ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବ୍ଳକ୍ ର ନୋଡ଼ାଲ୍ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ,ଗୋବରା ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ କ୍ଷତ୍ରିୟବରପୁର ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଳା ସମଗ୍ର ଶିକ୍ଷା ଅଭିଯାନ ଆନୁକୂଲ୍ୟରେ ସୁନେତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବେହେରା ଉଦ୍ଘାଟନ କରିଥିବାବେଳେ ଏଥିରେ ଅତିଥି ଭାବେ ଏବିଇଓ ଗୋବିନ୍ଦ ଚନ୍ଦ୍ର ପାଢୀ, ଭାଗ୍ୟଲତା ପ୍ରଧାନ,ପ୍ରତିଭା କୁମାରୀ ରଥ ଏବଂ ଜିଟି ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ମହାରଣା ,ବରିଷ୍ଠ ଶିକ୍ଷକ ସନ୍ତୋଷ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ I ବିଆରଟି ଚନ୍ଦ୍ରକାନ୍ତି ସୁନ୍ଦରା ଏବଂ ଆଲୋକ କୁମାର ବେହେରା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ I ବ୍ରହ୍ମପୁର ସିଟି ହସ୍ପିଟାଲ୍ ର ଚକ୍ଷୁ ବିଶେଷଜ୍ଞ ଡ଼ାକ୍ତର ସୁଶାନ୍ତ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ ରମେଶ ଚନ୍ଦ୍ର ଦଳାଇ, ତପନ ପାତ୍ର, ଶୁଭଶ୍ରୀ ପାଳ, ସୃ୍ଷ୍ଟି ସାହୁ ପ୍ରମୁଖ ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ଏଗାରଟି କ୍ଲଷ୍ଟର୍ ର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା 894 ଜଣ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରିଥିଲେ I ସେଥିମଧ୍ୟରୁ 316 ଜଣ ଛାତ୍ରଛାତ୍ରୀଙ୍କୁ ଚଷମା ବଣ୍ଟନ କରାଯାଇଥିବା ବେଳେ ପନ୍ଦର ଜଣ ଛାତ୍ରଛାତ୍ରୀଙ୍କ ଚକ୍ଷୁରେ ଅସ୍ତ୍ରୋପଚାର ନିମନ୍ତେ ସୁପାରିଶ୍ କରାଯାଇଥିଲା I କାର୍ଯ୍ୟକ୍ରମରେ ସମସ୍ତ ଏଗାରଟି କ୍ଳଷ୍ଟର୍ ର ସିଆରସିସିଙ୍କ ସମେତ ଅନ୍ତର୍ନିବେଶୀ ଶିକ୍ଷା ସ୍ଵେଚ୍ଛାସେବୀ ରଙ୍କନିଧି ସ୍ୱାଇଁ, ହରିବନ୍ଧୁ ଦାଶ,ପ୍ରଭାତ କୁମାର ମହାରଣା, ସଂଯୁକ୍ତା କୁମାରୀ ସ୍ୱାଇଁ,ଲକ୍ଷ୍ମୀପ୍ରିୟା ଗୌଡ଼, ରାଜଲକ୍ଷ୍ମୀ ବିଷୋୟୀ ଏବଂ ନାରାୟଣ ସାହୁ ପ୍ରମୁଖ ସହଯୋଗ କରିଥିଲେ I
Sign in
Sign in
Recover your password.
A password will be e-mailed to you.