ଅଲଟିମେଟ୍ ଖୋ ଖୋ ସିଜନ-୨ରେ ରାମଜୀ କଶ୍ୟପଙ୍କ ନେତୃତ୍ୱରେ ଚେନ୍ନାଇ କ୍ୱିକ୍ ଗନ୍ସର ପ୍ରଥମ ବିଜୟ

0 2

ପ୍ରଥମ ମ୍ୟାଚରେ ରାଜସ୍ଥାନ ୱାରିୟର୍ସକୁ ହରାଇଲା ଗୁଜରାଟ ଜାଏଂଟ୍ସ

କଟକ: ସୋମବାର କଟକ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଚାଲିଥିବା ଅଲ୍ଟିମେଟ୍ ଖୋ ଖୋ ସିଜିନ୍‌-୨ର ୨ୟ ଦିବସର ଦ୍ୱିତୀୟ ମ୍ୟାଚ୍‌ରେ ଚେନ୍ନାଇ କୁଇକ ଗନ୍ସ ଏବଂ ତେଲୁଗୁ ଯୋଦ୍ଧାସ୍ ମଧ୍ୟରେ ଦମଦାର ଟକ୍କର ହୋଇଛି । ରାମଜୀ କଶ୍ୟପଙ୍କ ଚମତ୍କାର ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଚେନ୍ନାଇ କ୍ୱିକ୍ ଗନ୍‌ସ ତେଲୁଗୁ ଯୋଦ୍ଧାସଙ୍କୁ ୩୮-୩୨ସ୍କୋରରେ ପରାସ୍ତ କରିଥିବା ବେଳେ ପ୍ରଥମ ମ୍ୟାଚ୍‌ରେ ଗୁଜରାଟ ଜାଏଂଟସ ରାଜସ୍ଥାନ ୱାରିୟର୍ସକୁ ୪୧-୩୦ରେ ପରାସ୍ତ କରିଛି । ୨ୟ ମ୍ୟାଚରେ ରାମଜୀ ୩ଟି ସ୍କାଏଡାଇଭ୍ ସହ ମୋଟ ୧୪ ପଏଂଟ ହାସଲ କରିବା ସହ ୨.୪୩ ମିନିଟରୁ ଅଧିକ ସମୟ ମ୍ୟାଟ୍ ରେ ରହି ଗୁରୁତ୍ୱପୂର୍ଣ୍ଣ ଡ୍ରିମ୍ ରନ୍ ବୋନସ୍ ପଏଂଟ ହାସଲ କରିଥିଲେ । ୱାଜିର ଦୁର୍ଭେଶ ସାଲୁଙ୍କେ ମଧ୍ୟ ୧୦ ପଏଂଟ ହାସଲ କରି ଚେନ୍ନାଇକୁ ଚଳିତ ସଂସ୍କରଣରେ ପ୍ରଥମ ବିଜୟରେ ପହଂଚାଇଛନ୍ତି । ପ୍ରଥମ ଇନିଂସ ଶେଷ ହେବା ପୂର୍ବରୁ ତେଲୁଗୁ ଯୋଦ୍ଧାସ ମାତ୍ର ୧୪ ପଏଂଟ ଜିତିବାରେ ସକ୍ଷମ ହୋଇଥିଲେ । ତୃତୀୟ ପାଳିରେ ଚେନ୍ନାଇ ୧୬ ପଏଂଟ ପାଇଥିବା ବେଳେ ତେଲୁଗୁ ଯୋଦ୍ଧାସ ୨ଟି ଡ୍ରିମ୍ ରନ୍ ବୋନସ୍ ପଏଂଟ ପାଇଥିବାରୁ ଉଭୟ ଦଳ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା ।
