ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ସ୍ମୃତି ସ୍ଥଳ କପିଳମୁନୀ ଆଶ୍ରମର ପ୍ରତିଷ୍ଠା ଉତ୍ସବ

0 2

ବରଗଡ ୨୬।୧୨।୨୦୨୩: ପୁରାଣ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତମାଳାର ସଜାଗ ପ୍ରହରୀ ଭାବରେ କାର୍ଯ୍ୟରତ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ସ୍ମୃତି ବହନ କରୁଥିବା କପିଳମୁନୀ ଆଶ୍ରମର ୩୬ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳନ କରାଯାଇଛି।ଆଶ୍ରମର ପ୍ରତିଷ୍ଠାତା ସ୍ବାମୀ ସୋମବେଶ ଉପସ୍ଥିତ ଶ୍ରଦ୍ଧାଳୁ ସଦଜନଙ୍କୁ ଶାନ୍ତି ପାଇଁ ହୋମଯଜ୍ଞ,ପରିବେଶ ସୁରକ୍ଷା,ବିଦ୍ୟାଧ୍ୟୟନର ଆବଶ୍ୟକତା ରହିଛି।ତେଣୁ ଯଜ୍ଞ ଓ ବେଦପଠନ ପ୍ରତି ଆକୃଷ୍ଟ ହେବାକୁ ମାର୍ଗ ଦର୍ଶନ କରିଥିଲେ।ଏ ପରିପ୍ରେକ୍ଷୀରେ ଏକ ଯଜ୍ଞର ଆୟୋଜନ କରାଯାଇଥିଲା।ରାଜେନ୍ଦ୍ର କୁମାର ସାହୁ ଓ ତାଙ୍କ ପତ୍ନୀ କାଞ୍ଜନ ସାହୁ ଯଜ୍ଞକର୍ତ୍ତା ଭାବରେ ନିୟୋଜିତ ହୋଇଥିଲେ।ପ୍ରିୟବ୍ରତ ଆର୍ଯ୍ୟ ହୋମ ସଞ୍ଚାଳନ କରିଥିଲେ।ପୂର୍ବତନ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ଆବାହକ ରାଜକୁମାର ସେଠ,ମାର୍କଣ୍ତ ବାବା,ରାହାସ ବିହାରୀ ପାଣିଗ୍ରାହୀ,ଲୋକନାଥ ରାଉତ,ସନ୍ତୋଷ ବେହେରା,ଗୋବିନ୍ଦ ପଟେଲ,ଡାଏମଣ୍ତ ଭୁଏ,ରଘୁନାଥ ପ୍ରଧାନ,ଅନନ୍ତରାମ ମାଝି,ବିକ୍ରମ ସରାଫ,ହରି ବରିହା,ବାଳମତି ପଟେଲ,ସରିତା ବେହେରା ,ରୀନା ପଟେଲ,ମାଲଖମ,କ୍ଷୀରସାଗର ନାଏକ,ଅଭିଳାଷ ଭୋଇ,ପ୍ରୀତିଶ ସଲମା (ଖପ୍ରାଖୋଲ) ଓ ଅନ୍ୟ ଭକ୍ତବୃନ୍ଦ ଯୋଗଦାନ କରିଥିଲେ।

ଗନ୍ଧମାର୍ଦ୍ଦନ ସୁରକ୍ଷା ସଂପର୍କିତ ଭୁଲ ତଥ୍ୟ ବିଭିନ୍ନ ପୁସ୍ତକରେ ପ୍ରକାଶିତ ହୋଇଥିବାରୁ କେତେକ ଯୁବକ ତାର ସଂଶୋଧନ ଦାବି କରିଥିଲେ।ପାପ ହାରିଣୀ ନୃସିଂହନାଥ ଝରଣା ପାଦ ଦେଶରେ ଥିବା ମହର୍ଷି କପିଳମୁନୀ ଆଶ୍ରମରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର,ଖପ୍ରାଖୋଲ,ନୁଆପଡା ଅଞ୍ଚଳର ଶତାଧିକ ଗନ୍ଧମାର୍ଦ୍ଦନ ପ୍ରେମୀ ଯୋଗଦାନ କରିଥିଲେ।

Leave A Reply

Your email address will not be published.