ପ୍ରଥମ ମ୍ୟାଚରେ ରାଜସ୍ଥାନ ୱାରିୟର୍ସକୁ ପରାସ୍ତ କଲା ଓଡ଼ିଶା ଜଗରନଟ୍ସ
କଟକ: ହାଇ-ଏନର୍ଜି ଲିଗ୍ର ରୋମାଂଚକର ୨ୟ ସିଜନ୍ ସହିତ ଅଲ୍ଟିମେଟ୍ ଖୋ ଖୋ ଅତି ଉତ୍ସାହଜନକଭାବେ ଆଜିଠାରୁ କଟକର ଜୱାହାରଲାଲ ନେହେରୁ ଇନଡ଼ୋର ଷ୍ଟାଡ଼ିୟମରେ ଆରମ୍ଭ ହୋଇଛି । ଏହି ଉଦଘାଟନୀ ମ୍ୟାଚ୍ରେ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା, ମାନ୍ୟବର କ୍ରୀଡ଼ା ମନ୍ତ୍ରୀ, ଓଡ଼ିଶା ସରକାର, ଶ୍ରୀ ସୁଧାଂଶୁ ମିତଲ, ଅଧ୍ୟକ୍ଷ, ଖୋ ଖୋ ଫେଡ଼େରେଶନ ଅଫ୍ ଇଣ୍ଡିଆ (କେକେଏଫଆଇ), ତେଞ୍ଜିଙ୍ଗ୍ ନିୟୋଗି, ଅଲ୍ଟିମେଟ୍ ଖୋ ଖୋ ଲିଗ୍ର ସିଇଓ ଓ କମିଶ୍ନର ଏବଂ ଓଡ଼ିଶା ତଥା ଭାରତ ମହିଳା ଖୋ ଖୋ ଦଳର ଅଧିନାୟିକା, ନସରିନ୍ ସେଖ୍ ଏବଂ ମିସ ଇଣ୍ଡିଆ ୨୦୨୦ ରନନର-ଅପ ମାନ୍ୟ ସିଂହ ପ୍ରମୁଖ ଯୋଗ ଦେଇଛନ୍ତି । ଆଜିର ଏହି ଉଦଘାଟନୀ ଦିବସର ଦ୍ୱିତୀୟ ମ୍ୟାଚ୍ରେ ପରସ୍ପରକୁ ଭେଟିଛନ୍ତି ତେଲୁଗୁ ଯୋଦ୍ଧା ଏବଂ ମୁମ୍ବାଇ ଖିଲାଡ଼ି । ଯେଉଁଥିରେ ତେଲୁଗୁ ଯୋଦ୍ଧା ମୁମ୍ବାଇ ଖିଲାଡି ବିପକ୍ଷରେ ୪୬-୪୪ ର ଏକ ରୋମାଂଚକର ସ୍କୋର ସହିତ ମ୍ୟାଚରେ ବିଜୟ ହାସଲ କରିଛନ୍ତି । ତେଲୁଗୁ ଯୋଦ୍ଧା ପକ୍ଷରୁ ରାହୁଲ ମଣ୍ଡଳ (୧୪ ପଏଂଟ) ସର୍ବାଧିକ ପଏଂଟ ହାସଲ କରିଥିବା ବେଳେ ପ୍ରତୀକ ୱାରିକର ମଧ୍ୟ ୧୦ ପଏଂଟ ହାସଲ କରି ଦଳକୁ ବିଜୟର ନୀକଟତର ଆଡକୁ ନେଇଯାଇଛନ୍ତି ।
ଏହା ପୂର୍ବରୁ ଦିବସର ପ୍ରଥମ ମ୍ୟାଚ୍ରେ ରାଜସ୍ଥାନ ୱାରିୟର୍ର୍ସ ବିରୋଧରେ ଏକ ଉତ୍ସାହୀ ପ୍ରତିଯୋଗିତାରେ ପ୍ରଥମ ସିଜନର ବିଜେତା ଓ ଲୋକାଲ ଫେଭରାଇଟ୍ ଓଡିଶା ଜଗର୍ନଟ୍ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦିତା ହୋଇଛିି । ଯେଉଁଥିରେ ଓଡିଶା ଜଗର୍ନଟ୍ ରାଜସ୍ଥାନ ୱାରିୟର୍ର୍ସକୁ ହରାଇ ଡ଼ିଫେଣ୍ଡିଂ ଚମ୍ପିୟାନ୍ ହୋଇଛି । ଆଜିର ଏହି ମ୍ୟାଚରେ ଅକ୍ଷୟ ମସାଲ ୮ ପଏଂଟ ସ୍କୋରକରି ଓଡିଶା ଜଗର୍ନଟ୍ ବିଜୟରେ ବୃହତ ଯୋଗଦାନ ଦେଇଥିବାେବେଳେ, ରୋହନ ସିଙ୍ଗାଡ଼େ, ଅବିନାଶ ଦେଶାଇ ଓ ଗୌତମ ଏମକେ ୪ ମିନିଟରୁ ଅଧିକ ସମୟ ମ୍ୟାଚରେ ରହି ସିଜିନର ପ୍ରଥମ ବିଜୟ ହାସଲ କରିଛି ।
ଖୋ ଖୋ ଫେଡେରେଶନ ଅଫ୍ ଇଣ୍ଡିଆ ସହ ସହଭାଗିତାରେ ଅମିତ ବର୍ମନ୍ଙ୍କ ଦ୍ୱାରା ପରିକଳ୍ପିତ ଅଲ୍ଟିମେଟ୍ ଖୋ ଖୋ ପ୍ରଥମ ସଂସ୍କରଣରେ କ୍ରୀଡା ଉତ୍ସାହୀ ଓ କର୍ପୋରେଟ୍ ସଂସ୍ଥାଗୁଡିକ ମଧ୍ୟରେ ଚମତ୍କାର ଆଗ୍ରହ ସୃଷ୍ଟି କରିଥିଲା । ଏହା କ୍ରୀଡାର ଅଭିନବ ପ୍ରଦର୍ଶନ ସହ ବହୁମାତ୍ରାରେ ଜଡିତ ଥିଲା ଯାହା ଆନ୍ତର୍ଜାତୀୟ ମଂଚରେ ଏହି କ୍ରୀଡାକୁ ପୁନର୍ଜୀବିତ ଓ ବିକଶିତ କରିବାର ଏକ ଉଚ୍ଚାଭିଳାଷପୂର୍ଣ୍ଣ ଉଦ୍ଦେଶ୍ୟରେ ପରିପୂର୍ଣ୍ଣ ରହିଛି । ଉଲ୍ଲେଖନୀୟ ଭାବେ ଅଲ୍ଟିମେଟ୍ ଖୋ ଖୋ ଭାରତର ୩ୟ ସର୍ବବୃହତ୍ ଅଣ-କ୍ରିକେଟ୍ ଲିଗ୍ର ସ୍ଥାନକୁ ଉନ୍ନୀତ ହୋଇଥିଲା ଯାହାକି ଏହାର ବ୍ୟାପକ ଟେଲିଭିଜନ ଭ୍ୟୁୟର୍ସିପ୍ ଦ୍ୱାରା ନିରୂପଣ ହୋଇଥିଲା । ୟୁକେ ସ୍ଥିତ ବିଏନ୍ପି ଗ୍ରୁପ୍ ସୌଜନ୍ୟରେ ଏହା ସିରିଜ୍ ଏ ଫଣ୍ଡିଙ୍ଗ୍ ପ୍ରାପ୍ତ କରିଥିବା ଉଦ୍ଘାଟନୀ ଇଣ୍ଡିଆନ୍ ସ୍ପୋର୍ଟସ୍ ଲିଗ୍ ହେବାର ସ୍ୱତନ୍ତ୍ରତା ହାସଲ କରିଥିଲା । ଏହାର ୨ୟ ସଂସ୍କରଣରେ ପଏଂଟ ବ୍ୟବସ୍ଥାରେ ଏକସମାନତା ପ୍ରଚଳନ କରାଯାଇଛି ଯେଉଁଥିରେ ଦଳଗୁଡ଼ିକୁ ସମସ୍ତ ଆକ୍ରମଣାତ୍ମକ ପଦକ୍ଷେପ ପାଇଁ ଦୁଇ ପଏଂଟ ଦାୟୀ କରାଯିବ । ଆୟୋଜକ ଓଡିଶା ଗତ ଦଶନ୍ଧି ମଧ୍ୟରେ କ୍ରୀଡାକୁ ସମର୍ଥନ କରିବା କ୍ଷେତ୍ରରେ ଏକ ପ୍ରମୁଖ ସ୍ଥାନ ଅଧିଗ୍ରହଣ କରିଛି ଏବଂ ରାଜ୍ୟ ପ୍ରଶାସନ ରାଜ୍ୟରେ ଖୋ-ଖୋର ଅନୁସରଣ ପାଇଁ ସମର୍ପିତ ଏକ ଉଚ୍ଚ ପ୍ରଦର୍ଶନକ୍ଷମ କେନ୍ଦ୍ର ଉଦ୍ଘାଟନ କରିବା ପାଇଁ ନିଜର ଆଗ୍ରହ ବ୍ୟକ୍ତ କରିଛନ୍ତି ।
