ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଘୁମୁସର ଜିଲ୍ଳା ଗଠନ ଦାବିରେ ଆଜି ବେଲଗୁଣ୍ଠାରେ ଘୁମୁସର ବିକାଶ ପରିଷଦ ପକ୍ଷରୁ ଘୁମୁସର ରଥ ପରିକ୍ରମା କରାଯାଇଛି I ଆଜି ବେଲଗୁଣ୍ଠା ପେଣ୍ଠ ସାହିରେ ଘୁମୁସର ଜିଲ୍ଳା କ୍ରିୟାନୁଷ୍ଠାନ କମିଟି ସଭାପତି ସୋମନାଥ ନାୟକଙ୍କ ନେତୃତ୍ୱରେ କ୍ରିୟାନୁଷ୍ଠାନ ସଦସ୍ୟ ପ୍ରକାଶ କୁମାର ସାହୁ,ରବି ସାମନ୍ତ,ବେଲଗୁଣ୍ଠା ପ୍ରେସକ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ବଣିକ ସଂଘ ସଭାପତି ସନତ୍ କୁମାର ସୁବୁଦ୍ଧି, ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ସମ୍ପାଦକ ସୁଶାନ୍ତ କୁମାର ବେହେରା,ସୁରେଶ କୁମାର ସୁବୁଦ୍ଧି, ବୁଲୁ ପାତ୍ର, ଲବ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ରହି ବେଲଗୁଣ୍ଠା ଠାରେ ଘୁମୁସର ରଥକୁ ସ୍ୱାଗତ କରିଥିଲେ I ଏହି ରଥ ବେଲଗୁଣ୍ଠା ସହର ସମେତ ଆଗାମୀ ଦିନରେ ବିଭିନ୍ନ ଗ୍ରାମାଞ୍ଚଳରେ ପରିକ୍ରମା କରିବ ବୋଲି ଘୁମୁସର କ୍ରିୟା ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି I ପ୍ରକାଶ ଥାଉକି 1993 ମସିହା ଠାରୁ ବିଭିନ୍ନ ସମୟରେ ଘୁମୁସର ଜିଲ୍ଳା ଗଠନ ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ସରକାର ଏହାପ୍ରତି କର୍ଣ୍ଣପାତ କରୁନାହାଁନ୍ତି I ତେଣୁ ଗ୍ରାମାଞ୍ଚଳ ଲୋକଙ୍କ ମନରେ ଘୁମୁସର ଜିଲ୍ଳା ଗଠନ ପ୍ରତି ଆତ୍ମୀୟତା ସୃଷ୍ଟି କରିବା ସହ ସେମାନଙ୍କୁ ଘୁମୁସର ଜିଲ୍ଳା ଆନ୍ଦୋଳନରେ ସାମିଲ୍ କରିବା ନିମନ୍ତେ ଘୁମୁସର ବିକାଶ ପରିଷଦ ପକ୍ଷରୁ ଘୁମୁସର ରଥ ପରିକ୍ରମା କରିବା ପାଇଁ ନିଷ୍ପତି ନିଆ ଯାଇଛି I
Sign in
Sign in
Recover your password.
A password will be e-mailed to you.