ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସହଯୋଗରେ ଏକ ଅଭିନବ ଷ୍ଟାଡିୟମ ପାଇଁ 50 ଲକ୍ଷ ଟଙ୍କା ଯୋଗାଇ ଦିଆଯିବ- ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ l
(ମାହାଙ୍ଗା -ଶାସକ ପ୍ରଶାସକ): ଏକ ବର୍ଣ୍ଣାଢ୍ୟ ଖଚ୍ଚାଖଚ୍ଚ ଜନସମୁଦ୍ର ମଧ୍ୟରେ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ସାହାପୁର ବାଲିପଡିଆ ଠାରେ ମାହାଙ୍ଗା ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି l ମୁଖ୍ୟଅତିଥି ଭାବେ ବିଜେଡି ସାଂଗଠନିକ ସମ୍ପାଦକ, ଓଡିଶା କ୍ରିକେଟ ଆସୋସିଏସନ ସଭାପତି ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇ କ୍ରିକେଟ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଆଗାମୀ ଦିନରେ ଖେଳା ଯାଉଥିବା ପଡିଆ ର ଉନ୍ନତି କରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସହଯୋଗ ରେ 50 ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଯୋଗାଇଦେବେ ବୋଲି ଘୋଷଣା କରିବା ସହିତ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଏବଂ ଯୁବନେତା ପ୍ରକାଶ କୁମାର ମହାନ୍ତି ଙ୍କ ଏଭଳି ଉଚ୍ଚକୋଟିର ଆୟୋଜନ ପାଇଁ ଧନ୍ୟବାଦ ଜଣାଇଥିଲେ ।
ଏଥିରେ ବିଶିଷ୍ଟ ଅତିଥି ଭାବେ ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦଇ ଏହି ଖେଳକୁ ଆଗମୀ ଦିନରେ ଅଧିକ ବ୍ୟାପକ ଭାବେ ଅୟୋଜନ କରିବା ପାଇଁ ପ୍ରକାଶ କହିଥିଲେ। ଏଥିରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଓ ଭାରତୀୟ କ୍ରିକେଟ ଟିମ୍ ପୂର୍ବତନ ଖେଳାଳି ଦିନେଶ ମଙ୍ଗିଆପ୍ରମୁଖ ଅତିଥି ଭାବେ ଯୋଗଦେଇ କ୍ରିକେଟ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଶେଷରେ ଅତିଥି ଙ୍କ ଦ୍ୱାରା ଚମ୍ପିୟାନ, ରନର୍ଶଅପ ଦଳ ଏବଂ ଶ୍ରେଷ୍ଟ କ୍ରୀଡାବିତ୍ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିସହ, ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ, ଅସୀମା ପଣ୍ଡା ଓ ଅଭିନେତ୍ରୀ ଅର୍ଚ୍ଚିତା ଙ୍କ ନାଚ ଗୀତ ସାଙ୍ଗକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରେ ଦର୍ଶକ ଝୁମିବା ସହ ଜିରୋ ନାଇଟ ସେଲିବ୍ରେଶନ କରିଥିଲେ l
ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧକ୍ଷା ଦୀପା ମଲିକ, ଉପାଧକ୍ଷ ସତ୍ୟ ନାରାୟଣ ମହାନ୍ତି, କଟକ ଜିଲ୍ଲା ଯୁବ ବିଜେଡି ଉପସଭାପତି ସ୍ୱାଧୀନ ମହାନ୍ତି ଓ ସରପଞ୍ଚ ସାରଦା ପ୍ରସାଦ ମହାନ୍ତି, ପୂର୍ବତନ ବ୍ଲକ ଅଧକ୍ଷ କିଶୋରଚନ୍ଦ୍ର ସିଂହ, ଜିଲ୍ଲା ପରିଷଦ ସଭ୍ୟ ରିୟାଜୁଲ ହୋଦା, ସୁସ୍ମିତା ଦାସ, ପୂର୍ବତନ ସରପଞ୍ଚ ଅର୍ଚନା ଦାସ, ଯୁବନେତା ପ୍ରକାଶ କୁମାର ମହାନ୍ତି, ଭବାନୀ ଶଙ୍କର ସାମଲ, ଅମୀୟ ନାୟକ, ପଂଚାୟତ ଫେଡେରେସନ ସଭାପତି ଗୀତାଞ୍ଜଳି ମହାନ୍ତି, ସମ୍ପାଦକ କ୍ଷମାମୟୀ ସିଂହ, ପୂର୍ବତନ ସମିତି ସଭ୍ୟା ସୁବାସି ବେହେରା, ପଂଚାୟତ ବିଜେଡି ସଭାପତି ଅକ୍ଷୟ ସିଂହ, ଛାତ୍ର ନେତା ହିତେଶ ରାଉତ, ତ୍ରିନାଥ ଜେନା, ପ୍ରମୁଖ, ବିଶ୍ୱେଶ୍ୱର ମହାନ୍ତି,ସୁବାଷ ସିଂହ, ଆଶିଷ ମହାନ୍ତି, ସମରଜିତ ପରିଡା, ବିଶ୍ୱନାଥ ପ୍ରତାପ ସିଂହ, ବିକ୍ରମ ସାହୁ, ଶୀତ ସାହୁ, କେଶବ ଲେଙ୍କା, ରଞ୍ଜନ ରାଉତ, ୟାକୁବ ଅକତାର, ଅଭିଜିତ ମହାନ୍ତି, ଜୀବନ ଜ୍ୟୋତି ପାଣି,କାଳି କିଙ୍କର ଆଚାର୍ଯ୍ୟ, ସୂର୍ଯ୍ୟକାନ୍ତ ସାହୁ, ନିହାର ରଞ୍ଜନ ସିଂହ, ଉମେଶ ସିଂହ, ବିଜୟ ଜେନା, ସୁବାଷ ମହାନ୍ତି, କଳିଙ୍ଗ ମହାନ୍ତି, କେଶବ ବେହେରା ଙ୍କ ସମେତ ଶତାଧିକ ବିଜେଡି କର୍ମୀ, ସ୍ଥାନୀୟ ଅଞ୍ଚଳବାସୀ ଉପସ୍ଥିତ ରହି କ୍ରିକେଟ ଖେଳ ଏବଂ ଜିରୋ ନାଇଟ ସେଲିବ୍ରେସନ କୁ ଭରପୁର ଉପଭୋଗ କରିଥିଲେ l
