- https://youtu.be/CaJ1TzXUfrc
-

-
“କିଛି ଲୋକଙ୍କୁ ବିକାଶ ଦେଖା ଯାଉନାହିଁ । ରୂପାନ୍ତରଣକୁ ଗ୍ରହଣ କରିପାରୁନାହାନ୍ତି । ରୂପାନ୍ତରଣ କଥା ଆସିଲା ବେଳକୁ ସେମାନେ ଅନ୍ଧ ହେଇଯାଉଛନ୍ତି । ଆଖୁ ଖୋଲିଲେ ସମଗ୍ର ଓଡ଼ିଶାର ସବୁଠି ବିକାଶ ଓ ରୂପାନ୍ତରଣ ଜଳଜଳ ହୋଇ ଦେଖାଯିବ । ଶିକ୍ଷାରୁ ସ୍ବାସ୍ଥ୍ୟସେବା, ଗମନାଗମନରୁ ଐତିହ୍ୟସ୍ଥଳୀର ସୌନ୍ଦର୍ଯ୍ୟକରଣ । ବିକାଶର ନୂଆ ଅଧ୍ୟାୟ ଲେଖୁଛି ଓଡ଼ିଶା।”
-
ରୂପାନ୍ତରଣ କାର୍ଯ୍ୟର ଗୋଟି ଗୋଟି ହିସାବ ଦେଲେ ପାଣ୍ଡିଆନ
-
ଏବେ ଡାକ୍ତର ବଳକା ରାଜ୍ୟ ହୋଇଛି ଓଡ଼ିଶା
-
ବଡ଼ ସ୍ୱପ୍ନ ଦେଖିବାକୁ ଗରିବଙ୍କୁ ଆଜି ସଶକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ
-
ମିଶନ ଶକ୍ତି, ଆମ ବ୍ୟାଙ୍କ ଭଳି ଅର୍ଥନୈତିକ ଅଭିଯାନ ଦ୍ବାରା ଲୋକଙ୍କ ଜୀବନଧାରା ବଦଳିଛି
-
ଲକ୍ଷ୍ମୀ ବସ୍ ଯୋଜନା, ରାସ୍ତା ଓ ସେତୁ ନିର୍ମାଣ ଦ୍ୱାରା ଗମନାଗମନ କ୍ଷେତ୍ରରେ ଆସିଛି ବ୍ୟାପକ ପରିବର୍ତ୍ତନ
ଭୁବନେଶ୍ୱର : ଆଗରୁ ଗସ୍ତ କରିଥିଲେ ଆଉ ଭାଷଣ ବି ଦେଉଥିଲେ | ହେଲେ ବିଜେଡିରେ ଯୋଗ ଦେବା ପରେ ଓ ସଚିବାରୁ ଅଧ୍ୟକ୍ଷ ହେବ ପରେ ଗଂଜାମ ଜିଲ୍ଲାକୁ ପ୍ରଥମ ଗସ୍ତ ବେଳେ ନିଜ ପ୍ରଥମ ରାଜନୀତିକ ଭାଷଣ ଦେଇଛନ୍ତି ନବୀନ ଓଡିଶା ଅଧ୍ୟକ୍ଷ ଭି କାର୍ତିକେୟନ ପାଣ୍ଡିଆନ | ବିରୋଧୀ ମାନଙ୍କୁ କରିଛନ୍ତି କଟାକ୍ଷ ଆଉ କରିଛନ୍ତି ସିଧା ଟାର୍ଗେଟ | ରାଜ୍ୟରେ ଚାଲିଥିବା ରୂପାନ୍ତରଣ କିଛି ଲୋକଙ୍କୁ ଦିଶୁନି, ତେଣୁ ସେମାନେ ଆଖି ଖୋଲିବା ଦରକାର ବୋଲି ବିରୋଧୀଙ୍କୁ ଆକ୍ଷେପ କରି କହିଛନ୍ତି ପାଣ୍ଡିଆନ | ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେବା ପରେ ଗଞ୍ଜାମ ଜିଲ୍ଲାକୁ ପ୍ରଥମ ଗସ୍ତ ଅବସରରେ ଶ୍ରୀ ପାଣ୍ଡିଆନ୍ କହିଛନ୍ତି ଯେ କିଛି ଲୋକଙ୍କୁ ବିକାଶ ଦେଖା ଯାଉନାହିଁ । ରୂପାନ୍ତରଣକୁ ଗ୍ରହଣ କରିପାରୁନାହାନ୍ତି । ରୂପାନ୍ତରଣ କଥା ଆସିଲା ବେଳକୁ ସେମାନେ ଅନ୍ଧ ହେଇଯାଉଛନ୍ତି । ଆଖୁ ଖୋଲିଲେ ସମଗ୍ର ଓଡ଼ିଶାର ସବୁଠି ବିକାଶ ଓ ରୂପାନ୍ତରଣ ଜଳଜଳ ହୋଇ ଦେଖାଯିବ । ଶିକ୍ଷାରୁ ସ୍ବାସ୍ଥ୍ୟସେବା, ଗମନାଗମନରୁ ଐତିହ୍ୟସ୍ଥଳୀର ସୌନ୍ଦର୍ଯ୍ୟକରଣ । ବିକାଶର ନୂଆ ଅଧ୍ୟାୟ ଲେଖୁଛି ଓଡ଼ିଶା। ଐତିହାସିକ ରୂପାନ୍ତରଣ ଦେଖି ବି କିଛି ଲୋକ ବାରମ୍ବାର ଅପପ୍ରଚାର କରୁଛନ୍ତି । ଗଞ୍ଜାମରେ ଗ୍ରାଉଣ୍ଡ ଜିରୋ ସମୀକ୍ଷା କରିବା ବେଳେ ବିରୋଧୀଙ୍କୁ ସିଧା ଜବାବ ଦେଇଛନ୍ତି ପାଣ୍ଡିଆନ୍ ।ସେ କହିଛନ୍ତି ଯେ ସାରା ରାଜ୍ୟରେ ରୂପାନ୍ତରଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ମାର୍ଟ କ୍ଲାସରୁମ୍, ଇ-ଲାଇବ୍ରେରୀ ସାଙ୍ଗକୁ ବିଭିନ୍ନ ସୁବିଧା ସହ ସ୍କୁଲ ରୂପାନ୍ତରଣ ହୋଇଛି । ରାଜ୍ୟରେ ସବୁ କଲେଜର ବଦଳୁଛି ରୂପରେଖ । ବଡ଼ ସ୍ୱପ୍ନ ଦେଖିବାକୁ ଗରିବଙ୍କୁ ଆଜି ସଶକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗରିବରୁ ଗରିବ ଲୋକ ମଧ୍ଯ ନିଜ ସନ୍ତାନକୁ ଡାକ୍ତର, ଇଂଜିନିୟର, ଆଇଏଏସ୍ କରିବାର ସ୍ୱପ୍ନ ଦେଖୁଛି ଓ ତାକୁ ସାକାର କରିବାର ସାମର୍ଥ୍ୟ ମଧ୍ୟ ରଖୁଛି । କେବଳ ସେତିକି ନୁହେଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଦ୍ଵାରା ବଡ଼ ହସପିଟାଲରେ ଗରିବଙ୍କୁ ଉନ୍ନତ ସ୍ଵାସ୍ଥ୍ୟସେବା ମିଳିପାରୁଛି । ସାରା ରାଜ୍ୟରେ ଆମ ହସପିଟାଲ ଯୋଜନା କାର୍ଯ୍ୟକାରୀ ହୋଇଛି । ମେଡିକାଲ କଲେଜ ସଂଖ୍ୟା ବଢିଛି । ଏବେ ଡାକ୍ତର ବଳକା ରାଜ୍ୟ ହୋଇଛି ଓଡ଼ିଶା ।
ପୁରୀ ଶ୍ରୀମନ୍ଦିରରୁ ସମଲେଇ ମନ୍ଦିର, ଗୁପ୍ତେଶ୍ଵରରୁ ଆଖଣ୍ଡଳମଣି ରାଜ୍ୟର ସବୁ ଐତିହ୍ୟସ୍ଥଳୀର ରୂପାନ୍ତର କରାଯାଇଛି । ସବୁ ପଞ୍ଚାୟତରେ ଥିବା ମନ୍ଦିରର ସୌନ୍ଦର୍ଯ୍ୟକରଣ ହେଉଛି । ମିଶନ ଶକ୍ତି, ଆମ ବ୍ୟାଙ୍କ ଭଳି ଅର୍ଥନୈତିକ ଅଭିଯାନ ଦ୍ବାରା ଲୋକଙ୍କ ଜୀବନଧାରା ବଦଳିଛି । ଲକ୍ଷ୍ମୀ ବସ୍ ଯୋଜନା, ରାସ୍ତା ଓ ସେତୁ ନିର୍ମାଣ ଦ୍ୱାରା ଗମନାଗମନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି । ଯଦି ଏସବୁ ରୂପାନ୍ତରଣ କିଛି ଲୋକଙ୍କୁ ଦିଶୁନି, ତେବେ ସେମାନେ ଆଖୁ ଖୋଲିବା ଦରକାର ବୋଲି ୫ଟି ଅଧ୍ଯକ୍ଷ ଭି କାର୍ତିକେୟନ ପାଣ୍ଡିଆନ କହିଛନ୍ତି । ଦୁଇ ଦିନିଆ ଗଞ୍ଜାମ ଗସ୍ତରେ ଯାଇଥିବା ବେଳେ ଆଜି ଛତ୍ରପୁର ସୁନ୍ଦରେଶ୍ଵର ମନ୍ଦିରର ରୂପାନ୍ତରଣ କାର୍ଯ୍ୟ ସମୀକ୍ଷା ବେଳେ ସେ ଏହା କହିଛନ୍ତି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୧୬ତାରିଖରୁ ୫ଟି ଓ ନବୀନ ଓଡ଼ିଶା ଅଧ୍ଯକ୍ଷ ଶ୍ରୀ ପାଣ୍ଡିଆନ ଦୁଇ ଦିନିଆ ଗଂଜାମ ଜିଲ୍ଲା ଗସ୍ତ କରିଥିଲେ । ଏହି ଗସ୍ତର ପ୍ରଥମ ଦିନରେ ହିଞ୍ଜିଳିକାଟୁ ନିକଟ କୋଚିଲିମାଠାରେ ଥିବା ଖମ୍ବେୟାଦୋରା ଜୁନିଅର କଲେଜରେ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରି ସେମାନଙ୍କୁ ବଡ଼ ସ୍ୱପ୍ନ ଦେଖୁବାକୁ ଉତ୍ସାହିତ କରିଥିଲେ । ହିଞ୍ଜିଳିକାଟୁ ମିନି ଷ୍ଟାଡିୟମଠାରେ ନୂଆ-ଓ କାର୍ଯ୍ୟକ୍ରମରେ ମଧ୍ୟ ଛାତ୍ରଛାତ୍ରୀମାନଙ୍କ ସହ ଭାବର ଆଦାନପ୍ରଦାନ କରିଥିଲେ । ପରେ ଶେରଗଡ଼ ଯାଇ ମିଶନ ଶକ୍ତି ମାଆ ଓ ଚାଷୀମାନଙ୍କ ସହ ପୃଥକ ପୃଥକ ଆଲୋଚନା କରିଥିଲେ । ସଂଧାରେ ବ୍ରହ୍ମପୁରର ଇଷ୍ଟଦେବୀ ମା’ ବୁଢୀ ଠାକୁରାଣୀଙ୍କ ମନ୍ଦିର ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରିଥିଲେ ।
ଗସ୍ତର ଦ୍ଵିତୀୟ ଦିନ ଅର୍ଥାତ ଆଜି ଭୋରରୁ ଶ୍ରୀ ପାଣ୍ଡିଆନ୍ ପ୍ରଥମେ ଏମକେସିଜି ମେଡିକାଲ କଲେଜ ଯାଇ ସେଠାରେ ଡାକ୍ତରୀ ଛାତ୍ରଙ୍କ ସହ ଆଲୋଚନା କରିଥିଲେ । ତେବେ ରବିବାର ଦିନ ରୋର ୫ଟା ୪୫ରେ ପହଞ୍ଚିଥିବାରୁ ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ଶ୍ରୀ ପାଣ୍ଡିଆନ୍ । ଏଥିସହ ମେଡିକାଲର ବିଭିନ୍ନ ୱାର୍ଡ ବୁଲିବା ସହ ଏମକେସିଜିରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଡାକ୍ତରୀ ଛାତ୍ରଛାତ୍ରୀ ଓ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ସହ ମେଡିକାଲ କଲେଜ ରୂପାନ୍ତରଣର ମାଷ୍ଟରପ୍ଲାନ ଅନୁଧ୍ୟାନ କରିଥିଲେ। ୭୬କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ଥିବା କ୍ୟାନ୍ସର କେୟାର ସେଣ୍ଟରର ମଧ୍ୟ ସମୀକ୍ଷା କରିଥିଲେ । ଏହି ଅବସରରେ ହାଉସ ସର୍ଜନମାନଙ୍କ ଷ୍ଟାଇପେଶ ମାସିକ ୨୮ହଜାର ଟଙ୍କାରୁ ୪୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିବାରୁ ଡାକ୍ତରୀ ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ଶ୍ରୀ ପାଣ୍ଡିଆନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଗତ ଡାକ୍ତର ଦିବସରେ ଷ୍ଟାଇପେଣ୍ଡ ବୃଦ୍ଧି ପାଇଁ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ପାଣ୍ଡିଆନ ।
ବ୍ରହ୍ମପୁର ଉପକଣ୍ଠ କୁକୁଡ଼ାଖଣ୍ଡୀର କୁସୁମୀଠାରେ ତିଆରି ହେଉଥିବା ରିଂ ରୋଡ୍ ଯାଇ ସେଠାରେ ମଧ୍ୟ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ । ୨୨୦ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ରିଂରୋଡ କାମ ୨୦୨୫ ଡିସେମ୍ବର ସୁଦ୍ଧା ସାରିବାକୁ ସମୟ ଧାର୍ଯ୍ୟ ହୋଇଛି । ଏହି ପ୍ରକଳ୍ପ ପାଇଁ ସହଯୋଗ କରିଥିବାରୁ ଜନସାଧାରଣଙ୍କୁ ଶ୍ରୀ ପାଣ୍ଡିଆନ ଧନ୍ୟବାଦ ଦେଇଥିଲେ ।ଜିଲ୍ଲାର ସମସ୍ତ ୫ଟି କଲେଜର ରୂପାନ୍ତରଣ ଫେବ୍ରୁଆରୀ ଶେଷ ସପ୍ତାହ ସୁଦ୍ଧା ସାରିବା ପାଇଁ ଜିଲ୍ଲା ପ୍ରଶାସନକୁ ଏହି ଅବସରରେ ୫ଟି ଓ ନବୀନ ଓଡ଼ିଶା ଅଧ୍ଯକ୍ଷ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ । ଗୋପାଳପୁର ମାର୍କଶିଠାରେ ୯୩ କୋଟି ଓ ହରିପୁରଠାରେ ୮୪କୋଟି ବ୍ୟୟରେ ନିର୍ମାଣାଧୀନ ପ୍ରକଳ୍ପର ମଧ୍ୟ ସମୀକ୍ଷା କରିଥିଲେ । ଏହି ପ୍ରକଳ୍ପ ଦ୍ୱାରା ନଦୀ ମୁହାଣ ଖୋଲିବାରେ ସହାୟକ ହେବ । ମତ୍ସ୍ୟଜୀବୀମାନେ ବିଶେଷ ଭାବେ ଉପକୃତ ହେବେ । ଛତ୍ରପୁର ନିକଟ ଋଷିକୁଲ୍ୟା ନଦୀର କଂସାରୀଟଣଠାରେ ନିର୍ମାଣାଧୀନ ଇନଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକଚର ବା ପ୍ରବାହିତ ଜଳରେ ଜଳସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ ୫ଟି ଅଧ୍ୟକ୍ଷ । ଖଲ୍ଲିକୋଟରେ ୧୧୪ କୋଟି ଟଙ୍କା ବ୍ୟୟରେ ସାଳିଆଡ୍ୟାମରୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ମଧ୍ୟ ସମୀକ୍ଷା କରିଥିଲେ । ୧୫୭୨ କୋଟି ଟଙ୍କା ବ୍ୟୟରେ ପୋଲସରା ଓ କବିସୂର୍ଯ୍ୟନଗର ଅଞ୍ଚଳରେ ନିର୍ମାଣାଧୀନ ମେଗା ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ମଧ୍ୟ ସମୀକ୍ଷା କରିଥିଲେ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଉଭୟ ପୋଲସରା ଓ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ୧୧ଟି ବ୍ଲକବାସୀ ଉପକୃତ ହେବେ । ୫୦ କୋଟି ଟଙ୍କା ବ୍ୟୟରେ ଆସିକା ଉପଖଣ୍ଡ ହସ୍ପିଟାଲ ଇନ୍ନତିକରଣ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ। କାର୍ଷିକ ପାଣ୍ଡିଆନ ।
ଭଞ୍ଜନଗରଠାରେ ୧୯୧୩କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ, ୧୨୦ କୋଟି ବ୍ୟୟରେ ନୂଆଗାଁଠାରେ ଋଷିକୁଲ୍ୟା ନଦୀର ଜଳସେଚନ ଯୋଜନା, ୩୦ କୋଟି ୬୨ ଲକ୍ଷ ବ୍ୟୟରେ ଢୋଲପିଟା ବଡନଦୀରେ ଇନଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକଚର ନିର୍ମାଣ ସଂପର୍କରେ ସ୍ଥାନୀୟ ବିଧାୟକ ବିକ୍ରମ କେଶରୀ ଆରୁଖଙ୍କ ସହ ଆଲୋଚନା କରିଥିଲେ ୫ଟି ତଥା ନବୀନ ଓଡିଶା ଅଧ୍ଯକ୍ଷ ପାଣ୍ଡିଆନ।ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ଵର, ଛତ୍ରପୁର ନିକଟସ୍ଥ ସୁନ୍ଦରେଶ୍ଵର, ପୁରୁଷୋତ୍ତମପୁରର ତୁମ୍ଭେଶ୍ଵର, ପୋଲସରା ନିକଟସୁ ମାରଦାର ଶୂନ୍ୟ ମନ୍ଦିର, ଆଠଗଡ଼ର ଶ୍ରୀଜଗନ୍ନାଥ ମନ୍ଦିର, ଆସିକାର ପ୍ରସିଦ୍ଧ ଖମ୍ବେଶ୍ଵର ମନ୍ଦିର ଓ ଶେଷରେ କୁଲାଡ଼ର ମାଆ ବ୍ୟାଘ୍ରଦେବୀଙ୍କ ମନ୍ଦିରର ରୂପାନ୍ତରଣ କାର୍ଯ୍ୟ ସମୀକ୍ଷା କରିଥିଲେ । ପାଣ୍ଡିଆନଙ୍କ ଗସ୍ତ ଅବସରରେ ପ୍ରତ୍ୟେକ ସ୍ଥାନରେ ହଜାର ହଜାର ଲୋକ ଉପସ୍ଥିତ ରହି ତାଙ୍କୁ ଉଚ୍ଛସିତ ସମ୍ବଦ୍ଧନା ପ୍ରଦାନ କରିଥିଲେ । ଏହି ଗସ୍ତ ସମୟରେ ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କୁ ସମ୍ବର୍ଶିତ କରି ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ନୂଆ ଓଡ଼ିଶା ଗଠନରେ ସାମିଲ ହେବାକୁ ସେ ଆହ୍ୱାନ ଦେଇଥିଲେ । ସର୍ବୋପରି ରାଜ୍ୟର ସବୁଠୁ ଗରିବ ବ୍ୟକ୍ତିକୁ ବଡ ସ୍ୱପ୍ନ ଦେଖୁବାକୁ ସକ୍ଷମ କରିବା ସହ ନୂତନ ଓଡ଼ିଶା ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ରୂପାନ୍ତରଣ କରୁଥିବା ସେ କହିଛନ୍ତି ।
