(ମାହାଙ୍ଗା-ଶାସକ ପ୍ରଶାସକ): ମାହାଙ୍ଗା ବ୍ଲକ ଉଷୁମା ଏବଂ ରାହାଣିଆ ପଞ୍ଚାୟତ ପରିସରରେ ମୋଦୀ ସରକାରଙ୍କ ବିକଶିତ ଭାରତ ସଂକଳ୍ପ ଯାତ୍ରା ସଚେତନ କାର୍ଯ୍ୟକ୍ରମ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ କେନ୍ଦ୍ର ସରକାରଙ୍କ ଶତାଧିକ ସଂଖ୍ୟାରେ ଲାଭାର୍ଥୀ ମାନେ ଯୋଗଦାନ କରି ମୋଦୀ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ l କେନ୍ଦ୍ର ସରକାରଙ୍କ ଲୋକକଲ୍ୟାଣ ଯୋଜନାକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ସହିତ ସଙ୍ଗେ ସଙ୍ଗେ ସେହି ସ୍ଥାନରେ ବିଭିନ୍ନ ଯୋଗ୍ୟ ହିତାଧିକାରୀମାନଙ୍କ ସମସ୍ୟା କୁ ବୁଝି ସମାଧାନ କରିବା ପାଇଁ ମାହାଙ୍ଗା ବ୍ଲକ ଅଞ୍ଚଳରେ ରହିଥିବା ପଞ୍ଚାୟତ ଗୁଡିକରେ ବିକଶିତ ଭାରତ ପ୍ରଚାର ପ୍ରସାର ପାଇଁ ଭ୍ରାମ୍ୟମାଣ ଗାଡି ବୁଲୁଅଛି ଏବଂ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଯୋଜନା ସମ୍ପର୍କ ରେ ଲୋକମାନଙ୍କୁ ସଚେତନ କରାଇବା ପାଇଁ ବ୍ଲକ ଉନ୍ନୟନ ଅଧିକାରୀ ଅମୀୟ କୁମାର ପଣ୍ଡା ଏବଂ ସମସ୍ତ ସରକାରୀ ବିଭାଗୀୟ ଅଧିକାରୀ ମାନଙ୍କୁ କଟକ ଜିଲ୍ଲାପାଳ ଦାୟିତ୍ୱ ପ୍ରଦାନ କରିଅଛନ୍ତି l ଏହି ପରୀପେକ୍ଷୀରେ ସୋମବାର ଦିନ ଏହି ଦୁଇ ପଞ୍ଚାୟତ ରେ ମୋଦୀ ସରକାରଙ୍କ ବିକଶିତ ଭାରତ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ କେନ୍ଦ୍ର ସରକାର ଙ୍କ ସମସ୍ତ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଯାଇଥିଲା ,ସ୍ୱାସ୍ଥ୍ୟ ଚିକିତ୍ସା ଶିବିର, ସାମାଜିକ ସଚେତନତା ମୂଳକ କାର୍ଯ୍ୟକ୍ରମ କରାଯିବା ସହିତ
ଚାଷୀ ମାନଙ୍କୁ ଉର୍ନତମାନ ର ଚାଷ ପ୍ରଣାଳୀ ବିଷୟରେ ବୁଝାଯାଇଥିଲା ଏବଂ କେନ୍ଦ୍ରସରକାରଙ୍କ ବିଭିନ୍ନ ଯୋଜନା ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଉଜ୍ୱଳା ଗ୍ୟାସ ଯୋଜନା, ଖାଦ୍ୟ ସୁରକ୍ଷା ଯୋଜନା,ପିଏମ କିଶାନ ଯୋଜନା ସମ୍ପର୍କ ରେ ଲୋକମାନଙ୍କୁ ଅବଗତ କରାଯାଇଥିଲା l ପରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ନୃତ୍ୟ ପରିବେଶଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଉଷୁମା ସରପଞ୍ଚ ମମତାମୟୀ ସୁତାର, ସମିତିସଭ୍ୟ ଦୁର୍ଗାପ୍ରସାଦ ବାରିକ, ସମାଜସେବୀ ପ୍ରଦୀପ୍ତ ସୁତାର, ପଞ୍ଚାୟତ ପିଇଓ ହୃଷିକେଶ ସ୍ୱାଇଁ, ବ୍ଲକ ମହିଳା ମିଶନ ସଭାପତି ସସ୍ମିତା ମହାନ୍ତି, ରାହାଣିଆ ପଞ୍ଚାୟତ ସରପଞ୍ଚ ହେମନ୍ତ କୁମାର ମଲିକ ଙ୍କ ସମେତ ସମସ୍ତ ସ୍ୱାସ୍ଥ୍ୟ କର୍ମୀ, ସମେତ ସମସ୍ତ ୱାର୍ଡ ସଭ୍ୟା ସଭ୍ୟ,ଆଶା କର୍ମୀ, ଅଙ୍ଗନୱାଡି କର୍ମୀ, ମିଶନ ଶକ୍ତି ମହିଳା, ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଗ୍ରାମବାସୀ ଯୋଗଦାନ କରି କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ l
Sign in
Sign in
Recover your password.
A password will be e-mailed to you.