ଜିଓ ପକ୍ଷରୁ ୩ଟି ନୂଆ “ଜିଓଟିଭି ପ୍ରିମିୟମ ପ୍ଲାନ୍‌’ ଉନ୍ମୋଚିତ; ପ୍ଲାନ୍ ସହ ଉପଲବ୍ଧ ହେବ ଓଟିଟି ଆପ୍ ସବ୍‌ସ୍କ୍ରିପ୍‌ସନ୍‌

0

– ଡିସେମ୍ବର ୧୫ରୁ ଉପଲବ୍ଧ ହୋଇଛି ମାଗଣା ଓଟିଟି ଆପ୍ ସମ୍ବଳିତ ଏହି ନୂଆ ପ୍ଲାନ୍

A poster of a phone with a price list

Description automatically generated with medium confidenceଭୁବନେଶ୍ୱର: ନୂଆବର୍ଷ ପୂର୍ବରୁ ଜିଓ ନିଜ ଗ୍ରାହକଙ୍କ ପାଇଁ ମନୋରଞ୍ଜନର ବ୍ୟାପକ ସମ୍ଭାର ଆଣିଦେଇଛି । ଜିଓଟିଭି ପ୍ରିମିୟମ ପ୍ଲାନ୍ ନାମରେ ମାଗଣା ଓଟିଟି ଆପ୍ ସବସ୍କ୍ରିପସନ୍ ସହ କମ୍ପାନି ୩ଟି ନୂଆ ମୋବାଇଲ୍ ପ୍ଲାନ୍‌ର ଶୁଭାରମ୍ଭ କରିଛି । ଏହି ପ୍ଲାନ୍ ଗୁଡିକରେ ଜିଓସିନେମା ପ୍ରିମିୟମ, ଡିଜନି ପ୍ଲସ ହଟ୍‌ଷ୍ଟାର୍‌, ଜି୫, ସୋନି-ଲିଭ ଭଳି ଜାତୀୟ ସ୍ତରର ଓଟିଟି ଏବଂ ପ୍ରାଇମ ଭିଡିଓ (ମୋବାଇଲ), ଲାୟନ୍ସଗେଟ୍ ପ୍ଲେ, ଡିସକଭରି ପ୍ଲସ,ଡକୁ-ବେ ଭଳି ଅନ୍ତର୍ଜାତୀୟ ଓଟିଟି ସବସ୍କ୍ରିପସନ ସହିତ ସନ୍ ନେକ୍ସଟ, ହୋଇଚୋଇ, ପ୍ଲାନେଟ୍ ମରାଠୀ, ଚୌପାଲ, ଏପିକଅନ୍ ଓ କଞ୍ଚା ଲଙ୍କା ଭଳି ଲୋକପ୍ରିୟ ଆଞ୍ଚଳିକ ଓଟିଟି ଆପ୍ ସମେତ ପ୍ରାୟ ୧୪ଟି ଓଟିଟି ଆପ୍ ସବସ୍କ୍ରିପସନ୍ ବିନା କୌଣସି ଅତିରିକ୍ତ ମୂଲ୍ୟରେ ଉପଲବ୍ଧ ହେବ।

ଓଟିଟି ଆପ୍ ଜରିଆରେ ଜାତୀୟ, ଅନ୍ତର୍ଜାତୀୟ ଓ ଆଞ୍ଚଳିକ ଭାଷାର ବିଷୟବସ୍ତୁ ଦେଖିବାକୁ ମିଳିବ । ଏହି ପ୍ଲାନ୍ ସହ ଯୋଡ଼ି ହୋଇଥିବା ତଥା ମାଗଣାରେ ଉପଲବ୍ଧ ହେଉଥିବା ଓଟିଟି ଆପଗୁଡ଼ିକର ସବସ୍କ୍ରିପସନର ମୂଲ୍ୟ ପାଖାପାଖି ୧୦୦୦ ଟଙ୍କା। ୩୯୮ ଟଙ୍କିଆ ପ୍ଲାନରେ ଗ୍ରାହକଙ୍କୁ ୧୨ଟି ଓଟିଟି ଆପ୍‌, ୧୧୯୮ ଟଙ୍କା ଏବଂ ୪୪୯୮ ଟଙ୍କାର ପ୍ଲାନରେ ୧୪ଟି ଓଟିଟି ଆପ୍ ମାଗଣାରେ ମିଳିବ । ପ୍ରତ୍ୟେକ ପ୍ଲାନରେ ଗ୍ରାହକଙ୍କୁ ପ୍ରତିଦିନ ୨ ଜିବି ହାଇ-ସ୍ପିଡ଼ ଡାଟା ମିଳିବ । ୩୯୮ ଟଙ୍କିଆ ପ୍ଲାନର ବୈଧତା ୨୮ ଦିନ ରହିଥିବା ବେଳେ ୧୧୯୮ ଟଙ୍କିଆ ପ୍ଲାନର ବୈଧତା ୮୪ ଦିନ ଏବଂ ୪୪୯୮ ଟଙ୍କିଆ ପ୍ଲାନ ବୈଧତା ୩୬୫ ଦିନ ରହିଛି ।

ଜିଓଟିଭି ପ୍ରିମିୟମ ପ୍ଲାନ୍ ରିଚାର୍ଜ କଲେ ଅଲଗା ଅଲଗା ଏକାଧିକ ଓଟିଟି ସବସ୍କ୍ରିପସନ କିଣିବାର ସମସ୍ୟା ଦୂର ହେବ । ଜିଓଟିଭି ଆପ୍‌ରେ ସାଇନ୍ ଇନ୍ କରିବା ପରେ ଓଟିଟି ଆପ୍ ପାଇଁ ଅଲଗା ଲଗଇନ୍ ଓ ପାସୱାର୍ଡ ବନାଇବା ଓ ମନେ ରଖିବାର ଆବଶ୍ୟକତା ପଡ଼ିବ ନାହିଁ । ୪୪୯୮ ଟଙ୍କାର ବାର୍ଷିକ ପ୍ଲାନରେ ୱାନ-କ୍ଲିକ୍ କଷ୍ଟମର କେୟାର କଲ୍ ବ୍ୟାକ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି ।

Leave A Reply

Your email address will not be published.