ସଡ଼କ ସୁରକ୍ଷା ସପ୍ତାହ ଉପଲକ୍ଷେ ଗଜପତି ଜିଲ୍ଲାରେ ସଚେତନତା ରଥର ଶୁଭାରମ୍ଭ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜାନୁୟାରୀ ୦୧ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ସଚେତନତା ସପ୍ତାହ ପାଳିତ ହେଉଛି। ଆଜି (ସୋମବାର ଦିନ) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଡ଼କ ସୁରକ୍ଷା ସଚେତନତା ରଥକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ସବୁଜ ପତାକା ଦେଖାଇ ରଥକୁ ଶୁଭାରମ୍ଭ କରିଛନ୍ତି ।
ଏହି ରଥ ଜିଲ୍ଲାର ପ୍ରତ୍ୟେକ ସ୍ଥାନରେ ଏହି ସଚେତନତା ରଥ ଜନସାଧରଙ୍କ ନିକଟକୁ ପହଞ୍ଚିବା ସହିତ ସମସ୍ତଙ୍କୁ ସଚେତନତା କରାଯିବ ଏହା ସହିତ ଜାତୀୟ ସଡକ ସୁରକ୍ଷା ଚଳଚ୍ଚିତ୍ର ସମ୍ପୃକ୍ତ ଜିଲ୍ଲାର ସମସ୍ତ ବ୍ଲକ ଓ ଗ୍ରାମରେ ପ୍ରଦର୍ଶିତ ହେବ। ମୁଖ୍ୟତଃ ହେଲମେଟ୍ ବ୍ୟବହାର କରିବା , ଦ୍ରୁତ ବେଗରେ ଗାଡ଼ି ଚଳାଇବା ନାହିଁ , ଟ୍ରାଫିକ ନିୟମ ପଳନ କରିବା , ସିଟ ବେଲ୍ଟ ବ୍ୟବହାର କରିବା , ମଦ୍ୟପାନ କରି ଗାଡ଼ି ଚଳାଇବା ନାହିଁ , ଗାଡ଼ି ଚଳାଇବା ବେଳେ ମୋବାଇଲରେ କଥା ହେବା ନାହିଁ ଏହି ପରି ଅନେକ ସଚେତନତା ବାର୍ତ୍ତା ପ୍ରଦାନ କରାଯିବ।
ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସ ଓ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ , ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀଯୁକ୍ତ ଶାନ୍ତନୁ କୁମାର ପରିଡ଼ା , ତୁଷାର ହେମ୍ବ୍ରମ ସମେତ ବିଭାଗୀୟ କର୍ମଚାରୀ ଗଣ ଉପସ୍ଥିତ ଥିଲେ।

Leave A Reply

Your email address will not be published.