ବରପାଲି :- ବରଗଡ଼ ଜିଲ୍ଲା ବରପାଲି ଫୁଲାପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବର ଆଜି ତୃତୀୟ ଦିନରେ ରାବଣ ଦରବାର ସମସ୍ତଙ୍କୁ ଉତ୍ସାହିତ କରିଥିଲା। ତେବେ ଏହି ଶୁଭ ମୁହୂର୍ତ୍ତରେ ପ୍ରଭାକର ବାରିକ ଓ ପର୍ଶୁରାମ ମେହେର ଦ୍ଵାରା ଦ୍ଵୀପ ପ୍ରଜ୍ବଳନ କରାଯାଇଥିବା ବେଳେ ଶିକ୍ଷକ ସରୋଜ ଭୋଇ ଦ୍ଵାରା ବିବରଣୀ ପାଠ କରାଯାଇଥିଲା। ତେବେ ଆଜିର କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା ଏଙ୍କର ମୁଗ୍ଧା ଦାଶ ଓ ଶିକ୍ଷକ ସୂର୍ଯ୍ୟ କୁମାର ପଣ୍ଡା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବରପାଲି ବ୍ଳକର ସରପଞ୍ଚ ସଂଘର ସଭାପତି ଅଧିକାରୀ ବାରିକ ଯୋଗଦେଇଥିଲେ। ତେବେ ସମ୍ମାନିତ ଅତିଥି ଭାବେ କଟାପାଲି ସରପଞ୍ଚ ଗଙ୍ଗାଧର ଦାଶ, ତୁଲଣ୍ଡି ସରପଞ୍ଚ ମାନସ ବଢ଼େଇ, ତିଲେଇମାଲ ସରପଞ୍ଚ ରାଧେଶ୍ୟାମ ମିଶ୍ର, ରେମତା ସରପଞ୍ଚ ବିନୟ ଗଡ଼ତିୟା , କଟାପାଲି ପେକ୍ସ ସଭାପତି ଧୂର୍ବରାଜ୍ ସାହୁ, ସମ୍ପାଦକ ଝସକେତନ୍ ସାହୁ, କୁମ୍ଭାରୀ ପେକ୍ସ ସଭାପତି ପ୍ରଫୁଲ୍ଲ ସାହୁ, ବରପାଲି ପେକ୍ସ ସଭାପତି ଗୁରୁ ମେହେର, ଆଗଲପୁର ପେକ୍ସ୍ ସଭାପତି ବିରୋସେନ୍ ସାହୁ, କଟାପାଲି ପେକ୍ସ ପୂର୍ବତନ ସମ୍ପାଦକ ବିଦ୍ୟାଧର ପ୍ରଧାନ , ଲେଣ୍ଡା ପୂର୍ବତନ ସରପଂଚ ରବି ସାହୁ ଆଦି ଯୋଗ ଦେଇଥିଲେ। ତେବେ ମିନାବଜାର ସାଙ୍ଗକୁ ରାବଣ ଦରବାର ଲୋକଙ୍କ ମନ ମୋହି ନେଉଛି ।
Sign in
Sign in
Recover your password.
A password will be e-mailed to you.
Next Post