ଅମରେନ୍ଦ୍ର ଦାସଙ୍କ ଦ୍ୱାରା ବିଶାଳ ଶୋଭାଯାତ୍ରା ଓ ଶକ୍ତି ପ୍ରଦର୍ଶନ

0

ଜଗତସିଂହପୁର,ତା-୧୧.୦୧.୨୦୨୩/ସୁମନ୍ତ କୁମାର ଦାସ : ଆଜି ବିଶାଳ ଶୋଭାଯାତ୍ରା କରି ଅମରେନ୍ଦ୍ର ଦାସ ଶକ୍ତି ପ୍ରଦର୍ଶନ କରିଛନ୍ତି । ଗାନ୍ଧୀଛକ ଠାରୁ ଚର୍ଚ୍ଚିକାବଜାର ପର୍ଯ୍ୟନ୍ତ ଯାତ୍ରାରେ ଆସି ଏଠାରେ ଆୟୋଜିତ କର୍ମୀ ସମ୍ମିଳନୀରେ ଯୋଗ ଦେଇଥିଲେ | ସେହି ସମ୍ମିଳନୀରେ ଯୋଗଦେଇ କହିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ନେତୃତ୍ବରେ ଓ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ପରିଶ୍ରମରେ ରାଜ୍ୟର ବିକାଶ ହୋଇଥିବା ବେଳେ ଜଗତସିଂହପୁରରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ‘ନୂଆ-ଓ, ହକି, ପରିକ୍ରମା ପ୍ରକଳ୍ପ ଅବସରରେ ବୁଲୁଥିବା ରଥ କାର୍ଯ୍ୟକ୍ରମ ଭଳି ସରକାରୀ କାମରେ ଚାନ୍ଦା ଆଦାୟ କରାଯାଉଛି। ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀ ଲୋକ ବହୁତ ଖୁସି ଅଛନ୍ତି। ନିର୍ବାଚନ ଠାରୁ ଆଜି ପର୍ଯ୍ୟନ୍ତ ନା ପଦଯାତ୍ରା ହେଉଛି, ନା କର୍ମୀ ସମାବେଶ। ଲୋକ ଖୋଜିଲେ ମଧ୍ୟ ବିଧାୟକଙ୍କୁ ପାଉ ନାହାନ୍ତି । ଦଳୀୟ ଅଫିସ ଆସୁଛନ୍ତି ଚାଲି ଯାଉଛନ୍ତି। ସେହିପରି ଜଣେ ନେତା ଆଜି ମିଶିବେ, କାଲି ମିଶିବେ ବୋଲି ତାଙ୍କର କର୍ମୀମାନେ ପ୍ରଚାର କରୁଛନ୍ତି। କିନ୍ତୁ ନିର୍ବାଚନମଣ୍ଡଳୀରେ ତାଙ୍କୁ ଲୋକ ଦେଖୁ ନାହାନ୍ତି। ମୁଖ୍ୟମନ୍ତ୍ରୀ ବହୁ ଯୁଗାନ୍ତକାରୀ ଯୋଜନା କରିଛନ୍ତି । ନୂଆ ଜଗତସିଂହପୁର ଗଠନ ଦିଗରେ ଆଗେଇ ଆସିବା ପାଇଁ କର୍ମୀ, ସମର୍ଥକଙ୍କୁ ଆହ୍ବାନ ଦେଇଥିଲେ ଅମରେନ୍ଦ୍ରା ପୂର୍ବତନ ଜିଲ୍ଲାପରିଷଦ ସଭାପତି ଦେବୀଦତ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଜଗତସିଂହପୁର ଓ ନାଉଗାଁ ନିର୍ବାଚନମଣ୍ଡଳୀର ହଜାର ହଜାର ସଂଖ୍ୟାରେ ନେତା, କର୍ମୀ, ଛାତ୍ର, ଯୁବ, ମହିଳା ସଂଗଠକମାନେ ଯୋଗ ଦେଇଥିଲେ । ପୂର୍ବାହ୍ନରେ ଗାନ୍ଧିଛକ ଠାରୁ ଶୋଭାଯାତ୍ରା ବାହାରି ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଚର୍ଚ୍ଚିକାବଜାର ସ୍ଥିତ ସଭାସ୍ଥଳକୁ ଯାଇଥିଲେ ଏହି ଅବସରରେ ତ ତରଡ଼ାପଡ଼ା ପଞ୍ଚାୟତର ପୂର୍ବତନ କଂଗ୍ରେସ ସରପଞ୍ଚ ବିନ୍ଦିଆ ମହାନ୍ତି, ନାଉଗାଁ ବ୍ଲକ ଅଲଣା ପଞ୍ଚାୟତର ପୂର୍ବତନ କଂଗ୍ରେସ ସରପଞ୍ଚ ବିଶାଖା ଦାସ, ଓଷକଣା ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ଜୟନ୍ତୀ ଭୋଇ, ଗଳଧାରୀ ପଞ୍ଚାୟତର ବହୁ କର୍ମୀ ବିଜେଡିରେ ସାମିଲ ହୋଇଥିଲେ।

Leave A Reply

Your email address will not be published.