ବେଲଗୁଣ୍ଠା(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ” ନୂଆ-ଓ ” ଅନୁକୂଲ୍ୟରେ ସାଂସ୍କୃତିକ କାର୍ଯ୍ୟର ନୃତ୍ୟ ପ୍ରତିଯୋଗୀତା ଆୟୋଜିତ ହୋଇଥିଲା। ସାଂସ୍କୃତିକ କାର୍ଯ୍ୟର ସଂଯୋଜିକା ରୁନି ବାଳା ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ପୌରହିତ୍ଯ କରିଥିଲେ। ଅଧ୍ୟାପିକା ସ୍ନିଗ୍ଧା ରାଣୀ ଗୌଡ଼ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ପ୍ରାକ୍ତନ ଅଧ୍ୟକ୍ଷ ବି ଗୋବିନ୍ଦ ରାଓ ପ୍ରଦୀପ ପ୍ରଜ୍ଜ୍ବଳନ କରି ଶୁଭାରମ୍ଭ କରିଥିଲେ । ନୋଡାଲ୍ ଅଧିକାରୀ ଦେବେଶ ଚନ୍ଦ୍ର ମହାପାତ୍ର, ସମାଜିକ କାର୍ଯ୍ୟ ସଂଯୋଜକ କୁମୁଦ ଚନ୍ଦ୍ର ମହପାତ୍ର, ସାମ୍ବାଦିକ କୃଷ୍ଣଚନ୍ଦ୍ର ପଟ୍ଟନାୟକ, ପଞ୍ଚାନନ ସାହୁ ଓ ରତ୍ନାକର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ। ଅଧ୍ୟାପକ ମହେଶ୍ଵର ରାଉତ ଧନ୍ୟଵାଦ ପ୍ରଦାନ କରିଥିଲେ । ପ୍ରତିଯୋଗୀମାନେ ଆକର୍ଷଣୀୟ ସାଜସଜ୍ଜାରେ ହୃଦୟସ୍ପର୍ଶି ନୃତ୍ୟ ପରିବେଷଣ କରି ସମସ୍ତଙ୍କୁ ମନୋରଞ୍ଜନ ପ୍ରଦାନ କରିଥିଲେ ।ଉପସ୍ଥିତ ବିଦ୍ୟାର୍ଥୀମାନେ କରତାଳି ଦ୍ଵାରା ପ୍ରତିଯୋଗୀମାନଂକୁ ଉତ୍ସାହିତ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ପି ଦୀପକ ରାଓ, ଦୀପୁ ଭୁୟାଁ, ସନ୍ତୋଷୀ ପରିଡା, ଗଙ୍ଗାଧର ରଣା, ସୁଶାନ୍ତ କୁମାର ଲେଙ୍କା, ଭାରତୀ ବିଶ୍ୱାଳ, ରୂପାଲୀ ବିଷୋୟୀ, ପିଙ୍କି କୁମାରୀ ପୋଲ୍ଲେଇ, ସ୍ୱରୂପା ରାଣୀ ବିଶ୍ୱାଳ, ପଦ୍ମ ଚରଣ ନାୟକ, ରମେଶ ଚନ୍ଦ୍ର ବିଶୋଇ, ସନ୍ତୋଷ ବିଶ୍ୱାଳ, ସନ୍ତୋଷ ବିଷୋୟୀ, ମହେଶ୍ଵର ଗୌଡ଼, ବଳରାମ ଗୌଡ଼, ସୀମାଞ୍ଚଳ ବିଶ୍ୱାଳ, ରାମଚନ୍ଦ୍ର ନାୟକ, ବୁଦ୍ଧିରାମ ବିଶ୍ୱାଳ, ନାରାୟଣ ନାୟକ,ବାସନ୍ତୀ ମହାପାତ୍ର, ପ୍ରତିମା ନାଇକ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.