ଜେକେ କାଗଜ କଳ ପ୍ରତିଷ୍ଠାତାଙ୍କ ୧୩୯ ତମ ଜନ୍ମଦିନ ପାଳନ

0

ରାୟଗଡା : ଜେକେ ଗ୍ରୁପ୍ ର ପ୍ରତିଷ୍ଠାତା ଲାଲା କମଳା ପତ୍ ସିଂଘାନିଆଙ୍କ ୧୩୯ ତମ ଜନ୍ମଦିନ ପାଳନ ହୋଇଯାଇଛି ଏହି ଅବସରରେ କମ୍ପାନୀ ପରିସରରେ ଥିବା ଲାଲା କମଳା ପତ୍ ସିଂଘାନିଆଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।
ଜେକେ କାଗଜ କଳର ମୁଖ୍ୟ ତଥା କାର୍ଯ୍ୟନିର୍ବାହୀ ଉପସଭାପତି ଶ୍ରୀ ବିନୟ ଦ୍ଵିବେଦୀ କାର୍ଯ୍ୟକ୍ରମରେ ସଭାପତିତ୍ଵ କରିବା ସହ କମ୍ପାନୀର ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା, ଭାରତୀୟ ପୁଲିସ ପ୍ରଶାସନିକ ସେବା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାଗଜ କଳର ସାମାଜିକ ଦାୟିତ୍ଵକୁ ସୂଚାରୁ ରୂପେ ତୁଲାଉ ଥିବାରୁ ଭୂୟସୀ ପ୍ରଶଂସା କରିଥିଲେ।

କାଗଜ କଳ ଯୋଗୁଁ ରାୟଗଡ ଜିଲ୍ଲାକୁ ଏକ ସ୍ଵତନ୍ତ୍ର ପରିଚୟ ମିଳିଛି ବୋଲି ପ୍ରକାଶ କରିଥିଲେ। କାଗଜ କଳ ରୁ ପ୍ରସ୍ତୁତ କାଗଜ ଆଜି ଦେଶ ବିଦେଶରେ ଗ୍ରାହକଙ୍କ ଦ୍ଵାରା ଆଦୃତ ହୋଇପାରିଛି ବୋଲି ପ୍ରକାଶ କରିବା ସହ କମ୍ପାନୀର ଆହୁରି ଅଗ୍ରଗତି କରୁ ବୋଲି ଶ୍ରୀ ଶର୍ମା ପ୍ରକାଶ କରିଥିଲେ। କମ୍ପାନୀରେ କାର୍ଯ୍ୟରତ କର୍ମଚାରୀଙ୍କ ୨୫ ବର୍ଷ ୪ ଜଣ ଓ ୪୯ ବର୍ଷ ପୂର୍ତ୍ତି କରି ଥିବା ୨ ଜଣଙ୍କୁ ଯଥାକ୍ରମେ ରୌପ୍ୟ ଓ ସ୍ଵର୍ଣ୍ଣପଦକ ଦେଇ ଅତିଥି ମାନେ ସମ୍ମାନିତ କରିଥିଲେ l

କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ଲକ୍ଷ୍ମୀପତ୍ ସିଂଘାନିଆ ପବ୍ଲିକ ସ୍କୁଲ ଓ ଲକ୍ଷ୍ମୀପତ୍ ହାଇ ସ୍କୁଲ ଓ ନୃତ୍ୟ ସଦନ ର ଛାତ୍ରଛାତ୍ରୀ ମାନେ ମନୋରଞ୍ଜନ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ l ଅନ୍ୟନ୍ୟ ଅତିଥି ଭାବେ କାଗଜ କଳର ବରିଷ୍ଠ ଅଧିକାରୀ, ସାମ୍ବାଦିକ, ରାୟଗଡା ର ଅନେକ ବରିଷ୍ଠ ନାଗରିକ ଓ ଜନପ୍ରତିନିଧି ମାନେ ଯୋଗଦାନ କରିଥିଲେ । ଏହି ଅବସରରେ ଶ୍ରୀ ମିଳନ ଲେଙ୍କା (ସିଏସଆର ଆଣ୍ଡ ପିଆରଓ ମ୍ୟାନେଜର), ଶ୍ରୀ ହରିହର ଖମାରୀ (ସିଏସଆର ଆଣ୍ଡ ପିଆରଓ ଡେପ୍ୟୁଟି ମ୍ୟାନେଜର) ଓ ଅନ୍ୟ ମାନେ ପରିଚାଳନାରେ ସହଯୋଗ କରିଥିଲେ l

Leave A Reply

Your email address will not be published.