ରାଉରକେଲା (ବସନ୍ତ କୁମାର ଜେନା) : ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଡ. ସୁରେଶ ଚନ୍ଦ୍ର ଦଳେଇ ଆଜି ରାଉରକେଲା ଗସ୍ତରେ ଆସି ସହରାଞ୍ଚଳ ରେ ବ୍ଯାପିଥିବା ଡାଇରିଆ ପରିସ୍ଥିତିର ସମୀକ୍ଷା କରିଛନ୍ତି। ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟର ର ସମ୍ମିଳନୀ କକ୍ଷରେ ଜଳ ସାଥୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସେ ଜଳସାଥୀ ମାନଙ୍କୁ ଅଧିକରୁ ଅଧିକ ପାଣି ନମୁନାର ପରୀକ୍ଷା ପାଇଁ ପରାମର୍ଶ ଦେବା ସହ କୌଣସି ସ୍ଥାନରେ ପାଣି ପାଇପ୍ ଫାଟିଥିଲେ ଏହାର ମରାମତି ପାଇଁ ସଙ୍ଗେ ସଙ୍ଗେ ସୂଚନା ଦେବା ପାଇଁ ସେ ପରାମର୍ଶ ଦେଇଛନ୍ତି। ବର୍ତ୍ତମାନ ପରିସ୍ଥିତିକୁ ଲକ୍ଷ୍ୟ କରି ସମସ୍ତେ ନିଜେ ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ସହ ଅନ୍ୟକୁ ମଧ୍ୟ ସଚେତନ କରିବା ପାଇଁ ସେ କହିଛନ୍ତି। ଏହା ବ୍ଯତୀତ ଡ ଦଳାଇ ରାଉରକେଲା ସରକାରୀ ଚିକିତ୍ସାଳୟ ମଧ୍ଯ ଲ ପରିଦର୍ଶନ କରି ଥିଲେ ଏବଂ ଡାଇରିଆ ସଂକ୍ରମିତ ରୋଗୀ ମାନଙ୍କୁ ଭେଟି ସେମାନଙ୍କ ଅବସ୍ଥା ପଚାରି ବୁଝିଥିଲେ। ଏହି ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ଡା ଶୁଭଙ୍କର ମହାପାତ୍ର ଏବଂ ଉପଜିଲ୍ଲାପାଳ ପାନପୋଷ ବିଜୟ ନାୟକ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.