩ ଥାନାରେ ଲିଖିତ ଅଭିଯୋଗ ଦେଇଥିବା ପ୍ରକାଶ କରିଛନ୍ତି । ଏହି ଭଳି ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ ରେ ପ୍ରାୟ ୨୫ ରୁ ଉର୍ଦ୍ୱ ଜାଲ ଶିକ୍ଷକ କାର୍ଯ୍ୟରୋତ ଥିବା ସୂଚନା ପଦାକୁ ଆସୁଥିବାବେଳେ ନିଯୁକ୍ତି ସମୟରେ ସ୍ଥାନୀୟ ପ୍ରାର୍ଥୀଙ୍କୁ ଉପେକ୍ଷା କରି ଅନ୍ୟତ୍ର ପ୍ରାର୍ଥୀଙ୍କୁ ଅହେତୁକ ଅଗ୍ରାଧିକାର ଦେବା ଉପରେ ଜିଲ୍ଲା ଶିକ୍ଷା ବିଭାଗକୁ ସନ୍ଦେହ ସୃଷ୍ଟି ହେଉଥିବା ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଉଛି ।

Leave A Reply

Your email address will not be published.