ଜଗତସିଂହପୁର,ତା-୦୯.୦୧.୨୦୨୪/ସୁମନ୍ତ କୁମାର ଦାସ: ଆଜି ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ରାଜ୍ଯ ବିପର୍ଯ୍ଯୟ ପରିଚାଳନା କର୍ତ୍ତୃପକ୍ଷ ର ମିଳିତ ଆନୁକୂଲ୍ୟରେ ସମ୍ଭାବ୍ଯ ରାସାୟନିକ ଦୁର୍ଘଟଣା ର ମୁକାବିଲା ନିମନ୍ତେ ମକ୍ ଡ୍ରିଲ ଆୟୋଜନ ପାଇଁ ଆଭାସୀ ମାଧ୍ୟମରେ, ସ୍ପେଶାଲ ରିଲିଫ୍ କମିଶନର ଶ୍ରୀ ସତ୍ୟବ୍ରତ ସାହୁ ଙ୍କ ଅଧ୍ୟକ୍ଷତାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଶିଳ୍ପ ଅନୁଷ୍ଠାନ ଥିବା ରାଜ୍ଯ ର ଦଶ ଟି ଜିଲ୍ଲା (ଅନୁଗୁଳ, ବାଲେଶ୍ବର, ଭଦ୍ରକ, କଟକ, ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା, ମୟୁରଭଞ୍ଜ, ରାୟଗଡା ଓ ସୁନ୍ଦରଗଡ)କୁ ନେଇ ଆୟୋଜିତ ଏହି କର୍ମଶାଳା ରେ ଜଗତସିଂହପୁର ଜିଲ୍ଲା ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଚିନ୍ମୟୀ ବିଶ୍ଵାଳ ଆସନ୍ତା ତା ୧୧.୦୧.୨୦୨୪ରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ମକ୍ ଡ୍ରିଲ ଓ ଜିଲ୍ଲା ପ୍ରଶାସନ ର ବିଭିନ୍ନ ପ୍ରସ୍ତୁତି ଉପରେ ପାୱାର ପଏଣ୍ଟ ମାଧ୍ୟମରେ ଉପସ୍ଥାପନ କରିଥିଲେ। ଜିଲ୍ଲା ର ପାରାଦ୍ଵୀପ ଠାରେ ଗଢି ଉଠିଥିବା ବୃହତ୍ ଶିଳ୍ପାନୁଷ୍ଠାନରେ ସମ୍ଭାବ୍ଯ ରାସାୟନିକ ଦୁର୍ଘଟଣା ର ମୁକାବିଲା ନିମନ୍ତେ ଆଗୁଆ ପ୍ରସ୍ତୁତି, ସୁରକ୍ଷା ବନ୍ଦୋବସ୍ତ ନେଇ ସମୀକ୍ଷା କରିଥିଲେ ଶ୍ରୀମତୀ ବିଶ୍ଵାଳ। ପାରାଦ୍ୱୀପ ର 4 ଗୋଟି ଶିଳ୍ପାନୁଷ୍ଠାନ ଯଥା , ପାରାଦ୍ଵୀପ ପୋର୍ଟ, ଆଇ ଓ ସି ଏଲ୍, ଇଫକୋ,ପି ପିଏଲ ନିମନ୍ତେ ଏହି ମକ୍ ଡ୍ରିଲ ଅନୁଷ୍ଠିତ ହେବ। ଏହି ସମୟରେ ପ୍ରଭାବିତ ଲୋକମାନଙ୍କୁ ସ୍ଥାନାନ୍ତରିତ କରିବା, ଆବଶ୍ୟକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଏବଂ ଶାନ୍ତି ଶୃଙ୍ଖଳାର ସହ ବିପର୍ଯ୍ଯୟ ର ମୁକାବିଲା କରିବା ନେଇ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ଆୟୋଜନ କରାଯାଇଛି ବୋଲି ସୂଚନା ଦେଇଥିଲେ ଅତିରିକ୍ତ ଜିଲ୍ଲାପାଳ। ଏଥିପାଇଁ ପୂର୍ବରୁ ସମସ୍ତ ପ୍ରକାରର ବ୍ୟବସ୍ଥା