ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ ଗଜପତି ଉତ୍ସବ – ୨୦୨୩ ଉଦଘାଟିତ ହୋଇଯାଇଛି।
ଉଦଘାଟନୀ ସଂଧ୍ୟାରେ ଗଜପତି ଜିଲ୍ଲାପାଳ ସ୍ମୁତି ରଞ୍ଜନ ପ୍ରଧାନ ଅଧ୍ୟକ୍ଷତାରେ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ , ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଜପତି ଅଧ୍ୟକ୍ଷା ମାରୀୟମ ରଇତ, ଜିଲ୍ଲା ପରିଷଦ ସଭାପତି , ଗଜପତି ଜି.ତିରୁପତି ରାଓ , ପାରଳାଖେମୁଣ୍ଡି ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ , ମହାଦେଇ କଲ୍ୟାଣୀ ଗଜପତି , ଆରକ୍ଷୀ ଅଧିକ୍ଷକ ସ୍ଵାତୀ ଏସ୍ କୁମାର ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ।
ଏହି ଅବସରରେ ମଞ୍ଚାସୀନ ଅତିଥି ମାନେ ଗଜପତି ଉତ୍ସବର ”ସ୍ମରଣୀକା” ପୁସ୍ତକ ଉନ୍ମୋଚନ କରିଥିଲେ।
ପ୍ରଥମେ ମହେନ୍ଦ୍ରଗିରି କୁନ୍ତୀ ମନ୍ଦିରରୁ ଆସିଥବା ମଶାଲ କୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରୁ ଏକ ବିରାଟ ଶୋଭାଯାତ୍ରା ରେ ବାହାରି ବଜାର ଛକ ଠାରେ ଥିବା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପା ମାଲ୍ୟାର୍ପଣ , ସହର ପରିକ୍ରମା କରି ଉତ୍ସବ ସ୍ଥଳରେ ପହଞ୍ଚିବା ପରେ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଥିଲା।
ପ୍ରଥମ ସଂଧ୍ୟାରେ ୧୦ ଟି ସାଂସ୍କୃତିକ ଦଳ ଭାଗ ନେଇଥିବା ବେଳେ ସୁଦୂର ଆସାମ ର ବିହୁ ନୃତ୍ୟ , ରାଜସ୍ଥାନୀ ନୃତ୍ୟ , ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ଯୋଡ଼ି ଶଙ୍ଖ , ପଦାମୃତ ନୃତ୍ୟାୟନର ଓଡିଶୀ ନୃତ୍ୟ ଏକଲବ୍ୟ , ଉତ୍ତର ପ୍ରଦେଶ ନୃତ୍ୟ , ମହାରାଷ୍ଟ୍ରର ଲାଭନି ନୃତ୍ୟ ପ୍ରମୁଖ ଲୋକଙ୍କୁ ଦୀର୍ଘ ସମୟ ଧରି ବାନ୍ଧି ରଖିବା ସହ ସାଂସ୍କୃତିକ ସନ୍ଧ୍ୟାର ଭରପୁର ମଜା ଉଠାଇ ଥିଲେ ଦର୍ଶକ।
Sign in
Sign in
Recover your password.
A password will be e-mailed to you.