ଗୌଡ଼ପୁଟ ବିଜେପି ସରପଞ୍ଚ, ସମିତିସଭ୍ୟାଙ୍କ ସହିତ ୱାର୍ଡ ସଭ୍ୟ ବିଜେଡିରେ ଯୋଗଦେଲେ,

0 2

କର୍ମୀ ସମ୍ମିଳନୀରେ ଉତ୍ତରୀୟ ଦେଇ ସ୍ବାଗତ ଜଣାଇଲେ ବିଧାୟକ ଅରୁଣ

ଓଡ଼ଗାଁ,୧୦।୧୨ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ନିର୍ବାଚନମଣ୍ଡଳୀ ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଗୌଡ଼ପୁଟ ଖେଳପଡିଆରେ ବିଜୁ ଜନତା ଦଳ ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଆୟୋଜିତ ସମ୍ମିଳନୀରେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଯୋଗ ଦେଇ ଅତୀତ ଦିନର ସ୍ମୃତିକୁ ମନେ ପକାଇବ ସହିତ ବର୍ତ୍ତମାନ ହେଉଥିବା ବିକାଶ ଓ ଉନ୍ନତି ଉପରେ ବକ୍ତବ୍ୟ ରଖିଥିଲେ। ବିଗତ ଦିନ ମାନଙ୍କରେ ଗୌଡ଼ପୁଟ ପଞ୍ଚାୟତ ବିଭିନ୍ନ ଅପନ୍ତରିଆ ରାସ୍ତା ଓ ନାଳ ବାଧକ ସାଜୁଥିଲା । ଏବେ ଗୌଡ଼ପୁଟ ଠାରୁ ଆରମ୍ଭ କରି ଦଲକ, କଇଥପଲ୍ଲୀ, ଗୁଆନ୍ଦ, ଯଦୁପୁର ଗାଁକୁ ପକ୍କାରାସ୍ତା ନିର୍ମାଣ ହୋଇଛି। ଝାଙ୍ଗିରାମ ହାଇସ୍କୁଲ ଓ ଗୁଆନ୍ଦ ହାଇସ୍କୁଲକୁ ୫ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ସାମିଲ କରାଯିବା ସହ ଏହାର ନବକଳେବର ହୋଇଛି। ନୟାଗଡ଼ ନିର୍ବାଚନମଣ୍ଡଳୀ ମୋର ପରିବାର।ଲୋକଙ୍କ ସମସ୍ୟାର ସମାଧାନ ଦିଗରେ ମୋର ଲଢେଇ ଜାରି ରହିଥିବା ବେଳେ ବିରୋଧୀ ମିଥ୍ୟା ମୁଦ୍ଦା ନେଇ ମୋ ବିରୁଦ୍ଧରେ ଲଢେଇ କରୁଛନ୍ତି ବୋଲି ବିଧାୟକ ଡ଼ ସାହୁ କହିଥିଲେ। ଓଡ଼ିଶା ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ଶାସନକାଳରେ ଶାନ୍ତି ଓ ବିକାଶର ଲହର ଯୋଗୁଁ ଭାରତବର୍ଷର ଅନନ୍ୟ ରାଜ୍ୟ ଓଡ଼ିଶା ତା’ର ସ୍ବତନ୍ତ୍ରତା ସୃଷ୍ଟି କରିପାରିଛି ।

ଉକ୍ତ ସଭାରେ ନବୀନଙ୍କୁ ଷଷ୍ଠଥର ଓ ଅରୁଣଙ୍କୁ ୫ମ ଥର ବିଧାୟକ ରୂପେ ବାଛି ଆଣିବାକୁ ବ୍ଲକ ବିଜେଡି ସଭାପତି ସୁର୍ଯ୍ୟନାରାୟଣ ଚୌଧୁରୀ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ବିଜେଡି ଶାସନରେ ମହିଳାମାନେ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇ ପାରିଥିବା ଜିଲ୍ଲାପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ କହିଥିଲେ । ଏହି ଅବସରରେ ବିଜେପି ଦଳ ପରିତ୍ୟାଗ କରି ସରପଞ୍ଚ ତ୍ରିନାଥ ନାୟକ, ସମିତିସଭ୍ୟା ସୁଚିତ୍ରା ନାହାକ ଓ ୱାର୍ଡ ସଭ୍ୟା ସାବିତ୍ରୀ ନାୟକ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ବିଧାୟକ ଡ଼ ସାହୁ ସମସ୍ତଙ୍କ ଦ୍ବାରା ଉତ୍ତରୀୟ ପ୍ରଦାନ କରି ସମସ୍ତଙ୍କୁ ସ୍ୱାଗତ କରାଯାଇଥିଲା । ସରପଞ୍ଚ ଶ୍ରୀ ନାୟକ ନବୀନଙ୍କ ଶାସନକାଳରେ ଓଡ଼ିଶାର କ୍ଷୟକ୍ଷତି ହୋଇନାହିଁ ଯେଉଁ ରାଜ୍ୟ ଦିନେ ହାତ ପତାଉଥିଲା ଆଜି ସାହାଯ୍ୟର ହାତ ବଢ଼ାଉଛି ଯାହାଫଳରେ ବିପର୍ଯ୍ୟୟ ପରିଚାଳନାରେ ଓଡିଶା ରେକର୍ଡ ସୃଷ୍ଟି କରିଛି ବୋଲି କହିଥିଲେ। ଅନ୍ୟପକ୍ଷେ ଗୌଡ଼ପୁଟରେ ଏକ ସାପ୍ତାହିକ ହାଟ ଓ ଶିଶୁ ଉଦ୍ୟାନ ନିର୍ମାଣ ପାଇଁ ବିଧାୟକଙ୍କୁ ଅନୁରୋଧ କରିଥିଲେ। ଖୁବଶ୍ରୀଘ୍ର ସାପ୍ତାହିକ ହାଟ ଓ ଶିଶୁ ଉଦ୍ୟାନ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଭରା ସଭାରେ ପ୍ରତିଶୃତି ପ୍ରଦାନ କରିଥିଲେ ।

ବୈଠକରେ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ,ଉପାଧ୍ୟକ୍ଷା ମୀରା ନାୟକ,ଜିଲ୍ଲା ପରିଷଦ ସଭ୍ୟା ଝିଲି ପ୍ରଧାନ,ସରପଞ୍ଚ ସୁନିତା ବାରିକ,ମିନତୀ କୁମାରୀ ପ୍ରଧାନ,ଦୀପିକା ସେଠୀ,ଯୁବ ସଂଗଠକ ଦିଲ୍ଲୀପ କୁମାର ମାର୍ଥାଙ୍କ ସମେତ ବହୁ ପୁରୁଖା କର୍ମୀ ମଞ୍ଚାସୀନ ଥିଲେ। ଜିଲ୍ଲା ବିଜେଡି ଉପସଭାପତି ନିତ୍ୟାନନ୍ଦ ପ୍ରଧାନ ମଞ୍ଚପରିଚାଳନା କରିଥିଲେ । ବିଭୁପ୍ରସାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.