ଜଗତସିଂହପୁର, ତା- ୨୧/୧୨/୨୦୨୩ ରିଖ ସୁମନ୍ତ କୁମାର ଦାସ: ଆଜି ନୂଆ-ଓ, ଯୁବ ଓଡିଶା, ନବୀନ ଓଡିଶା ଅନ୍ତର୍ଗତ, ଜିଲ୍ଲା ସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ, ନିମାଇଁ ଭବନ ଓ ସଂସ୍କୃତି ଭବନ ସମ୍ମୁଖରେ ଥିବା କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ର 67 ଟି ମହାବିଦ୍ୟାଳୟ ରୁ ଆସିଥିବା ପିଲା ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଗୁଡିକ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଚିନ୍ମୟୀ ବିଶ୍ଵାଳ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଶ୍ରୀମତୀ ବିଶ୍ଵାଳ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରି ଜୀବନ ରେ ସଫଳତା ପାଇବା ପାଇଁ ଚେଷ୍ଟିତ ହେବା ପାଇଁ କହିଥିଲେ। ନୋଡାଲ କଲେଜ ଅଧ୍ୟକ୍ଷ ଭାବେ ସ୍ଵାମୀ ବିବେକାନନ୍ଦ ସ୍ମାରକୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ପାତ୍ର ମଧ୍ୟ ଆସିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ କରି ନୂଆ ଓ ର ଅଭିପ୍ରାୟ ବିଷୟ ରେ ବୁଝାଇଥିଲେ। ବିଭିନ୍ନ ବର୍ଗରେ ଏଥିରେ ରଙ୍ଗୋଲି,ଚିତ୍ରାଙ୍କନ,ଏକକ ସଙ୍ଗୀତ, ଗୋଷ୍ଠୀ ସଙ୍ଗୀତ, ନୃତ୍ଯ, ଡ୍ରାମା,ଷ୍ଟାଣ୍ଡ ଅପ କମେଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ବିଭିନ୍ନ କ୍ଷେତ୍ର ରେ ଅଭିଜ୍ଞ ବିଚାରକ ମାନଙ୍କ ଦ୍ଵାରା କୃତି ପ୍ରତିଯୋଗୀମାନଙ୍କୁ ବଛା ଯିବ ଯେଉଁ ମାନେ ଆସନ୍ତା 29 .12.23 ରିଖ ରେ ଅନୁଷ୍ଠିତ ହେବାକୁ ଥିବା ଯୁବ ମହୋତ୍ସବ ରେ ଅର୍ଥ ରାଶି ଏବଂ ମାନପତ୍ର ସହ ପୁରସ୍କୃତ ହେବେ।ପ୍ରତିଯୋଗିତା ଦୁଇଦିନ ଧରି ଅନୁଷ୍ଠିତ ହେବ। ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ, ସହକାରୀ ଜିଲ୍ଲାପାଳ ସୁଶ୍ରୀ କଳ୍ପିତା କୁମାରୀ ଜେନା, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀମତୀ ବିଶ୍ଵ ବୀଜୟିନୀ ପଟ୍ଟନାୟକ,ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ର ସଫଳ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.