ଆଧ୍ୟାତ୍ମିକ ପରିବେଶରେ ନିଶ୍ଚିନ୍ତକୋଇଲି ପଞ୍ଚାୟତ ରେ ଜୟ ଜଗନ୍ନାଥ ଅର୍ପଣ ରଥ କାର୍ଯ୍ୟକ୍ରମ l

0

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ଓଡ଼ିଶା ସରକାରଙ୍କ ନିରବଚ୍ଛିନ୍ନ ପ୍ରଚେଷ୍ଟା ରେ ଓଡ଼ିଆଙ୍କର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇ ଚଳିତ ଜାନୁୟାରୀ ୧୭ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗକୃତ ହେବ। ଏହାର ଅବ୍ୟବହିତ ପୂର୍ବରୁ ଜଗନ୍ନାଥ ସଂସ୍କୃତିକୁ ଉଜ୍ଜୀବିତ କରିବା ପାଇଁ ନୂତନ ଉନ୍ମାଦନାର ସ‌ହ ଜଗନ୍ନାଥ ପ୍ରେମୀ ମାନେ ପ୍ରତ୍ୟେକ ଗ୍ରାମ ଓ ପଢ଼ାରେ ଜଗନ୍ନାଥ ରଥ ଅନୁରୂପ (ଅର୍ପଣ ରଥ) ସହ ସଂକୀର୍ତ୍ତନ ମଣ୍ଡଳୀର ତାଳେ ତାଳେ ନିଜକୁ ଜଗନ୍ନାଥଙ୍କ ସେବାରେ ହଜାଇ ଦେଇଛନ୍ତି । ଏହି ଅବସରରେ ନିଶ୍ଚିନ୍ତକୋଇଲି ବ୍ଲକ ନିଶ୍ଚିନ୍ତକୋଇଲି ପଞ୍ଚାୟତରେ ଜୟ ଜଗନ୍ନାଥ ଅର୍ପଣ ରଥ ଭବ୍ୟ ସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଗ୍ରାମବାସୀମାନେ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିବା ସହିତ ନିଜ ଘରୁ ଅକ୍ଷତ ଅରୁଆ ଋଉଳ ଏବଂ ଗୋଟିଗୁଆ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଥିଲେ l ଏପରିକି କୀର୍ତ୍ତନ ମଣ୍ଡଳୀ, ଘଣ୍ଟ ପାଟୁଆ, ଘୋଡା ନାଚ, ଲଉଡି ଖେଳ, ଓଡିଶୀ ଆଦି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସମଗ୍ର ପରିବେଶକୁ ଜଗନ୍ନାଥ ଧାମରେ ପରିଣତ କରିଥିଲା l ଏହି କାର୍ଯ୍ୟକ୍ରମରେ ବିଡ଼ିଓ ଧର୍ମରଞ୍ଜନ ପଣ୍ଡା, ବ୍ଲକ ଅଧକ୍ଷା ରୋଜି ସେଠି, ଉପାଧକ୍ଷ ଅଶୋକ କୁମାର ଓଝା, ପୂର୍ବତନ ସରପଞ୍ଚ କ୍ଷୀରୋଦ ପଣ୍ଡା, ଦେବେନ୍ଦ୍ର କୁମାର ସାହୁ, ଜିଲ୍ଲା ପରିଷଦ ସଭ୍ୟ ବିପ୍ଳବ କାପ ଙ୍କ ସମେତ ସମସ୍ତ ଗ୍ରାମବାସୀ ମାନେ ଯୋଗଦାନ କରିଥିଲେ l ମୁଖ୍ୟମନ୍ତ୍ରୀ ଙ୍କ ଏଭଳି କାର୍ଯ୍ୟକ୍ରମ କୁ ସାଧାରଣରେ ଦୃଢ ପ୍ରଶଂସା କରାଯାଇଥିଲା l

Leave A Reply

Your email address will not be published.