ରାଜ୍ୟ ଖାଦ୍ୟ ଆୟୁକ୍ତଙ୍କ ତାଳଚେର ଗସ୍ତର ଦ୍ୱିତୀୟ ଦିନ

0 2

ଭୁବନେଶ୍ୱର: ଆଜି ରାଜ୍ୟ ଖାଦ୍ୟ ଆୟୁକ୍ତ ଶ୍ରୀ ଅବନିକାନ୍ତ ସାହୁଙ୍କ ତାଳଚେର ଗସ୍ତର ଦ୍ୱିତୀୟ ଦିନରେ ସେ ସର୍ବପ୍ରଥମେ ଗୋପଳପ୍ରସାଦସ୍ଥିତ ମା’ହିଙ୍ଗୁଳା ଙ୍କୁ ଦର୍ଶନ କରିଥିଲୋ ତା’ପରେ ସେ ତାଳଚେରସ୍ଥିତ ପବିତ୍ରମୋହନ ସରକାରୀ ଚିକିତ୍ସାଳୟକୁ ପରିଦର୍ଶନରେ ଯାଇ ସେଠାରେ ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟ ଓ ଚିକିତ୍ସାଳୟର ପରିଚାଳନାକୁ ନେଇ ଆଲୋଚନା କରିଥିଲୋ
ପରେ ସେ କନ୍ଧବରେନି ଆଶ୍ରମ ସ୍କୁଲକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିଥିଲୋ ସେଠାରେ ତାଙ୍କୁ ଛାତ୍ରଛାତ୍ରୀମାନେ ଖେଳ ପଡିଆ ଓ ଓ୍ୱାଟର କୁଲର ପାଇଁ ଦାବି କରିଥିଲୋ ସେମାନଙ୍କ ଦାବିକୁ ଅନସୁଚିତ ଜାତି ଓ ଅନାସୁଚିତ ଜନଜାତି ବିଭାଗର ସଚିବଙ୍କୁ ଜଣେଇବେ ବୋଲି ଖାଦ୍ୟ ଆୟୁକ୍ତ ଶ୍ରୀ ସାହୁ କହିଥିଲୋ
ଶେଷରେ ଆୟୁକ୍ତ ଶ୍ରୀ ସାହୁ ଦେରଙ୍ଗ ସ୍ଥିତ ବିଦ୍ୟାଳୟ ପରିଦର୍ଶନ କରିଥିଲୋ ସେଠାରେ ଥିବା ଶ୍ରେଣୀଗୃହଗୁଡ଼ିକ ଅବସ୍ଥା ଠିକ୍ ନଥିବାରୁ, ସେ ଦିଗରେ ଉପଯୁକ୍ତ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲୋ ଅନୁଗୋଳ ଭଳି ଶିଳ୍ପ ସମୃଦ୍ଧି ଜିଲ୍ଲାରେ ସିଏସଆର୍ ପାଣ୍ଠିର ସଦୁପଯୋଗ କରି ଭିତ୍ତିଭୂମିର ଉନ୍ନତି କରିବା ନିମନ୍ତେ ସେ ପରାମର୍ଶ ଦେଇଥିଲୋ
ଏହା ସହ ଶ୍ରୀ ସାହୁଙ୍କର ଦୁଇଦିନିଆ ତାଳଚେର ଗସ୍ତ ଶେଷ ହୋଇଯାଇଛିା ଆଜିର ଗସ୍ତ କାର୍ଯ୍ୟକ୍ରମ ଅବସରରେ ତାଙ୍କ ସହ ଖାଦ୍ୟ ଆୟୋଗର ସଦସ୍ୟ ଶ୍ରୀ ଦୟାନିଧି ଦାଶ ଓ ପ୍ରଶାସନିକ ଅଧିକାରୀ ଶ୍ରୀ ସରୋଜ ଷଡଙ୍ଗୀ ଉପସ୍ଥିତ ଥିଲୋ

Leave A Reply

Your email address will not be published.