ଓଡ଼ଗାଁ, ୧୦।୧୨ (ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁର ଅଗ୍ରଣୀ ଶିକ୍ଷାନୁଷ୍ଠାନ ରେସପ୍ଲସର ସପ୍ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିପ୍ଲବୀ କବି ପ୍ରଫୁଲ୍ଲ ମାଝୀଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ମୂଖ୍ୟ ଅତିଥି ରୂପେ ହାସ୍ୟ ସମ୍ରାଟ ଜ୍ଞାନ ହୋତା, ମୁଖ୍ୟ ବକ୍ତାରୂପେ ଚର୍ଚ୍ଚିତ ଟିଭି ଚେହେରା ତଥା ବୋଲଗଡ଼ ଏକ୍ସପ୍ରେସ ବ୍ରଜ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ନୈତିକତାର ପାଠ ପଢ଼ାଇବା ସହ ହାସ୍ୟରସାତ୍ମକ ଢଙ୍ଗରେ ଦିଗଦର୍ଶନ ପ୍ରଦାନ କରି ହସାଇ ହସାଇ ବେଦମ କରିଥିଲେ।ସଭା ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ଵାରା ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ଜୀଉଙ୍କ ପାଦପଦ୍ମରେ ଦୀପପ୍ରଜ୍ଜ୍ୱଳନ କାର୍ଯ୍ୟକ୍ରମ ହୋଇଥିଲା। ପରେ ଅତିଥିମାନଙ୍କ ଦ୍ଵାରା ଓଡ଼ଗାଁ ଅଞ୍ଚଳର ସମସ୍ତ ସାମ୍ବାଦିକମାନଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନର ଚେୟାରମ୍ୟାନ ବିଶ୍ୱରଞ୍ଜନ ମହାପାତ୍ର ବାର୍ଷିକ ବିବରଣୀ ପାଠ କରିବା ସହ ବହୁ ସଂଘର୍ଷ ଓ ଘାତ ପ୍ରତିଘାତ ସହି ଅନୁଷ୍ଠାନ ଆଜି ଓଡ଼ଗାଁରେ ଶିକ୍ଷାକ୍ଷେତ୍ରରେ ଏକ ନୂତନ ପରିଚୟ ସୃଷ୍ଟି କରିପାରିଛି ବୋଲି କହିଥିଲେ । ଏଥିନିମନ୍ତେ ସହଯୋଗ କରିଥିବା ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ପରିଶେଷରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ବିଭିନ୍ନ ମନୋରଞ୍ଜନଧର୍ମୀ ନୃତ୍ୟ ପରିବେଷଣ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.