ନିମନ୍ତେ ବିଭାଗୀୟ ଅଧିକାରୀ ମାନଙ୍କୁ ଦାୟିତ୍ଵ ବଣ୍ଟନ କରାଯାଇଥିଲା। ଅଫ ସାଇଟ ଓ ଅନ ସାଇଟ ଇମର୍ଜେନ୍ସି ପ୍ଲାନ ପ୍ରସ୍ତୁତି, ଆଶ୍ରୟ ସ୍ଥଳ ନିରୂପଣ, ସ୍ୱାସ୍ଥ୍ୟ ସେବା ନିମନ୍ତେ ପ୍ରାକ୍ ପ୍ରସ୍ତୁତି, ପ୍ରଭାବିତ ମାନଙ୍କୁ ତୁରନ୍ତ ମେଡିକାଲ ରେ ପହଞ୍ଚାଇବା ପାଇଁ ଗ୍ରୀନ କରୀଡର ର ବ୍ୟବସ୍ଥା, ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟନ, ଅଗ୍ନି ନିର୍ବାପକ ଯନ୍ତ୍ର ର ବ୍ୟବସ୍ଥା, ମାଇକ ଦ୍ଵାରା ସଚେତନତା ସୃଷ୍ଟି ଇତ୍ୟାଦି ବିଷୟରେ ପ୍ରଶାସନ ପକ୍ଷରୁ ନିଆଯାଇଥିବା ସମସ୍ତ ବ୍ୟବସ୍ଥା ଗୁଡିକୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ ଅତିରିକ୍ତ ଜିଲ୍ଲାପାଳ। 11 ତାରିଖ ରେ ହେବାକୁ ଥିବା ମକ୍ ଡ୍ରିଲ ରେ ପୋଲିସ, ସ୍ଵାସ୍ଥ୍ୟ ବିଭାଗ, ଅଗ୍ନିଶମ ବିଭାଗ, ମିଶନ ଶକ୍ତି, ଆଶା କର୍ମୀ, ଆପଦ ମିତ୍ର, ଓଡ୍ରାଫ୍, ଟାସ୍କ ଫୋର୍ସ, ସିଭିଲ ଡିଫେନ୍ସ ଭଲ୍ଯୁଣ୍ଟିୟର ଆଦି ଙ୍କ ଭୂମିକା ସମ୍ପର୍କରେ ବୁଝାଇଥିଲେ ଶ୍ରୀମତୀ ବିଶ୍ଵାଳ।ଜିଲ୍ଲା ସ୍ତରରେ ଏହି କର୍ମଶାଳା ରେ ଅନ୍ୟ ମାନଙ୍କ ମଧ୍ୟରେ ଫ୍ୟାକ୍ଟ୍ରି ଆଣ୍ଡ ବଏଲର ବିଭାଗ ସହକାରୀ ନିର୍ଦ୍ଦେଶକ ଶ୍ରୀ ଚନ୍ଦ୍ରକାନ୍ତ ଦଳାଇ,ଜିଲ୍ଲା ଜରୁରୀ ବିଭାଗ ଅଧିକାରୀ ଶ୍ରୀ ଉମେଶ ଚନ୍ଦ୍ର ଲେଙ୍କା,ଜିଲ୍ଲା ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ର ସାଇଣ୍ଟିଷ୍ଟ ଶ୍ରୀମତୀ ବିବେଚିତା ଷଡଙ୍ଗୀ, ବି ଡି ଓ, ତହସିଲଦାର, ବିଭିନ୍ନ ବିଭାଗର ଅଧିକାରୀ ମାନେ ଏବଂ ପାରାଦ୍ଵୀପ ର 4 ପ୍ରମୁଖ ଶିଳ୍ପ ଅନୁଷ୍ଠାନ ଯଥା ,ଇଫକୋ ପି ପି ଏଲ, ଆଇ ଓ ସି ଏଲ ଓ ପାରାଦ୍ବୀପ ପୋର୍ଟ ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ସମ୍ପୃକ୍ତ କର୍ମକର୍ତ୍ତା ମାନେ ମଧ୍ୟ ଜରୁରୀ ବିପର୍ଯ୍ୟୟ ର ମୁକାବିଲା ପାଇଁ ସେମାନଙ୍କ ଦ୍ଵାରା ଗ୍ରହଣ କରାଯାଇଥିବା ସୁରକ୍ଷା ପଦକ୍ଷେପ ଏବଂ ମକ୍ ଡ୍ରିଲ ର ପ୍ରସ୍ତୁତି ସମ୍ପର୍କରେ ବୁଝାଇଥିଲେ।
Sign in
Sign in
Recover your password.
A password will be e-mailed to you.