ରାଜ୍ୟପାଳଙ୍କୁ ବାଣିଜ୍ୟମେଳା ଫଟୋ ଆଲବମ ପ୍ରଦାନ କଲେ ନିର୍ଦ୍ଦେଶକ ଶ୍ରୀ ସାମଲ

0 1

ଭୁବନେଶ୍ୱର(ଶାସକ ପ୍ରଶାସକ): ଆଜି ମାନ୍ୟବର ରାଜ୍ୟପାଳ ଶ୍ରୀ ରଘୁବାର ଦାସଙ୍କୁ ଭେଟି ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପାଭିଲିୟନର ଫଟୋସମ୍ବଳିତ ଏକ ଆଲବମ ପ୍ରଦାନ କରିଛନ୍ତିା
ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପାଲିଲିୟନ୍ ସ୍ୱର୍ଣ୍ଣ ପଦକ ହାସଲ କରିବାର ଗୌରବ ଅର୍ଜନ କରିଛିା ନୂଆଦିଲ୍ଲୀର ପ୍ରଗତି ମଇଦାନରେ ନଭେମ୍ବର ୧୪ରୁ ୨୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ମେଳାରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଷ୍ଟଲରେ ରାଜ୍ୟର କଳାକାର, ବୁଣାକାର, ଶିଳ୍ପୀ ଏବଂ କାରିଗରଙ୍କ ଦ୍ୱାରା ନିର୍ମିତ ସାମଗ୍ରୀର ବିପଣନ ଓ ପ୍ରଦର୍ଶନ ହୋଇଥିଲାା

ମେଳାରେ ରାଜ୍ୟର ପ୍ରଗତିର ଚିତ୍ର ସହ ନାରୀ ସଶକ୍ତିକରଣର ଝଲକ ମଧ୍ୟ ଦେଖିବାକୁ ମିଳିଥିଲାା ବାଣିଜ୍ୟ ମେଳାରେ ବିଭିନ୍ନ ପ୍ରଦର୍ଶନ, ଅତିଥି ପରିଚର୍ଯ୍ୟା, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ, ରାଜ୍ୟ ଦିବସ ସମାବେଶ ଓ ଅନ୍ୟାନ୍ୟ ଘଟଣାବଳୀ ସମ୍ବଳିତ ଫଟୋଚିତ୍ର ରହିଥିବା ଆଲବମ ମାନ୍ୟବର ରାଜ୍ୟପାଳଙ୍କୁ ନିର୍ଦ୍ଦେଶକ ଶ୍ରୀ ସାମଲ ପ୍ରଦାନ କରିଥିଲୋ ଶ୍ରୀ ସାମଲ ଆଲବମ ପ୍ରଦାନ କରିବା ସମୟରେ ଆନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପାଭିଲିୟନ୍ ସଂପର୍କରେ ବିଶଦ ଭାବେ ସୂଚନା ଦେଇଥିଲୋ

Leave A Reply

Your email address will not be published.