ଚଳିତ ସିଜନରେ ପ୍ରତିଷ୍ଠିତ ଭାରତୀୟ କର୍ପୋରେଟ୍ ସଂସ୍ଥା ଓ କ୍ରୀଡା ନିବେଶକଙ୍କ ମାଲିକାନା ଅଧିନରେ ୬ଟି ଟିମ୍ ସାମିଲ ରହିଛନ୍ତି । ୬ଟି ଦଳ ଗୁଡ଼ିକ ଯେପରିକି, ଓଡିଶା ଜଗର୍ନଟ୍ସ (ଓଡିଶା ସରକାରଙ୍କ ମାଲିକାନାରେ ରହିଛି) ଓ ରାଜସ୍ଥାନ ୱାରିୟର୍ସ (କାପ୍ରି ଗ୍ଲୋବାଲ ଗ୍ରୁପ୍ ମାଲିକାନାରେ ରହିଛି) ବ୍ୟତୀତ ଲିଗ୍ରେ ଥିବା ଅନ୍ୟ ଟିମ୍ଗୁଡିକ ମଧ୍ୟରେ ଚେନ୍ନାଇ କ୍ୱିକ୍ ଗନ୍ସ (କେଏଲ୍ଓ ସ୍ପୋର୍ଟସ୍ ମାଲିକାନାରେ ରହିଛି), ଗୁଜରାଟ ଜିଆଂଟ୍ସ (ଆଦାନି ସ୍ପୋର୍ଟସ୍ଲାଇନ୍ ମାଲିକାନାରେ ରହିଛି), ମୁମ୍ବାଇ ଖିଲାଡିସ୍ (ପୁନିତ ବାଲାନ୍ ଗ୍ରୁପ୍ ମାଲିକାନାରେ ରହିଛି) ଓ ଶେଷ ସଂସ୍କରଣର ରନର୍ସ-ଅପ୍ ତେଲୁଗୁ ୟୋଦ୍ଧାସ୍ (ଜିଏମ୍ଆର୍ ସ୍ପୋର୍ଟସ୍ ମାଲିକାନାରେ ରହିଛି) ଆଦି ସାମିଲ ରହିଛି ।
ଦେଶର ବିଭିନ୍ନ କୋଣଅନୁକୋଣରୁ ଆସିଥିବା ୧୬ ବର୍ଷରୁ ୧୮ ବର୍ଷ ବୟସ ମଧ୍ୟରେ ୩୩ ଜଣ ଉଦୀୟମାନ ଯୁବକଙ୍କ ସମେତ ମୋଟ ୧୪୫ ଜଣ କ୍ରୀଡାବିତ୍ ଆଗାମୀ ୨୧ ଦିନ ମଧ୍ୟରେ ଏହି ଉତ୍ସାହଜନକ ପ୍ରତିଯୋଗିତାରେ ନିୟୋଜିତ ହେବେ । ଏହି ଲିଗ୍ର ରୋମାଂଚକର ମ୍ୟାଚ୍ଗୁଡିକ ସୋନି ସ୍ପୋର୍ଟସ୍ ନେଟ୍ୱର୍କର ଚ୍ୟାନେଲଗୁଡିକରେ ଲାଇଭ୍ ପ୍ରସାରିତ ହେଉଛି ଏବଂ ସୋନି ଲିଭ୍ ଆପ୍ରେ ଷ୍ଟ୍ରିମ୍ କରାଯାଉଛି ।
ତେଲୁଗୁ ଯୋଦ୍ଧା: ଅରୁଣ ଗୁଙ୍କି, ଅବଧୁତ ପାଟିଲ, ପ୍ରତୀକ ୱାଇକର, ଅଧିକାର ଗାନପୁଲେ, ରାହୁଲ ମଣ୍ଡଳ, ନିଖିଲ ବାଘେ, ମିଲିନ୍ଦ ଚାଭରେକର, ଆକାଶ ତୋଗାରେ, କିରଣ ଭାସାଭେ, ଧ୍ରୁବ, ପ୍ରସାଦ ରାଡ଼ି, ରୁଦ୍ର ଥୋପାଟେ, ପ୍ରେମ ରାଣ୍ଡିଭ, ବୈଭବ ନିପ୍ପାନେ, ସୌରଭ ଆଡଭାକର, ବିଜୟଭାଇ ଭେଗଡ଼, ଅନୁକୁଳ ସରକାର, ଏମ ଫନି କୁମାର, ମହାମଦ ଉଜେର ହାରୁନ ମୋମିନ୍, ମାତଲୁମ, ଲିପୁନ ମୁଖୀ, ଅର୍ଜୁନ ବିଶୁକର୍ମା, ପ୍ରସାଦ ପାଟିଲ, ବୋଜଜମ ରଂଜିତ୍ ଏବଂ ରଜତ ମଲ୍ଲିକ ।
