ବିଧାୟିକା ଭାବରେ ଦାୟିତ୍ଵ ଗ୍ରହଣ ର ଏକ ବର୍ଷ :ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ବର୍ଷା ସିଂ ବରିହା l

0 3

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ପଦ୍ମପୁର ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବିଜୟ ରଞ୍ଜନ ସିଂ ବରିହା ଙ୍କ ଦେହାନ୍ତ ପରେ ଗତ ୨୦୨୨ ମସିହା ଡିସେମ୍ବର ୫ ତାରିଖରେ ଉପ ନିର୍ବାଚନ ହୋଇ ୮ ତାରିଖ ରେ ଫଳାଫଳ ଘୋଷଣା ହୋଇଥିଲା ଏବଂ ଠିକ୍ ଆଜିର ଦିନରେ ଅର୍ଥାତ୍ ୧୧ ଡିସେମ୍ବର ରେ ବିଦ୍ଧିବଦ୍ଧ ଭାବରେ ତତ୍କାଳୀନ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଙ୍କ ଉପସ୍ଥିତିରେ ଶପଥପାଠ ଗ୍ରହଣ କରିଥିଲେ ବିଧାୟିକା ବର୍ଷା ସିଂ ବରିହା l ବିଧାୟିକା ଭାବରେ ଦାୟିତ୍ଵ ଗ୍ରହଣ ର ପୁର୍ତ୍ତୀ ହୋଇଛି ଗୋଟିଏ ବର୍ଷ | ଏକବର୍ଷ ପୂର୍ତ୍ତି ଅବସରରେ ସାମାଜିକ ଗଣମାଧ୍ୟମ ରେ ଧନ୍ୟବାଦ ଜଣାଇଛନ୍ତି ଯେ, ପଦ୍ମପୁର ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କୁ |
ସେ ତାଙ୍କ ପୋଷ୍ଟିଙ୍ଗରେ ଉଲ୍ଲେଖ କରିଛନ୍ତି “ପଦ୍ମପୁର ନିର୍ବାଚନ ମଣ୍ଡଳୀର ମୋର ସମସ୍ତ ଗୁଜୁଜନ , ମାଆ, ଭଉଣୀ , ମାନଙ୍କୁ ମୋର ପ୍ରଣାମ । ବୟସ ରେ ସାନ ସମସ୍ତ ଙ୍କୁ ମୋର ଆଶୀର୍ବାଦ । ମୋର ସ୍ବର୍ଗତ ପିତା ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଙ୍କର ଅକାଳ ବିୟୋଗ ପରେ , ଆମ ପରିବାର ସମ୍ପୁର୍ଣ୍ଣ ଭାବରେ ଦୁଃଖ ରେ ଭାଙ୍ଗି ପଡିଥିଲୁ । ଆମେ ଭାଇ ଭଉଣୀ ସମସ୍ତେ ହୋଇ ପଡିଥିଲୁ ବାପ ଛେଉଣ୍ଡ ଓ ମୋର ମାଁ ତାଙ୍କର ସର୍ବସ୍ୱ ହରାଇ , ଧଳା ବସ୍ତ୍ର ପରିଧାନ କରିବା ପାଇଁ ବାଧ୍ୟ ହୋଇ ପଡ଼ିଥିଲେ । କିଛି ଦିନ ପରେ ମୋର ପିତା ଙ୍କର ବିୟୋଗ ରେ ଖାଲି ହୋଇଥିବା ପଦ୍ମପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା ହୋଇଥିଲା । ଆମ ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ମତେ ଉପନିର୍ବାଚନ ରେ ଦଳୀୟ ପ୍ରାର୍ଥୀ ଭାବରେ ଘୋଷଣା କରିଥିଲେ । ମୋର ପରିବାର , ମୋର ଜନ୍ମମାଟି ତଥା ମୋର ନିର୍ବାଚନ ମଣ୍ଡଳୀର ସମସ୍ତ ଙ୍କର ଆଶୀର୍ବାଦ ରେ ମୁଁ ବିଧାୟିକା ଭାବରେ ନିର୍ବାଚିତ ହୋଇ ପାରିଥିଲି । ଆପଣ ମାନଙ୍କ ସମସ୍ତ ଙ୍କର ଆଶୀର୍ବାଦ ଓ ପ୍ରଚୁର ଭଲପାଇବା ଫଳରେ ଆଜି ବିଧାୟିକା ଭାବରେ ଏକ ବର୍ଷର ଅବଧି କୁ ଅତିକ୍ରମ କରି ପାରିଛି । ସର୍ବ ପ୍ରଥମେ ମୁଁ ଏଥିପାଇଁ ମୋର ନିର୍ବାଚନ ମଣ୍ଡଳୀର ଆପଣ ସମସ୍ତ ଙ୍କୁ ଧନ୍ୟବାଦ ଜଣାଉଛି । ଏହାପରେ ମୁଁ ମୋର ଦଳର ସର୍ବମାନ୍ୟ ନେତା ଶ୍ରୀ ନବୀନ ପଟ୍ଟନାୟକ ଙ୍କର ନିକଟରେ କୃତଜ୍ଞତା ଜଣାଉଛି , କାରଣ ସେ ମତେ ମୋର ମାଟିର ଲୋକଙ୍କ ସେବା କରିବା ପାଇଁ ଏକ ସୁଯୋଗ ପ୍ରଦାନ କରିଥିଲେ । ଏହାସହିତ ଆଜି ମୁଁ ମୋର ଦଳର ସମସ୍ତ ମୋର ପୂଜ୍ୟ ପିତୃ ତୁଲ୍ୟ ନେତୃ ମଣ୍ଡଳୀ ଙ୍କ ନିକଟରେ ମଧ୍ୟ କୃତଜ୍ଞତା ଜଣାଉଛି , ଯେଉଁମାନେ ମୋର ନିର୍ବାଚନ ସମୟରେ କଠୋର ପରିଶ୍ରମ କରି ତଥା ନିର୍ବାଚନ ପରେ ମତେ ଲୋକଙ୍କ ସେବା କରିବା ପାଇଁ ସଠିକ ପରାମର୍ଶ ସହିତ ସବୁବେଳେ ପ୍ରେରିତ କରି ଆସିଛନ୍ତି । ମୋର ନିର୍ବାଚନ ମଣ୍ଡଳୀ ରେ ସେବା ପ୍ରଦାନ କରିଥିବା ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ମଧ୍ୟ ଧନ୍ୟବାଦ , କାରଣ ସେମାନେ ମତେ ସମସ୍ତ ସରକାରୀ କାର୍ଯ୍ୟ ସମ୍ପାଦନ କରିବାରେ ମତେ ସହଯୋଗ କରି ଆସିଛନ୍ତି । ଏହା ସହିତ ମୁଁ ମୋର ଅଞ୍ଚଳର ସମସ୍ତ ଯୁବକ ଯୁବତୀ ବନ୍ଧୁ ମାନଙ୍କୁ ସ୍ୱତନ୍ତ୍ର ଭାବରେ ଧନ୍ୟବାଦ ଜଣାଇବା କୁ ଚାହିଁବି କାରଣ ଗତ ଏକ ବର୍ଷ ଭିତରେ ମୁଁ ଯେଉଁ ଗାଁ କିମ୍ବା ଯେଉଁ ସଭାସମିତି ବା କାର୍ଯ୍ୟକ୍ରମ କୁ ଯାଇଛି ସେମାନେ ମତେ ନିଜର ଭଉଣୀ କିମ୍ବା ନାନୀ ର ସମ୍ମାନ ପ୍ରଦାନ କରି ମନଖୋଲି ଆଲୋଚନା କରିଛନ୍ତି ।
ମୋର ମାଁ , ମୋର ସାନ ଭଉଣୀ ଓ ସାନ ଭାଇ ଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି , କାରଣ ସେମାନେ ସବୁବେଳ ମୋ ସହିତ ରହି ମତେ ମୋର ନିର୍ବାଚନ ମଣ୍ଡଳୀର ସେବା କରିବା ପାଇଁ ପ୍ରେରିତ କରୁଛନ୍ତି । ଶେଷରେ ମୁଁ ମୋର ପିତାତୁଲ୍ୟ ଶ୍ଵଶୁର , ମୋର ଶାଶୁ ମାଁ ଓ ମୋର ସ୍ୱାମୀ ଙ୍କ ନିକଟରେ କୃତଜ୍ଞତା ଜଣାଉଛି କାରଣ ସେମାନେ ସବୁବଳେ ମୋର ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ସେବା କରିବା ପାଇଁ ପ୍ରେରଣା ପ୍ରଦାନ କରି ଆସୁଛନ୍ତି ।
ଆଜି ମୋର ସମସ୍ତଙ୍କୁ କେବଳ ଏତିକି ନିବେଦନ ଯେ ମୋର ପଦ୍ମପୁର ମାଟିର ଉନ୍ନତି ପାଇଁ ଆପଣ ମତେ ଅଜସ୍ର ଆଶୀର୍ବାଦ ଓ ଭଲପାଇବା ଦେଇ ଆସିଛନ୍ତି , ମୋର ନିବେଦନ ଯେ ଆଗକୁ ମଧ୍ୟ ସବୁବେଳେ ଆପଣଙ୍କର ଆଶୀର୍ବାଦ ମତେ ନିଶ୍ଚିତ ଭାବରେ ମିଳିବ । ଆପଣ ସମସ୍ତ ଙ୍କୁ ପୁଣିଥରେ ମୋର ପ୍ରଣାମ , ଆଶିର୍ବାଦ କରନ୍ତୁ ଯେ ମୁଁ ସର୍ବଦା ଆପଣଙ୍କର ସେବା କରିବାରେ ସକ୍ଷମ ହୁଏ । । । ପ୍ରଣାମ ।। ଧନ୍ୟବାଦ “

Leave A Reply

Your email address will not be published.