ବରଗଡ :- ଗତ 7 ଦିନ ଧରି ସୋହେଲା ଠାରେ ଚାଲିଥିବା ସର୍ବ ଭାରତୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ” ସୋହେଲା କପ୍ ” ର ଫାଇନାଲ ମ୍ୟାଚ୍ ଆଜି ସନ୍ଧ୍ୟାରେ ଉଦଯାପିତ ହୋଇ ଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ମାନ୍ୟବର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସରକାର ଙ୍କର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ଶ୍ରୀ ସୁଶାନ୍ତ ସିଂହ ଏବଂ ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଶ୍ରୀ ପ୍ରକାଶ ଚନ୍ଦ୍ର ଦେବତା ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରି ବିଜେତା ଉପ ବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ ।
ଏହି ଫାଇନାଲ ମେଚ କୁ ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ ଏବଂ SDC ସଦସ୍ୟ ଶ୍ରୀ ଜିବର୍ଧନ୍ ବରିହା ଯୋଗ ଦେଇ ମ୍ୟାଚ୍ ର ଶୁଭାରମ୍ଭ କରିଥିଲେ । ଶେଷରେ ମୁଖ୍ୟଅତିଥି ଙ୍କ ଦ୍ଵାରା ସୋହେଲା ଏଥେଲେଟିକ ଏସୋସିଏସନ୍ ର ପତାକା କୁ ସସମ୍ମାନେ ଅବତରଣ କରି ଉକ୍ତ ଟୁର୍ନାମେଣ୍ଟ ଟିକୁ ଆନୁଷ୍ଠାନିକ ଭାବରେ ଉଦଯାପିତ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.