ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଧାରାରେ କ୍ରୀଡା ଉତ୍ସବ ଉଦ୍ଯାପିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଉଚ୍ଚ ମାଧ୍ୟମିକ(ଧନ୍ଦାମୂଳକ)ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ନୂଆ -ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଧାରାରେ କ୍ରୀଡା ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ କ୍ରୀଡା ପ୍ରଶିକ୍ଷିକା ଶ୍ରୀମତି ବିଜୟ ଲକ୍ଷ୍ମୀ ପଣ୍ଡା , କ୍ରୀଡା ବିଭାଗର ମୁଖ୍ୟ ଡଃ ମହେନ୍ଦ୍ର ରଇତ , ଡଃ ବାଗ୍ମୀ ରଂଜନ , ତ୍ରିଲୋଚନ ବାରିକ ,ବି.ରଜନୀ , ସଂଯୁକ୍ତା ପାତ୍ର ,ନୋଡାଲ୍ ଅଫିସର ଶ୍ରୀମତି ସୋଫିଆ ମଣ୍ଡଳ ଆଦିଙ୍କ ତତ୍ତ୍ଵାବଧାନରେ ୨୦୦ ଜଣରୁ ଉର୍ଦ୍ଧ୍ୱ ଛାତ୍ରୀ ମାନେ ଭଲିବଲ୍ ଓ କ୍ରିକେଟ୍ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ଏତଦ୍ ବ୍ୟତୀତ ଶିକ୍ଷାନୁଷ୍ଠାନର ସମସ୍ତ ଅଧ୍ୟାପକ ଅଧ୍ୟାପିକା , ଅଣକର୍ମଚାରୀ ବୃନ୍ଦ ଏବଂ ଅନେକ ଛାତ୍ରୀ ବହୁଳ ମାତ୍ରାରେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।