ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା}: ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଧେଶ ରେ ୫ଟି ଓ ନବୀନ ଓଡ଼ିଶା ଅଧକ୍ଷ ଶ୍ରୀଯୁକ୍ତ ଭି.କାର୍ତ୍ତିକେୟ ପାଣ୍ଡିଆନ ଆଜି ଗଞ୍ଜାମ୍ ଗ୍ରସ୍ତର ଦୁତିୟ ଦିନରେ ଡିସେମ୍ବର ୧୭ ତାରିଖ ୨୦୨୩ ରବିବାର ଦିନ ଗଞ୍ଜାମ ଜ଼ିଲ୍ଲା ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ଅବସରରେ ଭଞ୍ଜନଗରବାସୀ ଙ୍କ ତରଫରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରଥମେ ସେ ଆସ୍କା ଠୁ ଭଞ୍ଜନଗର ନିଜ କାର୍ ରେ ବିଭିନ୍ନ ସୁରକ୍ଷା କର୍ମୀଙ୍କୁ ନେଇ ଆସୁଥିବା ବେଳେ ଭଞ୍ଜନଗର ଅନ୍ତର୍ଗତ ଜିଲୁଣ୍ଡି ଗ୍ରାମରେ ଗ୍ରାମବାସୀ ଓ ସରପଞ୍ଚ ଙ୍କ ଠାରୁ ଅଭ୍ୟର୍ଥନା ଗ୍ରହଣ କରି, ଭଞ୍ଜମାଟି ଭଞ୍ଜନଗର ସହର ବିଜ୍ଞାପିତ ଅଞ୍ଚଳ ପରିଷଦ ର ପରିବା ମାର୍କେଟ ରେ ପହଞ୍ଚି ଥିଲେ। ସେଠାରେ ଅନେକ ଦଳୀୟ କର୍ମକର୍ତ୍ତା, ସହର ବାସିଙ୍କ ସହିତ ସ୍ଥାନୀୟ ନଗର ପାଳ ଶ୍ରୀଯୁକ୍ତ ଗୋପବନ୍ଧୁ ମହାପାତ୍ର ମଧ୍ୟ ପାଣ୍ଡିଆନ୍ ମହାଶୟଙ୍କୁ ଉପଢୌକନ ଓ ପୁଷ୍ପ ଗୁଛ ପ୍ରଦାନ ପୂର୍ବକ ଶୁଭେଚ୍ଛା ଜଣାଇଥିଲେ। ପରେ ପରେ କୁଲାଡ ରାସ୍ତାରେ ଥିବା ତୁଳସୀ ପଲ୍ଲୀ ଗ୍ରାମରେ, ଗ୍ରାମବାସୀ ମାନେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।ଏହି ସବୁ ଅଭ୍ୟର୍ଥନା କାର୍ଯ୍ୟକ୍ରମ ମାତ୍ର ଦୁଇ ବା ତିନି ମିନିଟ୍ ରହଣି ରେ ସମାପ୍ତ ହୋଇଥିଲା। ଏହି ଅବସରରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅଧିନସ୍ଥ କୁଲାଡ଼ ଗ୍ରାମପଞ୍ଚାୟତ ଅଧିଷ୍ଠାତ୍ରୀ ଦେବୀ ମା ବାଘ୍ରଦେବୀ ବା ତଳ ଵ୍ୟଘ୍ରଦେବୀ ଏବଂ ଓଡ଼ିଶା ରାଜ୍ୟ ର ଦୁତିୟ ଶ୍ରୀକ୍ଷେତ୍ର ରୁପେ ପରିଚିତ ପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର ରେ ତିନି ଦିଅଁଙ୍କୁ ଦର୍ଶନ କରି ମନ୍ଦିର ରୂପାନ୍ତରିକରଣ କାର୍ଯ୍ୟ ର ସମୀକ୍ଷା କରିଥିଲେ । ଏହା ସହିତ ସାଧାରଣ ସଭା ରେ ଯୋଗଦେଇ ଜନ ସାଧାରଣ ଙ୍କ ସହ ଆଲୋଚନା କରିବା ସହ ଓଡ଼ିଶା ସରକାର ଙ୍କ ସ୍ଥାପତ୍ୟ ଓ କୀର୍ତ୍ତିରାଜୀ ର ସୁରକ୍ଷା ନିମନ୍ତେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ମନ୍ଦିର ର ରୂପାନ୍ତରିକରଣ ପାଇଁ ମୁଖ୍ୟମନ୍ତ୍ରୀ ଅର୍ଥ ଅନୁମୋଦନ କରିଥିବା ଶ୍ରୀ ପାଣ୍ଡିଆନ ଘୋଷଣା କରିବା ସହ ଆଗାମୀ ଦିନ ରେ ଅଞ୍ଚଳ ବାସୀଙ୍କ ସୁବିଧା ପାଇଁ ଲକ୍ଷ୍ମୀ ଯୋଜନା ରେ ବସ ଚାଲିବା ପାଇଁ ଘୋଷଣା କରିଛନ୍ତି ।ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟକ ତଥା ମାନ୍ୟବର ଅର୍ଥ ମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ,ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳର ସଭାପତି ଡ଼.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ,ଗଞ୍ଜାମ ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ଶ୍ରୀ ସୁବାସ ମହାରଣା ଙ୍କ ସହିତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.