ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ତରଫରୁ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ପାଳିତ

0

ନବରଙ୍ଗପୁର /ଅଶୋକ ସାହୁ, ଶାସକ ପ୍ରଶାସକ: ରାଜ୍ୟ ସରକାରଙ୍କ ତରଫରୁ ଆୟୋଜିତ ହୋଇଥିବା ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସାମାଜିକ ସେବା କାର୍ଯ୍ୟକ୍ରମ ପାପଡାହାଣ୍ଡିର ଶହୀଦ ମିନାର ଠାରୁ ଶୁଭାରମ୍ଭ କରାଯାଇଥିଲା ! ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମାଲେଶ୍ୱରୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା ! କାର୍ଯ୍ୟକ୍ରମର ପ୍ରାରମ୍ଭିକ ପର୍ଯ୍ୟାୟରେ ଛାତ୍ରୀ ମାନଙ୍କ ଦ୍ୱାରା ସେଠାକାର ଚତୁର୍ପାଶ୍ୱ ସଫେଇ କରାଯାଇଥିଲା ଏବଂ ସେଠାରେ ଅବସ୍ଥାପିତ ଶହୀଦଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇ ସେଠାରୁ ବାଲ୍ୟବିବାହ ଓ ନାରୀଶିକ୍ଷାର ସଚେତନତା ରାଲି ବାହାରି ଶିବମନ୍ଦିର ପ୍ରାଙ୍ଗଣରେ ପହଂଚିଥିଲା!ସେଠାରେ ମୁଖ୍ୟ ଅତିଥି ରୂପେ ଡାବୁଗାଁ ବିଧାୟକ ଶ୍ରୀ ମନୋହର ରନ୍ଧାରୀ ଯୋଗଦେଇ ଛାତ୍ରୀମାନେ କିପରି ନିଜ ଅଞ୍ଚଳର ବିକାଶ କ୍ଷେତ୍ରରେ ନିଜକୁ ଆଗେଇ ନେବେ ସେ ଦିଗରେ ଉଦବୋଧନ ଦେଇଥିଲେ!ସମ୍ମାନିତ ଅତିଥି ରୂପେ ଜ଼ିଲ୍ଲା ପରିଷଦ ସଭାପତି ଶ୍ରୀ ମୋତିରାମ ନାୟକ, ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ ଶିଶିର ରଥି,ଜିଲ୍ଲା ଯୁବ ବିଜେଡି ସଭାପତି ଅବିନାଶ ମହାପାତ୍ର ଯୋଗଦେଇ ଛାତ୍ରୀଙ୍କ ଉନ୍ନତିରେ କିପରି ଦେଶର ଉନ୍ନତି ସେ ବିଷୟରେ ବୁଝାଇଥିଲେ! ଶିକ୍ଷା ବିଭାଗର ଅଧ୍ୟାପିକା ସଂଯୁକ୍ତା ପଣ୍ଡା ମଞ୍ଚ ପରିଚାଳନା କରିଥିଲେ! କାର୍ଯ୍ୟକ୍ରମର କୋଅର୍ଡିନେଟର ଶ୍ରୀ ବିନୋଦ ବିହାରୀ ପ୍ରଧାନ ଏବଂ ନୋଡାଲ ଅଫିସର ରଞ୍ଜୁଷା କୁମାରୀ ପ୍ରହରାଜ ମଂଚାସୀନ ଥିଲେ! ଛାତ୍ରୀମାନେ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନତା ସୃଷ୍ଟି କରାଇଥିଲେ!ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକାଙ୍କ , କର୍ମଚାରୀଙ୍କ ସମେତ ବହୁ ସଂଖ୍ୟାରେ ଛାତ୍ରୀମାନେ ଯୋଗଦେଇଥିଲେ!

Leave A Reply

Your email address will not be published.