ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଜି ବେଲଗୁଣ୍ଠା ସେବା ସମବାୟ ସମିତି କାର୍ଯ୍ୟାଳୟ ଠାରେ ଧାନମଣ୍ଡି ଉଦ୍ଘାଟିତ ହୋଇଯାଇଛି I ଏହାକୁ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବା ବେଳେ ଅନ୍ୟତମ ଅତିଥି ରୂପେ ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀ, ସମବାୟ ଏସ୍ଆରସି ଉଦୟନାଥ ପ୍ରଧାନ,ଯୋଗାଣ ନୀରିକ୍ଷକ ସୁବ୍ରତ କୁମାର ଚୌଧୂରୀ,ଆସିକା ସମବାୟ ବ୍ୟାଙ୍କ୍ ବେଲଗୁଣ୍ଠା ଶାଖା ପରିଚାଳକ ସାର୍ଥକ ପାଢୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ I ସେବା ସମବାୟ ସମିତି ସଭାପତି ସନ୍ତୋଷ କୁମାର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ଉପସଭାପତି.ନମିତା ଜେନା, ସମ୍ପାଦକ କ୍ରିଷ୍ଣା ଚନ୍ଦ୍ର ଡାକୁଆଙ୍କ ସମେତ ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ସେବା ସମବାୟ ସମିତିର ସମ୍ପାଦକ ଓ ବେଲଗୁଣ୍ଠା ସମିତିର ନିର୍ଦେଶକ ମାନେ ଯୋଗ ଦେଇଥିଲେ I ଏହି କାର୍ଯ୍ୟକ୍ରମରେ ଚାଷୀ ସୁନା ସାମଲ, ପୂର୍ଣ୍ଣ ଚନ୍ଦ୍ର ପାତ୍ର,ଜଗନ୍ନାଥ ନାୟକ ପ୍ରମୁଖ ଉପସ୍ଥିତ ଥିଲେ I ଗତବର୍ଷ ସରକାର କ୍ୱିଣ୍ଟାଲ୍ ପିଛା 2040 ଟଙ୍କାରେ ଚାଷୀଙ୍କ ଠାରୁ ଧାନ କିଣିଥିବା ବେଳେ ଚଳିତ ବର୍ଷ 2183 ଟଙ୍କାରେ କିଣିବେ ବୋଲି ଯୋଗାଣ ନିରିକ୍ଷକ ଶ୍ରୀ ଚୌଧୂରୀ ପ୍ରକାଶ କରିଥିଲେ I ଆଜିର ଏହି କାର୍ଯ୍ୟକ୍ରମରେ ବିରଜା ରାଇସ୍ମିଲ୍ ମିଲର୍ ରବିନାରାୟଣ ପାତ୍ର, ଜୟ ମାଆ ତାରିଣୀ ରାଇସ୍ ମିଲ୍ ମିଲର୍ ସିଲୁ ସ୍ଵାଇଁ, ଶକ୍ତି ରାଇସ୍ ମିଲ୍ ମିଲର୍ ସୁଶାନ୍ତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ I ଆଜିଠାରୁ ମାର୍ଚ୍ଚ ମାସ ଶେଷ ସୁଦ୍ଧା ସମସ୍ତ ଚାଷୀଙ୍କୁ ଟୋକନ୍ ଦିଆଯାଇ ଧାନ ସଂଗ୍ରହ କରାଯିବ ବୋଲି ତହସିଲଦାର ଏବଂ ଯୋଗାଣ ନୀରିକ୍ଷକ ପ୍ରକାଶ କରିଛନ୍ତି I ଆଜି ବେଲଗୁଣ୍ଠା ସମେତ ବଡ଼ବୋର୍ସିଂ ଏବଂ ଆମ୍ବପୁଆ ଠାରେ ମଧ୍ୟ ଧାନମଣ୍ଡି ଉଦ୍ଘାଟିତ ହୋଇଯାଇଛି I ବଡ଼ବୋର୍ସିଂ ଠାରେ ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ଧାନମଣ୍ଡି ଉଦ୍ଘାଟନ କରିଥିବା ବେଳେ ସରପଞ୍ଚ ରାମେଶ୍ଵର ପାତ୍ର, କ୍ଷତ୍ରିୟବରପୂର ସମିତିସଭ୍ୟ କୁଞ୍ଜବିହାରୀ ନାୟକ ,ନାଟଙ୍ଗା ସରପଞ୍ଚ ପ୍ରତିନିଧି ଦେବେନ୍ଦ୍ର ଗୌଡ଼ ,ତହସିଲଦାର ଶ୍ରୀ ପ୍ରଧାନ ଏବଂ ଯୋଗାଣ ନୀରିକ୍ଷକ ଶ୍ରୀ ଚୌଧୁରୀ ପ୍ରମୂଖ ଉପସ୍ଥିତ ଥିଲେ I
Sign in
Sign in
Recover your password.
A password will be e-mailed to you.