ଭୁବନେଶ୍ୱର: ୩ ଦିନ ବ୍ୟାପୀ ଆୟୋଜିତ ହୋଇଯାଇଛି ଏ ଜି ମିଡଲ୍ୟାଣ୍ଡ କପ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଯେଉଁଥିରେ ମୋଟ ୩୨ଟି ପୁରୁଷ ଡବଲ ଓ ୧୬ଟି ମିକ୍ସ ଡବଲ ଟିମ୍ ଅଂଶଗ୍ରହଣ କରି ଚମତ୍କାର ପ୍ରଦର୍ଶନ କରିଥିଲେ।ଖେଳାଳୀ ମାନେ କଟକ ପୁରୀ କେଉଁଝର ଆଦି ଭଳି ଅନେକ ସ୍ଥାନରୁ ଆସିଥିଲେ।ଏହି ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ରେ ଅତିଥି ଭାବେ ଶ୍ରୀ ଅରୂପ ପଟ୍ଟନାୟକ(ଆବାହକ, ଓଡିଶା ମୋ ପରିବାର), ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ (ରାଜ୍ୟ ଯୁଗ୍ମ ସମ୍ପାଦକ, ବିଜୁ ଜନତା ଦଳ), ଶ୍ରୀ ଅମରେଶ ଜେନା(କର୍ପୋରେଟର, ୱାର୍ଡ ୪୫)ଓ ଶ୍ରୀ ଦୀପ ରଞ୍ଜନ ବିଶୋୟୀ(ଆନ୍ତର୍ଜାତୀୟ ପାରା ଅଲିମ୍ପିକ୍ସ ବ୍ଯାଡମିନ୍ଟନ ଖେଳାଳି) ଆଦି ଉପସ୍ଥିତ ଥିଲେ। ଦିବ୍ୟଜ୍ୟୋତି ଓ ରାହୁଲ ନିଜ ପ୍ରଦର୍ଶନ ବଳରେ ପୁରୁଷ ଡବଲ ର ବୀଜୟି ହୋଇ ଅର୍ଥରାଶି ସହ କପ ଏବଂ ମେଡାଲ ଜିତିଥିଲେ।ଅଭିନବ, ଶ୍ରେୟା ମିକ୍ସ ଡବଲ ର ବିଜୟୀ ହୋଇ ଅର୍ଥରାଶି ସହ କପ୍ ଓ ମେଡାଲ ଗ୍ରହଣ କରିଥିଲେ।ରାକେଶ କୁମାର ରାଉତ,ପାର୍ଥ ସାରଥି ମହାନ୍ତି,ସୋମେଶ କୁମାର ଲେଙ୍କା,ଉଦୟଭାନୁ ଜେନା, ପଙ୍କଜ କୁମାର ମୁର୍ମୁ ତଥା କ୍ଲବ ର ଅନ୍ୟାନ୍ୟ ସଦସ୍ୟଙ୍କ ପ୍ରଚେଷ୍ଟାରେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଟି ଶୃଙ୍ଖଳିତ ଭାବେ ଆୟୋଜିତ ହୋଇଥିଲା ଓ ଆଖାପାଖ ଅଞ୍ଚଳର ବାସିନ୍ଦା ମାନେ ଏହାକୁ ଖୁବ୍ ଉପଭୋଗ ମଧ୍ୟ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post