ଜାମୁମାଲ ଆଶ୍ରମ ସ୍କୁଲ ରେ ବାର୍ଷିକ କ୍ରୀଡା ଉତ୍ସଵ

0 2

ଜମନକିରା ୧୯/୨୩(ଲିପନ ନାଏକ ) ଜମନକିରା ବ୍ଲକ ବଡ଼ମାଳ ପଞ୍ଚାୟତ ଜାମୁମାଲ ଆଶ୍ରମ ବିଦ୍ୟାଳୟରେ ଶୁକ୍ରବାର ଓ ଶନିବାର ଦୁଇ ଦିନ ଧରି ବାର୍ଷିକ କ୍ରୀଡା ଉତ୍ସାବ ଅନୁଷ୍ଠିତ ହଇଯାଇଛି l ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଷ୍ଣୁ ଚରଣ ଧାନ ଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଟି ପରିଚାଳନା ହୋଇଥିବାବେଳେ ମୋ ବିଦ୍ୟାଳୟ ଅଭିଯାନ ର ସଭାପତି ବିପିନ ବିହାରୀ patel ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଶାନ୍ତ ବରିହା ଙ୍କ ଦ୍ୱରା କ୍ରୀଡା ଉଦଘାଟନ ହୋଇଥିଲା l ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଦୌଡ଼, ଲମ୍ବଡିଆ, ଉଚ୍ଚଡିଆ, ଶର୍ଫୁଟ, ଜବଲିନ ଥ୍ରୋ, ମ୍ୟୁଜିଜ ଚିଆର ଇତ୍ୟାଦି ଖେଳ ଖେଳାଯାଇଥିଲା l ସେହିପରି ଉଦଯାପନୀ ଦିବସରେ ମୁଖ୍ୟ ଅତିଥିଭାବେ ବଡ଼ମାଳ ସମିତି ସଭ୍ୟା ଶ୍ରୀମତୀ ଜେମାଦେଇ ମାଝୀ, ସାନମାନୀୟ ଅତିଥିଭାବେ ଟିକିଲିପଡା ଏସ. ଏସ. ଡ଼ି ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବାସନ୍ତୀ ବେହେରା, ଟିକିଲିପଡା ଆଶ୍ରମ ବିଦ୍ୟାକୟର ପ୍ରଧାନ ଶିକ୍ଷକ ପଙ୍କଜ କୁମାର ବେହେରା, ବଞ୍ଜରୀ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୀଳମଣି ଝାଙ୍କର ଏବଂ ସରେଇ କ୍ଲଷ୍ଟର ର ସି. ଆର. ସି. ସି ରମଣୀ kisan ଯୋଗଦେଇ ତାଙ୍କର ଅଭିଭାଷଣ ରଖିଥିଲେ l ପ୍ରଧାନ ଶିକ୍ଷକ କୃତି ପ୍ରତିଯୋଗୀ ମାନଙ୍କୁ ବାର୍ଷିକ ଉତ୍ସବର ପୁରସ୍କାର ବିତରଣ କରାଇଥିବା ବେଳେ ବିଦ୍ୟାଳୟ ର ଶିକ୍ଷକ କ୍ଷୀରୋଦ ଚନ୍ଦ୍ର ନାଏକ, ସରୋଜ ପଟେଲ, ସୁନନ୍ଦା ପଟେଲ, ସୁନୀଲ କୁମାର ନାଗ ଖେଳ ପରିଚାଳନା କରିଥିଲେ l ସ୍କୁଲ କର୍ମଚାରୀ ତପସ୍ୱାନି ମାଝୀ, ମହେଶ୍ୱର କାଲୋ, ରୋହିତ ନାଏକ,ରାଇବାରୀ ମୁଣ୍ଡା, କୈଳାସିନୀ କାଲୋ ପ୍ରମୁଖ ସାହାଯ୍ୟ ସହଯୋଗ କରିଥିଲେ l

Leave A Reply

Your email address will not be published.