ଉତ୍ସବ ମୁଖର ପ୍ରସ୍ତାବିତ ପଦ୍ମପୁର ଜିଲ୍ଲା : ପଦ୍ମପୁର ଓ ପାଇକମାଳ ଓ ଝାରବନ୍ଧ ରେ ଆନନ୍ଦ ଉଲ୍ଲାସର ଲହରୀ

0 2

ପଦ୍ମପୁର : ଦୀର୍ଘ ଦିନର ସ୍ଵପ୍ନ ହେବ ସାକାର l ଗଠନ ହେବ ବହୁ ପ୍ରତୀକ୍ଷିତ ପଦ୍ମପୁର ଜିଲ୍ଲା l ୧୯୯୩ ରୁ ଜିଲ୍ଲା ମାନ୍ୟତା ଦାବୀ ରହିଥିବା ପଦ୍ମପୁର କୁ ଆଜି ଏକ ପ୍ରକାର ମିଳିଛି ସବୁଜ ସଂକେତ l ଗତ ଉପନିର୍ବାଚନ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ଏକ ବର୍ଷ ମଧ୍ୟରେ ପଦ୍ମପୁର ବାସୀଙ୍କ ସ୍ଵପ୍ନ ସାକାର ହେବ l ଯାହାକି ଆଜି ବାସ୍ତବରେ ପରିଣତ ହେବାକୁ ଯାଉଛିl ଆଜି ସକାଳୁ ଆସନ୍ତା ୩୦ ତାରିଖ ଜିଲ୍ଲା ଘୋଷଣା ନେଇ ଖବର ମିଳିବା ପରେ ଉତ୍ସବ ମୁଖର ହୋଇପଡିଛି ପଦ୍ମପୁର ସହର l ପାଇକମାଳ ବ୍ଳକ୍ ଅନ୍ତର୍ଗତ ଡୁଙ୍ଗୁରିପାଲି ଗ୍ରାମରୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରା ରେ ବାହାରି ପାଇକମାଳ ରେ ପହଞ୍ଚି ଥିଲେ ହଜାର ହଜାର ସଂଖ୍ୟକ ଅଞ୍ଚଳ ବାସୀ ଙ୍କ ସହ ଦଳୀୟ କର୍ମୀ l ନବୀନ ପଟ୍ଟନାୟକ ଜିନ୍ଦାବାଦ ସ୍ଲୋଗାନ ରେ ପ୍ରକମ୍ପିତ ହୋଇଥିଲା ପାଇକମାଳ ସହର l ବିଜୟ ରଞ୍ଜନ ସିଂ ବରିହା ଅମର ରହେ, ସୁଶାନ୍ତ ସିଂ ଜିନ୍ଦାବାଦ, ବର୍ଷା ସିଂ ବରିହା ଜିନ୍ଦାବାଦ ସ୍ଲୋଗାନ୍ ଦେବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଥିଲେ ଅଂଚଳବାସୀ l ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂ, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ସେଠାରେ ପହଞ୍ଚି ବହୁ ଦିନର ସ୍ଵପ୍ନ, ପୂର୍ବତନ ବିଧାୟକ ସ୍ଵର୍ଗତ ବିଜୟ ରଞ୍ଜନ ସିଂ ବରିହା ଙ୍କ ସ୍ଵପ୍ନ କୁ ସାକାର କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଜଣାଇବା ସହ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ଯୁବନେତା ଭୋଜରାଜ ସିଂ ବରିହା, ବ୍ଳକ୍ ଅଧ୍ୟକ୍ଷା ଭାବନା ସିଂ, ପାଇକମାଳ ବ୍ଳକ୍ ବିଜେଡ଼ି ସଭାପତି ରାଜେନ୍ଦ୍ର ରାଉତ, ବରିଷ୍ଠ ନେତା ହୃଦାନନ୍ଦ ବାରିକ, ଯୁବ ସଭାପତି ଗୌତମ ସିଂ ଙ୍କ ସମେତ ହଜାର ହଜାର ଜନତା ଯୋଗ ଦେଇଥିଲେ l

Leave A Reply

Your email address will not be published.