ଗୁଣପୁରରୁ ସିଦ୍ଧାର୍ଥ ଦାଶ : ତିତିଲି ବାତ୍ୟା ପ୍ରଭାବରେ ଗୁଣପୁର – ନୌପଡା ରେଳପଥର ଟ୍ରାକ୍, ରେଳଷ୍ଟେସନ, ସିଗନାଲ୍ ଖୁଣ୍ଟ ବ୍ୟାପକ କ୍ଷତିଗ୍ରସ୍ତ ଯୋଗୁଁ 13 ଦିନ ରେଳ ଚଳାଚଳ ବନ୍ଦ ରହିଥିଲା। ବିଶାଖାପାଟଣା ରେଳ ଡିଭିଜନ ଅଧୀନରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇ ସ୍ଵାଭାବିକ ଅବସ୍ଥାକୁ ଫେରାଇ ଆଣିବାରେ ସକ୍ଷମ ହୋଇଥିଲେ। ଗତକାଲି ଏହି ରେଳପଥରେ ପରୀକ୍ଷା ମୂଳକ ଭାବେ ମରାମତି ହୋଇଥିବା ଟ୍ରାକ୍ ଉପରେ ରେଳ ଇଞ୍ଜିନ୍ ଓ ବିଶାଖାପାଟଣା – ଗୁଣପୁର ପାସେଞ୍ଜର ଟ୍ରେନ୍ ଚଳାଚଳ କରିଥିଲା। ଗୁରୁବାର ଡିଭିଜନ ପକ୍ଷରୁ ଟ୍ରେନ୍ ଚଳାଚଳ ପାଇଁ ସବୁଜ ସଂଙ୍କେତ ମିଳିଛି। ଗୁରୁବାରଠାରୁ ଏହି ରାସ୍ତା ଦେଇ ଯାତାୟତ କରୁଥିବା ସମସ୍ତ ଟ୍ରେନ ବିଶାଖାପାଟଣା – ଗୁଣପୁର, ଗୁଣପୁର – ପୁରୀ, ଗୁଣପୁର – ପାଲାସା, ରାଉରକେଲା – ଗୁଣପୁର ଟ୍ରେନ ଆଦି ଚଳାଚଳ କରିବ ବୋଲି ବିଶାଖାପାଟଣା ରେଳ ଡିଭିଜନ ଡି. ଆର୍.ଏମ୍ ମୁକୁଲ ସରଣ ମାଥୁର ସୂଚନା ଦେଇଛନ୍ତି।