ଶାରଳା ମନ୍ଦିର ହୁଣ୍ଡି ଚୋରିର ମୁଖ୍ୟ ଅଭିଯୁକ୍ତ ଗିରଫ

0 2

ଜଗତସିଂହପୁର,ତା-୧୮.୧୨.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ର ପ୍ରସିଦ୍ଧ ଓ ପ୍ରାଚୀନ ଶକ୍ତିପୀଠ ଝଙ୍କଡ଼ ବାସୀନୀ ମା’ ଶାରଳା ମନ୍ଦିରର ୧ ନମ୍ବର ମୁଖ୍ୟ ହୁଣ୍ଡି ରୁ ଗତ ବୁଧବାର ଦିନ ବିଳମ୍ବିତ ରାତିରେ ଯେଉଁ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ ସେହି ଘଟଣାରେ ପୋଲିସ ୩ ଜଣଙ୍କୁ ଅଟକ ରଖିବା ସହିତ କିଛି ଚୋରିଟଙ୍କା ମଧ୍ୟ ଉଦ୍ଧାର କରିଥିଲା।ଏହାର ମାଷ୍ଟର ମାଇଣ୍ଡ କୁ ଧରିବା ପାଇଁ ତିର୍ତ୍ତୋଲ ପୋଲିସ ଜାଲ ବିଛାଇଥିଲା । ଶେଷରେ ମନ୍ଦିରର ସି ସି ଟିଭି ଫୁଟେଜ କୁ ଆଧାର କରି ଏକ ଇଲୋକ ଟ୍ରନିକ୍ ଦୋକାନ ର ସି ସି ଟିଭି ମାଧ୍ୟମରେ ତିର୍ତ୍ତୋଲ ପୋଲିସ ଓ ଜିଲ୍ଲା ପୋଲିସ ର ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ଗତ ଶନିବାର ଦିନ ବିଳମ୍ବିତ ରାତିରେ କେନ୍ଦୁଝର କରଞ୍ଜିଆ ର ଏକ ଲଜ ରୁ ଲୁଟ୍ ଘଟଣା ର ମାଷ୍ଟର ମାଇଣ୍ଡ ୠଷି ମହନ୍ତ ନାମକ ଜଣେ ଯୁବକକୁ ରେଡ୍ ହ୍ୟାଣ୍ଡ ରେ କାବୁ କରିଥିଲେ। ତେବେ ଏହି ଯୁବକଙ୍କ ନିକଟରୁ ଏକ ଲକ୍ଷ ୮୫ ହଜାର ୧୯୬ ଟଙ୍କା ଟଙ୍କା ଜବତ କରାଯାଇଛି।ଏହା ସହିତ ଦୁଇଟି ମୋବାଇଲ, ଗୋଟିଏ କ୍ୟାରି ବ୍ୟାଗ ସହିତ ଟଙ୍କା ପୁରେଇ ନେଇଥିବା ମା ଙ୍କ ଶାଢ଼ି ମଧ୍ୟ ଜବତ କରାଯାଇଛି। ଏ ନେଇ ତିର୍ତ୍ତୋଲ ଥାନା ରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଜିଲ୍ଲା ଅତିରିକ୍ତ ଅରକ୍ଷୀ ଅତିକ୍ଷକ ଜୟନ୍ତ ମହାପାତ୍ର ।ଏହି ଯୁବକ କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ କେରି ଗ୍ରାମର ଅଧିବାସୀ ବୋଲି ଜଣାପଡିଛି।ଗତ ଜୁନ ମାସ ରେ ଅଭିଯୁକ୍ତ ଶାରଳା ମନ୍ଦିର ବୁଲିବାକୁ ଆସି ଚୋରି ଉଦ୍ୟମ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି କରିଥିଲା।ଏହା ପରେ ଗତ ୧୪ ତାରିଖ ଦିନ ହୁଣ୍ଡିରୁ ଟଙ୍କା ଚୋରି କରି ନେଇଥିଲା। ଅଭିଯୁକ୍ତ କୁ ଗିରଫ କରାଯିବା ପରେ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରି ମଇନା କରାଯାଇ କୋର୍ଟ ଚାଲାଣ କରାଯାଇଛି।

Leave A Reply

Your email address will not be published.