ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଓଡିଶା ସରକାରଙ୍କ ନୂଆ-ଓ ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଯାୟୀ ସାମାଜିକ କାର୍ଯ୍ୟକଳାପ ଟିମ୍ ତରଫରୁ ଏକ ରକ୍ତ ବର୍ଗୀକରଣ କର୍ମଶାଳା ଅଧ୍ୟକ୍ଷା ଡ଼ ରୀନା ସାହୁଙ୍କ ନିର୍ଦ୍ଦେଶରେ ଅନୁଷ୍ଠିତ ହୋଇଯାଇଛି।
ଭାରପ୍ରାପ୍ତ ଅଧ୍ୟକ୍ଷା ତଥା ନୋଡାଲ୍ ଅଧିକାରୀ ଡ଼ ଭାରତୀ ପାଣିଗ୍ରାହୀ ନିଜ ଅଭିଭାଷଣରେ ରକ୍ତ ବର୍ଗୀକରଣର ଉପକାରିତା ତଥା ଏଥିପାଇଁ ଓଡିଶା ସରକାରଙ୍କର ସଚେତନତା କାର୍ଯ୍ୟକ୍ରମ କିଭଳି ଲୋକଙ୍କୁ ଉପକାର ପ୍ରଦାନ କରିପାରୁଛି ସେ ବିଷୟରେ ବର୍ଣ୍ଣନା କରିଥିଲେ।
ପାରଳାଖେମୁଣ୍ଡିର ବରିଷ୍ଠ ପାଥୋଲୋଜିଷ୍ଟ ଡ଼ ଜଗନ୍ନାଥ ପଣ୍ଡା ନିଜର ବକ୍ତବ୍ୟରେ ରକ୍ତର ବିଭିନ୍ନ ପ୍ରକାର ବର୍ଗୀକରଣ ଓ କେଉଁମାନେ ରକ୍ତଦାନ କରିବାକୁ ସକ୍ଷମ ସେ ସଂପର୍କରେ ପ୍ରାଞ୍ଜଳ ଭାବେ ବୁଝାଇ କହିଥିଲେ। ସାମାଜିକ କାର୍ଯ୍ୟ କଳାପର ମୁଖ୍ୟ ଅଧ୍ୟାପକ କୃଷ୍ଣଚନ୍ଦ୍ର ପଣ୍ଡିତ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ପ୍ରାୟ ୪୨୦ଜଣ ଛାତ୍ରୀଙ୍କ ରକ୍ତ ପରୀକ୍ଷା କରାଯିବା ସହ ଗ୍ରୁପ୍ ନିର୍ଦ୍ଧାରିତ କରାଯାଇଥିଲା । ଏ ସମସ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ସହଯୋଗ ପ୍ରଦାନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.