ମାଁ ତାରା ତାରିଣୀ ମହୋତ୍ସବ ରେ ପଣ୍ଡିତ ଗୁରୁ ରଘୁନାଥ ପାତ୍ର ”କଳାଶ୍ରୀ ସମ୍ମାନ”ରେ ସମ୍ମାନୀତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବ୍ରହ୍ମପୁର ଖଲ୍ଲିକୋଟ କଲେଜ ପଡିଆ ଠାରେ ଦୁଇ ଦିନ ଧରି ଅନୁଷ୍ଠିତ ମାଁ ତାରା ତାରିଣୀ ମହୋତ୍ସବ -୨୦୨୪ ଅବସରରେ ପାରଳାର ବିଶିଷ୍ଟ ସଙ୍ଗୀତଜ୍ଞ ପଣ୍ଡିତ ଗୁରୁ ରଘୁନାଥ ପାତ୍ର ”କଳାଶ୍ରୀ ସମ୍ମାନ”ରେ ସମ୍ମାନୀତ ହୋଇଛନ୍ତି।
ଓଡିଶୀ ନୃତ୍ୟାୟନ ତରଫରୁ ଆୟୋଜିତ ଉକ୍ତ ଉତ୍ସବରେ ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ଶ୍ରୀଯୁକ୍ତ ବିକ୍ରମ ପଣ୍ଡା , ସ୍ଥାନୀୟ ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ , ଖଲ୍ଲିକୋଟ ବିଶ୍ୱ ବିଦ୍ୟାଳୟର କୁଳପତି ଡ଼.ପ୍ରଫୁଲ ମହାନ୍ତି ପ୍ରମୁଖ ଯୋଗଦେଇ ଗୁରୁ ଶ୍ରୀ ରଘୁନାଥ ପାତ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଅନୁଷ୍ଠାନର ସମ୍ପାଦକ ଗୁରୁ ଶିବରାମ ବାରିକ , ଡ଼. ଚନ୍ଦନ ଗନ୍ତାୟତ , ଅଭୟେନ୍ଦୁ ପଟ୍ଟନାୟକ , ପ୍ରଭାତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ପରେ ଗୁରୁ ଶ୍ରୀ ପାତ୍ର ଓ ତାଙ୍କ ଦଳ ତରଫରୁ ଫ୍ୟୁଜନ୍ ମ୍ୟୁଜିକ ପରିବେଷଣ କରିଥିଲେ।

Leave A Reply

Your email address will not be published.