ରାୟଗଡ:-୧/୦୧- ସଡକ ସୁରକ୍ଷା ସପ୍ତାହ ୨୦୨୪ ଆଜି ଠାରୁ ସାତ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ l ଏହି ଅବସରରେ ଜିଲ୍ଲାରେ ସଡକ ସୁରକ୍ଷା ସଚେତନତା ସପ୍ତାହ ପାଳନ ପାଇଁ ଜିଲ୍ଲା ପ୍ରଶାସନ ତଥା ଆଞ୍ଚଳିକ ପରିବହନ ସଂସ୍ଥା ରାୟଗଡା ତରଫରୁ ସପ୍ତାହ ବ୍ୟାପୀ ଅନୁଷ୍ଠିତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଅବସରେ ବିଦ୍ୟାଳୟ ମହା ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସଡକ ସୁରକ୍ଷା ସଚେତନତାର ପାଇଁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଜାନୁଆରୀ ଏକ ତାରିଖରେ ସଡକ ସୁରକ୍ଷା ସଚେତନତା ଏଲ ଇ ଡି ସଂଯୁକ୍ତ ରଥ ଆରୋକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା,ଅତିରିକ୍ତ ଜିଲ୍ଲାପାଳ ଭାସ୍କର ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ ବିକାଶ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ନିହାର ରଞ୍ଜନ କହଁର ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ସ୍ଥାନୀୟ ଜିଲ୍ଲାପରିଷଦ କାର୍ଯ୍ୟାଳୟ ପରିସରରୁ ଶୁଭାରମ୍ଭ କରାଯlଇଥିଲା l ଏହି ସଚେତନତା ରଥ ରାୟଗଡ ସହର,ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ସଚେତନତା ବାର୍ତ୍ତା ପ୍ରଚାର କରିବା ପାଇଁ ପରିକ୍ରମା କରିବ । ଜିଲ୍ଲାର ବିଭିନ୍ନ ଜନ ଗହଳି ପୂର୍ଣ୍ଣ ଛକ, କାର୍ଯ୍ୟାଳୟ ମାନଙ୍କରେ ଲୋକଙ୍କର ସଚେତନତା ପାଇଁ ବିଭିନ୍ନ ପ୍ରକାରର ସଚେତନ ବାର୍ତ୍ତପାଇଁ ଆଂଚଳିକ ପରିବହନ ବିଭାଗ ପକ୍ଷରୁ ବେନର ଓ ଫ୍ଲେକ୍ସ ଲଗାଯିବ । ଜିଲ୍ଲାର ବିଭିନ୍ନ ସ୍ଥାନ ରେ ପୋଲିସ ପ୍ରଶାସନ ଓ ଆଞ୍ଚଳିକ ପରିବହନ ବିଭାଗ ଅଧିକାରୀଙ୍କ ମିଳିତ ଭାବେ ଟ୍ରାଫିକ,ସଡକ ସୁରକ୍ଷା ନିୟମ ପାଳନ କରିବା ପାଇଁ କଡାକଡି ଭାବେ ଜାନ ବାହାନ ଯାଞ୍ଚ ପ୍ରକ୍ରିୟା ବଳବତ୍ତର ରହିବ। ସରକାରଙ୍କର ସଡକ ସୁରକ୍ଷା ନିୟମ ବିଷୟରେ ଜନ ସାଧରଣଙ୍କର ଅବଗତି ନିମ୍ନନ୍ତେ , ଜିଲ୍ଲାରେ କିଭଳି ବ୍ୟାପକ ପ୍ରସାର ପ୍ରଚାର କରାଯାଇପାରିବ ସେ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବାପାଇଁ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ପଦ୍ଧକ୍ଷେପ ନେବେ । ଜିଲ୍ଲାରେ ସଡକ ଦୁର୍ଘଟଣାରେ ଯେପରି କାହାର ମୂଲ୍ୟବାନ ଜୀବନ ହାନି ନ ଘଟେ ସେଇଥିପାଇଁ ସମସ୍ତେ ସଡକ ସୁରକ୍ଷା ନିୟମ ମାନି ଗାଡି ଚଳେଇବା ପାଇଁ ପରାମର୍ଶ ଏହି ସଚେତନତା ଜିଲ୍ଲା ପରିକ୍ରମା କରିବ । ଆଜିର ଏହି କାର୍ଯ୍ୟକ୍ରମରେ ଅଞ୍ଚିଳିକ ପରିବହନ ଅଧିକାରୀ ଶିବ ଶଙ୍କର ଚୌଧୁରୀ, ମୋଟର ଗାଡ଼ି ନିରୀକ୍ଷକ ରାଜକିଶାର ବେହେରା, କାର୍ଯ୍ୟଳୟର କର୍ମଚାରୀ, ପୋଲିସ ଅଧିକାରୀଗଣ ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.
Next Post