ପଦ୍ମପୁର :- ବିଜେପୁରଠାରେ ବରଗଡ଼ ଜିଲ୍ଲାସ୍ତରୀୟ ପ୍ରାଣୀସମ୍ପଦ ସଚେତନତା ସଭା ଓ ମେଳା ଅନୁଷ୍ଠିତ ହୋଇଛି । ପ୍ରାଣୀ ସମ୍ପଦ ବିକାଶ ବିଭାଗ, ବରଗଡ଼ ଦ୍ବାରା ଆୟୋଜିତ ଏହି ମେଳାରେ ମୁଖ୍ଯଅତିଥି ଭାବରେ ଶ୍ରୀମତୀ ରୀତା ସାହୁ, ମାନ୍ଯବର ମନ୍ତ୍ରୀ, ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ, ଓଡ଼ିଶା ସରକାର ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବରେ ବରଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷା ଶ୍ରୀମତୀ ମାନିନୀ ଭୋଇ, ବିଜେପୁର ଏନ୍ଏସି ଅଧ୍ଯକ୍ଷା ଶ୍ରୀମତୀ ସୀତା ବାରିକ, ବିଜେପୁର ବ୍ଲକ୍ ଅଧ୍ଯକ୍ଷ ଶ୍ରୀ ମୋତିରାମ ସାହୁ, ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ବିନାୟକ ମିଶ୍ର, ବରଗଡ଼ ଏସ୍ ବି ଆଇ- ଏଲ୍ ଡି ଏମ୍ ଶ୍ରୀ ମହେଶ୍ବର ସାହୁ ଯୋଗ ଦେଇଥିଲେ । ମେଳାକୁ ଉଦ୍ଘାଟନ କରିବା ପରେ ମୁଖ୍ଯଅତିଥି ଓ ସମ୍ମାନିତ ଅତିଥି ମାନେ ମେଳା ପରିଦର୍ଶନ କରିଥିଲେ। ଏହାପରେ ସିଡିଭିଓ ଡ଼କ୍ଟର ଜୟନ୍ତ ନାୟକଂକ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ଯଅତିଥି ଭାବରେ ଶ୍ରୀମତୀ ରୀତା ସାହୁ, ମାନ୍ଯବର ମନ୍ତ୍ରୀ, ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ନିଜର ବକ୍ତବ୍ଯ ରଖି ଓଡ଼ିଶା ସରକାରଂକ ଦ୍ବାରା ପ୍ରାଣୀସମ୍ପଦର ବିକାଶ ପାଇଁ କାର୍ଯ୍ଯକାରୀ କରାଯାଇଥିବା ବିଭନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । ଏହାସହିତ ମାନ୍ଯବର ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଂକ ନେତୃତ୍ବରେ ଓଡ଼ିଶାରେ ପ୍ରାଣୀସମ୍ପଦ ବିକାଶ ପାଇଁ ଯେଉଁ ଉତ୍ସର୍ଗୀକୃତ କାର୍ଯ୍ଯକ୍ରମମାନ ଚାଲିଛି ସେ ବିଷୟରେ ସବିଶେଷ ତଥ୍ଯ ରଖିଥିଲେ । ସମସ୍ତ ସମ୍ମାନିତ ଅତିଥିମାନେ ନିଜ ନିଜର ବକ୍ତବ୍ଯ ମାଧ୍ଯମରେ ପ୍ରାଣୀପାଳକ ଓ ଚାଷୀ ମାନଂକୁ ଉତ୍ସାହିତ କରିଥିଲେ । ଏହି ଅବସରରେ ବିଭିନ୍ନ ବିଭାଗରେ ପ୍ରାଣୀପାଳକ ଓ ଚାଷୀ ମାନଂକୁ ପୁରସ୍କୃତ କରାଯାଇଥିଲା । ସଭାଶେଷରେ ଏସ୍ ଡି ଭି ଓ – ଡ଼କ୍ଟର ଆଚାର୍ଯ୍ଯ ଚନ୍ଦ୍ରକାନ୍ତ ପାଟ୍ଟଯୋଶୀ ଧନ୍ଯବାଦ ଅର୍ପଣ କରିଥିଲେ । ଏହି ମେଳାରେ ପ୍ରାଣୀପାଳକ ଓ ଚାଷୀମାନେ ବିଭିନ୍ନ ବିଷୟରେ ପ୍ରାଣୀଚିକିତ୍ସା ଅଧିକାରୀ ମାନଙ୍କଠାରୁ ପଚାରି ବୁଝିଥିଲେ ।
Sign in
Sign in
Recover your password.
A password will be e-mailed to you.