ଦୁଇ ଦିନିଆ ସଂଳାମ ଗସ୍ତ ବେଳେ ଜିଲ୍ଲାର ବିଭିନ୍ନ ମନ୍ଦିର ଓ କଲେଜର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ଅର୍ଥ ମଂଜୁର କରିଥିବା କଥା ଶ୍ରୀ ପାଣ୍ଡିଆନ୍ ଘୋଷଣା କରିଛନ୍ତି । କେବଳ ମନ୍ଦିର ରୂପାନ୍ତରଣ ପାଇଁ ୧୧ କୋଟି ୫୦ଲକ୍ଷ ଟଙ୍କା ମଂଜୁର ହୋଇଥିବା ସେ ଘୋଷଣା କରିଥିଲେ ।
ରଙ୍ଗେଇଲୁଣ୍ଡା ବ୍ଳକର ଧବଳେଶ୍ଵର ମନ୍ଦିର ପାଇଁ ୧ କୋଟି ୨୦ଲକ୍ଷ, ଛତ୍ରପୁର ବ୍ଲକର ସୁନ୍ଦରେଶ୍ୱର ମନ୍ଦିର ପାଇଁ ଦେଢ କୋଟି, ରାମଚଣ୍ଡୀ ମନ୍ଦିର ପାଇଁ ୨ କୋଟି ୨୦ଲକ୍ଷ, ବଟେଶ୍ଵର ମନ୍ଦିର ପାଇଁ ୧ କୋଟି ୫୦ଲକ୍ଷ ମଂଜୁର ହୋଇଛି । ସେହିପରି ପୁରୁଷୋତ୍ତମପୁର ବ୍ଲକର ତୁମ୍ବେଶ୍ୱର ମନ୍ଦିରର ଉନ୍ନତିକରଣ ପାଇଁ ୧ କୋଟି ୨୦ ଲକ୍ଷ ମଞ୍ଜୁର କରାଯାଇଛି । ପୋଲସରା ବ୍ଲକର ମାରଦା ମନ୍ଦିରର ଉନ୍ନତି ପାଇଁ ୨ କୋଟି ଟଙ୍କା ମଂଜୁର ହୋଇଛି । ଆଠଗଡ ଜଗନ୍ନାଥ ମନ୍ଦିର ଉନ୍ନତିକରଣ ପାଇଁ ୨ କୋଟି, ଖଲ୍ଲିକୋଟ ନାରାୟଣୀ ମନ୍ଦିର ପାଇଁ ୨ କୋଟି ଟଙ୍କା, ଆସିକା ଖମ୍ବେଶ୍ୱରୀ ମନ୍ଦିର ପାଇଁ ୧ କୋଟି ୮ଲକ୍ଷ ଟଙ୍କା ମଂଜ୍ର ହୋଇଛି । କୁଲାଡ ବ୍ୟାଘ୍ରଦେବୀ ମନ୍ଦିର ପାଇଁ ୧ କୋଟି ୮୮ଲକ୍ଷ ମଂଜୁର ହୋଇଛି । ସେହିଭଳି ପଞ୍ଚମା ସିଦ୍ଧବିନାୟକ ମନ୍ଦିର ଉନ୍ନତି ପାଇଁ ୧କୋଟି ୨୦ଲକ୍ଷ, ଖଲ୍ଲିକୋଟ କଲେଜ ପାଇଁ ୨ କୋଟି ୫୦ ଲକ୍ଷ ଟଙ୍କା କେଶପୁର କଲେଜର ବିକାଶ ପାଇଁ ୧କୋଟି ଟଙ୍କା ମଂଜୁର ହୋଇଛି । କବିସୂର୍ଯ୍ୟନଗର ମାତା ସରସ୍ୱତୀ ମନ୍ଦିର ପାଇଁ ୧କୋଟି, କୋଦନା ଦଣ୍ଡେଶ୍ଵର ମନ୍ଦିର ପାଇଁ ୫୦ଲକ୍ଷ ମଂକୁର ହୋଇଛି । କବିସୂର୍ଯ୍ୟନଗରର ସମସ୍ତ କଲେଜ ପାଇଁ ୧କୋଟି ଲେଖାଏଁ ମଂଜୁର ହୋଇଥିବା କାର୍ତିକ ପାଣ୍ଡିଆନ ଘୋଷଣା କରିଛନ୍ତି । ଏହି ଗସ୍ତ ସମୟରେ ବିଜେଡି ସାଂ”ଚଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ବିଜେଡି ପର୍ଯ୍ୟବେକ୍ଷକ ତଥା ସାଂସଦ ମାନସ ରଂଜନ ମଙ୍ଗରାଜ ଓ ବିଭିନ୍ନ ନିର୍ବାଚନ ମଣ୍ଡଳୀର ବିଧାୟକ, ଜନପ୍ରତିନିଧୂମାନେ ଉପସ୍ଥିତ ଥିଲେ ।