ମୁମ୍ବାଇ ଖିଲାଡି: ଗଜାନନ ସେଙ୍ଗଲ, ଶ୍ରୀଜେଶ ଏସ, ମହେଶ ସିନ୍ଦେ, ଅନିକେତ ପୋଟେ, ଶୁଭାଶିଷ ସାନ୍ତ୍ରା, ହୃଷିକେଶ ମୁର୍ଚାୱାଡେ, ରୋକେସନ ସିଂ, ପି ଶିବା ରେଡ୍ଡୀ, ଗୋବିନ୍ଦ ଯାଦବ, ଅଭିକ ସିଂହ, ମିଲିନ୍ଦ କୁର୍ପେ, ସୁନୀଲ ପାତ୍ର, ସୁଧୀର କୁମାର, ଏମଡି ଆଇମନ ପାଶା, ସାଗର ପୋତଦାର, ରୋହନ କୋରେ, କୋମଲ, ପାୱାର ସଚିନ, ଧୀରଜ ଭାବେ, ଦେବାଶିଷ, ଶିବା, ଅଜୟ କଶ୍ୟ, ପ୍ରୀତମ ଚୌଗୁଲେ, ସିବିନ ଏମ, ଅଭିଷେକ ପଥରୋଦେ ଏବଂ ପରମାର ରାହୁଲ ।
ଓଡ଼ିଶା ଜଗରନଟସ୍: ଦିଲୀପ ଖଣ୍ଡଭି, ଦୀପେଶ ମୋରେ, ଗୌତମ ଏମକେ, ବିଶାଲ, ଓମକାର ସୋନାୱାନେ, ରୋହନ ଶିଙ୍ଗାଡେ, ଅକ୍ଷୟ ମାସାଲ, ମହେଶା ପି, ମନୋଜ ପାଟିଲ, ଅବିନାଶ ଦେଶାଇ, ମନୋଜ କୁମାର, ବିଶାଗ ଏସ, ଦେବେନ୍ଦ୍ର ନାଥ, ନିଖିଲ କୁମାର, ବିଶାଲ ଓରାମ, ସଞ୍ଜୟ କୁମାର ଭି, ଦୀପକ କୁମାର ସାହୁ, ନିଖିଲ ବି, ଏମଡି ମିରାଜୁଲ, ସୁଶାନ୍ତ କଲଧୋନ, ସୋଭାଗ ଭି ଶ୍ରୀଗଣ୍ଡା, ନିରଞ୍ଜନ ସାମଲ, ସବୀର ଅହମ୍ମଦ, ସୁରେଶ କୁମାର ଓ ସିଦ୍ଧେଶ୍ୱର ଟୁଡୁ ।
ରାଜସ୍ଥାନ ୱାରିୟର୍ସ: ଅକ୍ଷୟ ଗନପୁଲେ, ଦିଲରାଜସିଂ ସେଙ୍ଗର, ମଜହର ଜମାଦାର, ବିଜୟ ହାଜର, ଜଗନାଥ ଦାସ, ଋଷଭ ବାଘ, ନିଲେଶ ପାଟିଲ, ପ୍ରଜ୍ୱାଲ କେଏଚ୍, ବ୍ରାହ୍ମଣେ ବିବେକ, ରଞ୍ଜନ ସେଠୀ, ରେଜେଟି ସୁରାଇନାଇଡୁ, ସୌରଭ ଗଡ଼ଗେ, ନନ୍ଦନ ଡି, ଗଣେଶ ବୋରକର, ବିକା ଚେତନ, ବୁଚନନଗରୀ ରାଜୁ, ଧନରାଜ ପି, ଜଗନ୍ନାଥ ମୁର୍ମୁ, ଆଦିତ୍ୟ ଶେଲକେ, ମୁକେଶ ପ୍ରଜାପତ, ବୈଭବ ମୋରେ ଓ ଆଦିତ୍ୟ କେ.ଏନ୍ ।