ପଦ୍ମପୁର /ଶିବାଶିଷ ପଟ୍ଟନାୟକ :-ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ପଡିଆରେ ଓଡିଶା ସରକାରଙ୍କ ନୂଆଁ ଓ ଯୁବ ଓଡିଶା – ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଅଧ୍ୟକ୍ଷ ଲଲିତ ମୋହନ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ପ୍ରଥମ ପର୍ଯ୍ୟାୟରେ ଖୋ – ଖୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି l ଉକ୍ତ କାର୍ଯ୍ୟକ୍ରମରେ ଆଇନଜୀବି ଦୀପ୍ତିମୟୀ ଶତପଥି ଅତିଥି ଭାବରେ ଯୋଗଦାନ କରିଥିଲେ l ଦ୍ଵିତୀୟ ପର୍ଯ୍ୟାୟ ରେ ଅନୁଷ୍ଠିତ ବ୍ୟାଡମିଣ୍ଟନ ପ୍ରତିଯୋଗିତା କୁ ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିଆନ୍ ବେଣୁମାଧବ ଦୋରା ଉଦଘାଟନ କରିଥିଲେ l ବିଚାରକ ଭାବେ ରାଜ୍ୟ ସ୍ତରୀୟ ରେଫରୀ ପ୍ରଦୀପ ପାଣିଗ୍ରାହୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ l ପରେ ଅନୁଷ୍ଠିତ ଦୌଡ଼ି ଟଣା ପ୍ରତିଯୋଗିତା କୁ ପୂର୍ବତନ ପ୍ରାଧ୍ୟାପକ ଭୁବଲେ ସାହୁ ଉଦଘାଟନ କରିଥିଲେ l ଖଗେଶ୍ବର ଦାସ, ନବକୃଷ୍ଣ ମିଶ୍ର, ନୋଡାଲ ଅଫିସର ବିରଞ୍ଚି ସାହୁ,, ତାରା ପ୍ରସାଦ ଶତପଥୀ, ସନ୍ତୋଷ ମିଶ୍ର, ପ୍ରମୋଦ ପାଣିଗ୍ରାହୀ, ପ୍ରମୋଦ ତ୍ରିପାଠୀ, ଡଃ ସରୋଜ କୁମାର ନାଏକ ଡଃ ତୁଷାର କାନ୍ତ ସାହୁ, ସଞ୍ଜୟ ଟିଗା, ଭୁବନେଶ୍ବର ବରିହା, ସଦାନନ୍ଦ ଭୋଇ, ପୂର୍ଣ୍ଣଚନ୍ଦ୍ର ମିରିଗ, ଓମ୍ ପ୍ରକାଶ ସତନାମୀ, ଜୟକୁମାର ଭୁଏ, ମିଥୁନ କୁମାର ମେହେର, ବିଶ୍ୱରାଜ ପାତ୍ର, ବୁନି ସାହୁ, ଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଙ୍କ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଶେଷରେ ଭୂବଲେ ସାହୁଙ୍କ ତତ୍ତ୍ଵାବଧାନରେ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଯୁକ୍ତ ଦୁଇ ଓ ଯୁକ୍ତ ତିନି ର ୬୦୦ ଛାତ୍ରଛାତୀ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.