ଏହା ପୂର୍ବରୁ ୨ୟ ଦିବସର ପ୍ରଥମ ମ୍ୟାଚ୍‌ରେ ଗୁଜରାଟ ଜିଆଂଟ୍‌ସ, ରାଜସ୍ଥାନ ୱାରିୟର୍ସ ବିପକ୍ଷରେ ୪୧-୩୦ ର ଏକ ରୋମାଂଚକର ସ୍କୋର ସହିତ ବିଜୟ ହାସଲ କରିଛି । ଏଥିସହିତ ଚଳିତ ସିଜନରେ ରାଜସ୍ଥାନ ୱାରିୟର୍ସ କ୍ରମାଗତ ଭାବେ ୨ଟି ମ୍ୟାଚ୍‌ରେ ପରାଜିତ ହୋଇଛି । ଏହି ମ୍ୟାଚ୍‌ରେ ଗୁଜରାଟ ଜିଆଂଟ୍‌ସ ପକ୍ଷରୁ ପି ନାରାସାୟା ଦଳର ବିଜୟରେ ସର୍ବାଧିକ ୮ ପଏଂଟ୍‌ର ଯୋଗଦାନ ଦେଇଥିବା ବେଳେ ସଙ୍କେତ କଦମ ଓ ସୁୟାଶ ଗର୍‌ଗାଟେ ୬ ପଏଂଟ୍ ଲେଖାଏଁ ଯୋଗଦାନ ଦେଇଥିଲେ । ଶୁଭମ ଥୋରାଟ୍‌, ଅଭିନନ୍ଦନ ପାଟିଲ ଓ ଅକ୍ଷୟ ଭଙ୍ଗାରେ ୬.୫୩ ମିନିଟ୍‌ରୁ ଅଧିକ ସମୟ ପର୍ଯ୍ୟନ୍ତ ଡିଫେଣ୍ଡ କରିବା ସହ ଦଳର ବିଜୟ ପାଇଁ ବୋନସ ପଏଂଟ୍ ହାସଲ କରିଥିଲେ । ଏହି ବିଜୟ ସହିତ ଗୁଜରାଟ ଜିଆଂଟ୍‌ସ ଆସନ୍ତାକାଲି (ମଙ୍ଗଳବାର) ମୁମ୍ବାଇ ଖିଲାଡିସ୍‌କୁ ଭେଟିବ । ସେହିପରି ଡିଫେଣ୍ଡିଂ ଚାମ୍ପିଅନ ଓଡିଶା ଜଗରନଟ୍‌ସ ନିଜର ୨ୟ ମ୍ୟାଚ୍‌ରେ ଚେନ୍ନାଇ କ୍ୱିଗ୍ ଗନ୍‌ସ ସହ ପ୍ରତିଦ୍ୱନ୍ଦିତା କରିବ ।
ଖୋ ଖୋ ଫେଡେରେଶନ ଅଫ୍ ଇଣ୍ଡିଆ ସହ ସହଭାଗିତାରେ ଅମିତ ବର୍ମନ୍‌ଙ୍କ ଦ୍ୱାରା ପରିକଳ୍ପିତ ଅଲ୍ଟିମେଟ୍ ଖୋ ଖୋ ପ୍ରଥମ ସଂସ୍କରଣରେ ଏକ ବଡ ସଫଳତାରେ ପରିଣତ ହୋଇଥିଲା, ଯାହାକି ଟେଲିଭିଜନ ଭ୍ୟୁୟର୍‌ସିପ୍ ଦୃଷ୍ଟିରୁ ଭାରତର ୩ୟ ସର୍ବବ୍ୟହତ୍ ଅଣ-କ୍ରିକେଟ୍ ଲିଗ୍ ଭାବେ ଉଭା ହୋଇଛି । ଏହା ୟୁକେ ସ୍ଥିତ ବିଏନ୍‌ପି ଗ୍ରୁପ୍ ସୌଜନ୍ୟରେ ଏହା ସିରିଜ୍ ଏ ଫଣ୍ଡିଙ୍ଗ୍ ପ୍ରାପ୍ତ କରିଥିବା ପ୍ରଥମ ଇଣ୍ଡିଆନ୍ ସ୍ପୋର୍ଟସ୍ ଲିଗ୍ ହେବାର ସ୍ୱତନ୍ତ୍ରତା ହାସଲ କରିଥିଲା । ଏହାର ୨ୟ ସଂସ୍କରଣରେ ପଏଂଟ ବ୍ୟବସ୍ଥାରେ ଏକସମାନତା ପ୍ରଚଳନ କରାଯାଇଛି ଯେଉଁଥିରେ ଦଳଗୁଡ଼ିକୁ ସମସ୍ତ ଆକ୍ରମଣାତ୍ମକ ପଦକ୍ଷେପ ପାଇଁ ଦୁଇ ପଏଂଟ ଦାୟୀ କରାଯିବ । ସେହିପରି ପ୍ରତିଦିନ ସନ୍ଧ୍ୟା ୭ଟା ୩୦ ମିନିଟ୍‌ରୁ ଆରମ୍ଭ ହେଉଥିବା ଦୁଇଟି ମ୍ୟାଚ୍‌ର ଲାଇଭ୍ କଭରେଜ ସହିତ ସିଜନ୍ ୨ର ଉତ୍ସାହଜନକ ଆକ୍ସନ ସୋନି ସ୍ପୋର୍ଟସ୍ ନେଟ୍‌ୱର୍କର ଚ୍ୟାନେଲ ଓ ସୋନି ଲିଭ୍‌ରେ ଟେଲିକାଷ୍ଟ ବା ପ୍ରସାରିତ ହେବ ।
ଚଳିତ ସିଜନରେ ପ୍ରତିଷ୍ଠିତ ଭାରତୀୟ କର୍ପୋରେଟ୍ ସଂସ୍ଥା ଓ କ୍ରୀଡା ନିବେଶକଙ୍କ ମାଲିକାନା ଅଧିନରେ ୬ଟି ଟିମ୍ ସାମିଲ ରହିଛନ୍ତି । ୬ଟି ଦଳ ଗୁଡ଼ିକ ଯେପରିକି, ଓଡିଶା ଜଗର୍‌ନଟ୍‌ସ (ଓଡିଶା ସରକାରଙ୍କ ମାଲିକାନାରେ ରହିଛି) ଓ ରାଜସ୍ଥାନ ୱାରିୟର୍ସ (କାପ୍ରି ଗ୍ଲୋବାଲ ଗ୍ରୁପ୍ ମାଲିକାନାରେ ରହିଛି) ବ୍ୟତୀତ ଲିଗ୍‌ରେ ଥିବା ଅନ୍ୟ ଟିମ୍‌ଗୁଡିକ ମଧ୍ୟରେ ଚେନ୍ନାଇ କ୍ୱିକ୍ ଗନ୍‌ସ (କେଏଲ୍‌ଓ ସ୍ପୋର୍ଟସ୍ ମାଲିକାନାରେ ରହିଛି), ଗୁଜରାଟ ଜିଆଂଟ୍‌ସ (ଆଦାନି ସ୍ପୋର୍ଟସ୍‌ଲାଇନ୍ ମାଲିକାନାରେ ରହିଛି), ମୁମ୍ବାଇ ଖିଲାଡିସ୍ (ପୁନିତ ବାଲାନ୍ ଗ୍ରୁପ୍ ମାଲିକାନାରେ ରହିଛି) ଓ ଶେଷ ସଂସ୍କରଣର ରନର୍ସ-ଅପ୍ ତେଲୁଗୁ ୟୋଦ୍ଧାସ୍ (ଜିଏମ୍‌ଆର୍ ସ୍ପୋର୍ଟସ୍ ମାଲିକାନାରେ ରହିଛି) ଆଦି ସାମିଲ ରହିଛି ।
ଗୁଜୁରାଟ ଜାଏଂଟସ: ଅଭିନନ୍ଦନ ପାଟିଲ, ଅକ୍ଷୟ ଭଙ୍ଗରେ, ସୁୟଶ ଗାର୍ଗାଟେ, ନିଲେଶ ଯାଦବ, ପି ନରସାୟା, ଫୈଜାନଖା ପଠାନ, ରାଜବର୍ଦ୍ଧନ ପାଟିଲ, ଭି ସୁବ୍ରମଣି, ଦୀପକ ମାଧବ, ଶୁଭମ ଥୋରାଟ, ଗଭରା ଭେଙ୍କଟେଶ, ସଂକେତ କଦମ, କୋନ୍ଧଲକର ରୂପେଶ, ଭରତ କୁମାର, ପବନି ଶବର, ବିନାୟକ ପୋକର୍ଡେ, ରାମ ମୋହନ, ଭି କାବିଲାନ, ଅର୍ଣ୍ଣବ ପାଟନକର, ଅଲଫାଜ ଏଚ ନାଦାଫ, ବାସଭେ ରବି, ଅଭିଜିତ ପାଟିଲ,

Leave A Reply

Your email address will not be published.