ଗୁଣପୁର ସନ୍ତୋଷ କୁମାର ସୁବୁଦ୍ଧି: ସ୍ଥାନୀୟ ଗୁଣପୁର ଗାୟତ୍ରୀ ଫାର୍ମାସୀ ମହାବିଦ୍ୟାଳୟରେ ୨୦୨୩-୨୪ ଶିକ୍ଷାବର୍ଷରେ ବିଭିନ୍ନ ପାଠ୍ୟକ୍ରମ ଯଥା ବି.ଫାର୍ମାସି,ଏମ୍.ଫାର୍ମାସି,ଡି.ଫାର୍ମାସି, ବି.ଏସ.ସି. ନର୍ସିଂ, ଡି.ଏମ.ଏଲ.ଟି ଆଦି ବିଷୟରେ ନୂତନ ଭାବରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କୁ ସ୍ବାଗତ କରାଯାଇଥିଲା । ଇତି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅକ୍ଷୟ ଦାସ, ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଞ୍ଜୟ ସାହୁ, ପ୍ରିନ୍ସିପାଲ ଡ଼ଃ.ପ୍ରକାଶ ଚନ୍ଦ୍ର ସେନାପତି,ଭାଇସ ପ୍ରିନ୍ସିପାଲ ଡଃ.କାହ୍ନୁଚରଣ ଚରଣ ପାଣିଗ୍ରାହୀ, ପ୍ରଶାସନିକ ଅଧିକାରୀ ପି.ଭି.କୋଟେଶ୍ୱର ରାଓ ଓ ପ୍ରାଧ୍ୟାପକ ଜଗଦୀଶଖୁଣ୍ଟିଆ ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ଏହି ଅବସରରେ ସମସ୍ତ ମଞ୍ଚାସୀନ ଅତିଥିମାନେ ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ଅଧ୍ୟାପିକା ସୁଜାତା ନାୟକ ଏବଂ ବୋଦଲା ଚନ୍ଦ୍ରିକା କୁମାରୀ ସଂଯୋଜନା କରିଥିଲେ । ପରିଶେଷରେ ଅଧ୍ୟାପିକା ପ୍ରିୟଙ୍କା ପାଢି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅର୍ଚ୍ଚନା ଚାନ୍ଦ, ମହାଲକ୍ଷ୍ମୀ ଦାସ, ଅଭିଳାଷ ଦାସ,ଶାଶ୍ଵତୀ ବେହେରା, ଲୋହା ବାଉରୀ,ମନସ୍ବିନୀ ବେହେରା,ତୃପ୍ତିମୟୀ ବେହେରା,ପ୍ରବିଣ ମିଶାଲ,ରାଜେଶ ଗଙ୍ଗା, ରାଜୀବ ପଣ୍ଡା, ସୋନାଲି ଦାଶ, ପ୍ରଫୁଲ୍ଲ ମହାନ୍ତି,ପ୍ରଫୁଲ୍ଲ ପଟ୍ଟନାୟକ,ବାବୁଲା ଦାସ,ବିଷ୍ଣୁ ରଥ,ଦେବେନ୍ଦ୍ର ମିଶାଲ,ମମତା ପଣ୍ଡା,ରବି ଗୌଡ,ରାଜକୁମାର ବିଡିକା ପ୍ରମୁଖ କର୍ମଚାରୀ କର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।