ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ରେ ବ୍ଳକ ସ୍ତରୀୟ କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ l

0

 (ନିଶ୍ଚିନ୍ତକୋଇଲି -ଶାସକ ପ୍ରଶାସକ): ରାଜ୍ୟ ସରକାରଙ୍କ ନୂଆ-ଓ, ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ବ୍ଳକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ଆସନ୍ତା ୨୭ ତାରିଖରେ ପଞ୍ଚାୟତ ପ୍ରହଲ୍ଲାଦ ମହାବିଦ୍ୟାଳୟ ପରିସରରେ ଚୂଡ଼ାନ୍ତ ଖେଳ ଓ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହେବ l ଏହି କାର୍ଯ୍ୟକ୍ରମରେ ମାହାଙ୍ଗା ବିଧାୟକ ପ୍ରତାପ ଜେନା ଓ କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ଯୋଗଦେବାର କାର୍ଯ୍ୟକ୍ରମ ରହିଛି l ୨୧ ତାରିଖ ଠାରୁ ବିଭିନ୍ନ ଜୋନ୍ ସ୍ତରୀୟ କ୍ରିକେଟ, ଖୋ ଖୋ ଓ କବାଡ଼ି ପ୍ରତିଯୋଗିତା କରାଯାଉଛି । ଏହି ପ୍ରତିଯୋଗିତାରେ ବ୍ଲକ ସ୍ତରୀୟ ବିଭିନ୍ନ ପଞ୍ଚାୟତର ଯୁବକ ଯୁବତୀମାନଙ୍କ ନେଇ ମୋଟ ୫୦ ଟି ଦଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି । ବିଡ଼ିଓ ଧର୍ମରଂଜନ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜନପ୍ରତିନିଧି ଓ ବ୍ଳକ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି l ଶନିବାର ଦିନ ବଲ୍ଲଭୀ ଦେବୀ ମହିଳା ମହାବିଦ୍ୟାଳୟ ଖେଳ ପଡ଼ିଆରେ କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏଥିରେ ଯୁବକ ବିଭାଗର ୭ଟି ଏବଂ ଯୁବତୀ ବିଭାଗର ୪ଟି ଦଳ ଅଂଶଗ୍ରହଣ କରିଥିଲେ l ଏହାର ଉଦଘାଟନ ଉତ୍ସବରେ ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝାଙ୍କ ପୌରହିତ୍ୟରେ ଅଧ୍ୟକ୍ଷଙ୍କ ପ୍ରତିନିଧ ମନୋଜ ସେଠୀ, ବିଡ଼ିଓ ଧର୍ମରଂଜନ ପଣ୍ଡା, ସରପଞ୍ଚ ଜୟଦେବ ରାଉତ, ଜିଲ୍ଲାପରିଷଦ ସଭ୍ୟ ବିପ୍ଲବ କାପ,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ବିନୋଦ ସାମଲ, ସନ୍ତୋଷ ରାଉତ ପ୍ରମୁଖ ଯୋଗ ଦେଇଥିଲେ ‌। ଯୁବତୀ କବାଡ଼ି ବିଭାଗରେ ନିଶ୍ଚିନ୍ତକୋଇଲି ଚମ୍ପିୟନ ହୋଇଥିଲା ବେଳେ ପ୍ରଥମ ରନର୍ସଅପ ଅସୁରେଶ୍ବର ଆଥେଲେଟିକ୍ ଏବଂ ଦ୍ଵିତୀୟ ରନର୍ସଅପ ବିଡ଼ି କଲେଜ ସେହିପରି ଯୁବକ ବିଭାଗରେ ନତକାଇ ଫ୍ରିଡ଼ମ ଫାଇଟର ଟିମ୍ ଚମ୍ପିୟନ ହୋଇଥିଲା ବେଳେ ପ୍ରଥମ ରନର୍ସଅପ ଅସୁରେଶ୍ଵର ଆଥଲେଟିକ ,ଦ୍ଵିତୀୟ ରନର୍ସଅପ ନେମାଳ, କଳମିଶ୍ରି ଏବଂ କେରିଲୋ କବାଡ଼ି ଟିମ୍ ହୋଇଛନ୍ତି । ବ୍ଳକ କ୍ରୀଡ଼ା ସମ୍ପାଦକ ମନୋରଂଜନ ଦଳାଇଙ୍କ ନେତୃତ୍ବରେ ସୁଧାଂଶୁ ବେଜ, ରଘୁନାଥ ପଣ୍ଡା, ହରିଶ ଦାସ, ଲୀନା ରାଉତ, ଅକ୍ଷୟ ସିଂ, ସତ୍ୟଭାମା ପରିଡ଼ା,ଖେଳ ପରିଚାଳନା କରିଥିଲେ ।

Leave A Reply

Your email address will not be published.