ଡିସେମ୍ବର ୩୦ରେ ମୁଖ୍ୟମନ୍ତ୍ରୀ କରିବେ ପଦ୍ମପୁର ଜିଲ୍ଲା ଘୋଷଣା
“ବର୍ଷା ସିଂ ବରିହା ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇଁ ସ୍ୱୟଂ ମାଁ ଲକ୍ଷ୍ମୀଙ୍କ ବରଦାନ”
ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ଆଜି ଲକ୍ଷ୍ମୀପୂଜା ଗୁରୁବାର ସକାଳୁ ସକାଳୁ ପଦ୍ମପୁରରେ ପହଁଚିଥିବା ଖବରକୁ ନେଇ ପଦ୍ମପୁର ବାସୀଙ୍କ ଭିତରେ ପ୍ରବଳ ଉତ୍ସାହ ଓ ଖୁସିର ଲହରୀ | ସେମାନଙ୍କ ବହୁଦିନର ସ୍ବପ୍ନ ସାକାର ହେବାକୁ ଯାଉଛି | ଯଦିଓ ଖବରଟି ଅସମର୍ଥିତ ସୂତ୍ରରୁ, ହେଲେ ଜିଲ୍ଲା ଘୋଷଣା ନିଶ୍ଚିତ | ବରଗଡ ଜିଲ୍ଲା ପଦ୍ମପୁରର ରୂପରେଖ ଖୁବଶିଘ୍ର ବଦଲି ସୃଷ୍ଟି ହେବ ପଦ୍ମପୁର ଜିଲ୍ଲା | ଲୋକେ ଖୁସି ଯେ , ଜିଲ୍ଲା ମାନ୍ୟତାର ସ୍ୱପ୍ନ ସତରେ ସାକାର ହେବାକୁ ଯାଉଛି। ପଦ୍ମପୁରବାସୀଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦେଇଥିବା ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଫଳପ୍ରଦ ପାଇଁ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅନେକ ସମୟରେ ଅନେକେ ତାଙ୍କୁ ଜିଲ୍ଲା ମାନ୍ୟତା ସମ୍ପର୍କରେ ପଚରା ଉଚୁରା ମଧ୍ୟରେ ସେ ସଦାସର୍ବଦା ଗୋଟିଏ ଉତ୍ତର ରଖୁଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଯାହା କହନ୍ତି ତାହା ନିଶ୍ଚିତ କରନ୍ତି। ତେଣୁ ଅପେକ୍ଷା କରନ୍ତୁ ଡିସେମ୍ବର ୩୦ ମଧ୍ୟରେ ନିଶ୍ଚିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ଦେଇଥିବା ପ୍ରତିଶୃତି ପାଳନ କରିବେ।ଆଜି ଗୁରୁବାର ଭଳି ଦିନରେ ତାହାର ଆଭାସ ଆସିବା ସତରେ ଆମ ପାଇଁ ଗର୍ବର ବିଷୟ ଅଟେ। ଆଜି ମାଁ ଲକ୍ଷ୍ମୀ ଙ୍କ ପବିତ୍ର ମାଣବସା ଗୁରୁବାରରେ ଖବର ଆସିବା ପରେ ଜଣାଯାଏ ଯେ,ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟିକା ବର୍ଷା ସିଂ ବରିହା ହେଉଛନ୍ତି ସ୍ୱୟଂ ମାଁ ଲକ୍ଷ୍ମୀଙ୍କ ଆଶୀର୍ବାଦ ବୋଲି ଲୋକମାନେ କୁହାକୁହି ହେଉଛନ୍ତି | ବିରୋଧୀଙ୍କ ସମାଲୋଚନା ଆଲୋଚନା ସତ୍ତ୍ୱେ ଜିଲ୍ଲା ମାନ୍ୟତା ପାଇବାକୁ ଯାଉଥିବାରୁ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ପଦ୍ମପୁର ବାସୀ ହାର୍ଦ୍ଦିକ ଅଭିନନ୍ଦନ ସହ ଧନ୍ୟବାଦ ଜ୍ଞାପନ କରିଛନ୍ତି l