ଅଯୋଧ୍ୟା ରେ ପ୍ରଭୂ ରାମ ଙ୍କ ପ୍ରତିଷ୍ଠା କୁ ନେଇ ଗୁଣୁପୁର ଚଳଚଞ୍ଚଳ ଅକ୍ଷତ କଳସ କୁ ନେଇ ଆଲୋଚନା

0 2

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲା ର ସଦର ଗୁଣୁପୁର ରେ ଅଯୋଧ୍ୟା ରେ ପ୍ରଭୂ ଶ୍ରୀରାମ ଙ୍କ ଭଵ୍ୟ ମନ୍ଦିର ର ପ୍ରତିଷ୍ଠା କୁ ନେଇ ଏକ ବୈଠକ ଶ୍ରୀରାମ ମନ୍ଦିର ପରିସର ରେ ଅନୁଷ୍ଠିତ ହୋଇ ଯାଇଛି
ଏହି ବୈଠକ ରେ ବରିଷ୍ଠ ସଂଯୋଜକ ସାରଙ୍ଗ ନାଗବଂଶ ଗୋପାଳ ଦେବ ପାତ୍ର ଭାରତୀୟ ଜନତା ପାର୍ଟ ରୁ ପ୍ରମୋଦ କୁମାର ସାହୁ ୱାଇ ଗଣପତି ଶ୍ରୀନିବାସ ସ୍ୱାଇଁ ଗୁଣୁପୁର ପୌର ପରିଷଦ ଉପାଧକ୍ଷ ଶିବ ଗୌଡ଼ ଅକ୍ଷୟ ଦାସ ପ୍ରମୁଖ. ଯୋଗ ଦେଇ ଅଯୋଧ୍ୟା ରୁ ଆସିଥିବା ଅକ୍ଷତ କଳସ କିପରି ସହର ର ସମସ୍ତ ଘରେ ପହଁଚି ପାରିବ, ଚଳିତ 24 ତାରିଖ ରେ ଗୁଣୁପୁର ଶ୍ରୀରାମ ମନ୍ଦିର ରେ ହୋମ ଯଜ୍ଞ ସହ ପ୍ରସାଦ ସେବନ ଏବଂ ଆସନ୍ତା 22 ଜାନୁଆରୀ ରେ ଅଯୋଧ୍ୟା ରେ ପ୍ରଭୂ ଶ୍ରୀରାମ ଙ୍କ ପ୍ରତିଷ୍ଠା କାର୍ଯ୍ୟକ୍ରମ କୁ ଦୃଷ୍ଟିରେ ରଖି ସହର ଭଵ୍ୟ ରାମମୟ କରିବା ସହ ସେହି ଦିନ ସହର ରେ ମାଂସ ମାଛ ବିକ୍ରି ନ କରିବା ପାଇଁ ଉପଜିଲ୍ଲାପାଳ ଏବଂ ପୌର ପରିଷଦ ର କାର୍ଯ୍ୟନିର୍ବାହ ଅଧିକାରୀ ଜଣାଇବା ଇତ୍ୟାଦି ଉପରେ ଆଲୋଚନା କରାଯାଇ ଥିଲା।
ବୈଠକ ରେ ୱାର୍ଡ ର ସମସ୍ତ ପୌର ପ୍ରତିନିଧି ଏବଂ ବ୍ଲକ ର ସମସ୍ତ ବ୍ଲକ ପ୍ରତିନିଧି ଙ୍କୁ ସାମିଲ କରିବା ପାଇଁ ଆଲୋଚନା କରାଯାଉଥିଲା
ବୈଠକ ରେ ପରିଚାଳନା ଉମା ଦାସ ଏବଂ ଅମର ସାହୁ କରିଥିଲେ

 

Leave A Reply

Your email address will not be published.